ଶିମିଳିପାଳରେ ଭୂସ୍ଖଳନ: ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା,୧ା୭(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଭୂସ୍ଖଳନ ହୋଇଛି। ଫଳରେ ୩ ପଞ୍ଚାୟତ ଗୁଡ଼ୁଗୁଡ଼ିଆ, ଅସ୍ତକୁଅଁର ଓ ବରେହିପାଣିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅଭୟାରଣ୍ୟ ମଧ୍ୟରେ ଥିବା ମୁଖ୍ୟ ରାସ୍ତାର ଗୁଡୁଗୁଡ଼ିଆ ଓ କାଳିକାପ୍ରସାଦ ଅଞ୍ଚଳକୁ ଚାରିଚକିଆ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କେବଳ ଦୁଇଚକିଆ ଯାନକୁ ଯାତାୟାତ ପାଇଁ ଅନୁମତି ଦିଆଯାଇଛି। ସେହିପରି ଜରୁରିକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ, ଦମକଳବାହିନୀ ଓ ରାତ୍ରିଯାପନ […] The post ଶିମିଳିପାଳରେ ଭୂସ୍ଖଳନ: ଯୋଗାଯୋଗ ବିଚ୍ଛିନ୍ନ appeared first on Dharitri Odia News.

ଶିମିଳିପାଳରେ ଭୂସ୍ଖଳନ:  ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା,୧ା୭(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଭୂସ୍ଖଳନ ହୋଇଛି। ଫଳରେ ୩ ପଞ୍ଚାୟତ ଗୁଡ଼ୁଗୁଡ଼ିଆ, ଅସ୍ତକୁଅଁର ଓ ବରେହିପାଣିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଅଭୟାରଣ୍ୟ ମଧ୍ୟରେ ଥିବା ମୁଖ୍ୟ ରାସ୍ତାର ଗୁଡୁଗୁଡ଼ିଆ ଓ କାଳିକାପ୍ରସାଦ ଅଞ୍ଚଳକୁ ଚାରିଚକିଆ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କେବଳ ଦୁଇଚକିଆ ଯାନକୁ ଯାତାୟାତ ପାଇଁ ଅନୁମତି ଦିଆଯାଇଛି। ସେହିପରି ଜରୁରିକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ, ଦମକଳବାହିନୀ ଓ ରାତ୍ରିଯାପନ କରିଥିବା ପର୍ଯ୍ୟଟକମାନଙ୍କୁ ଚହଲା ରାସ୍ତା ଦେଇ ଯଶୀପୁର ପଟେ ଫେରିବାକୁ
ନିର୍ଦ୍ଦେଶ ଦିଆଯାଇଛି।

ଜଙ୍ଗଲ, ପରିବେଶ ବିଭାଗ ମନ୍ତ୍ରୀ ଇଂ. ଗଣେଶ ରାମସିଂ ଖୁଣ୍ଟିିଆ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପନିର୍ଦ୍ଦେଶକ ସାଇ କିରଣ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଖୁବ୍‌ଶୀଘ୍ର ମରାମତି କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୧୨ଘଣ୍ଟା ମଧ୍ୟରେ ଶିମିଳିପାଳର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ମୋଟ ବର୍ଷାର ପରିମାଣ ୪୩୨.୬୦ମିମି ଥିବା ବେଳେ ଏହା ହାରାହାରି ଭାବେ ୨୪.୦୩ମିମି ରେକର୍ଡ କରାଯାଇଛି। ବର୍ଷା ଛାଡିବା ପରେ ରାସ୍ତାର ମରାମତି କରାଯାଇ ଯାତାୟାତ ସ୍ବାଭାବିକ କରାଯିବ ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।

The post ଶିମିଳିପାଳରେ ଭୂସ୍ଖଳନ: ଯୋଗାଯୋଗ ବିଚ୍ଛିନ୍ନ appeared first on Dharitri Odia News.