ଶୁକ୍ରବାର ପବିତ୍ର ମହାଶିବରାତ୍ର, ଲୋକନାଥଙ୍କ ପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ ୦୭।୦୩ : ଶୁକ୍ରବାର ପବିତ୍ର ମହାଶିବରାତ୍ର । ଏହି ଅବସରରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ପାଳିତ ହେବ ଜାଗର ଯାତ୍ରା। ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀକ୍ଷେତ୍ରର ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଓ ସେବାୟତ ନିଯୋଗ ପକ୍ଷରୁ ଶ୍ରୀଲୋକନାଥ ଦେବଙ୍କ ରୀତି, ନୀତି, ହରିହର ଭେଟ, ମହାଦୀପ ତଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନୀତି ଚୁଡ଼ାନ୍ତ ହୋଇଛି। ଶ୍ରୀକ୍ଷେତ୍ରରେ ପଞ୍ଚପାଣ୍ଡବ ମଧ୍ୟରେ ଶ୍ରୀଲୋକନାଥ ଦେବ ରୂପରେ କଳ୍ପିତ। wp:embed {"url":"https://www.prameyanews7.com/mahasnana-in-puri-jaganatha-temple/","type":"wp-embed","providerNameSlug":"prameya-news-7"} https://www.prameyanews7.com/mahasnana-in-puri-jaganatha-temple/ /wp:embed ସେହିପରି ଲକ୍ଷେ ଲିଙ୍ଗର ରାଜା ବୋଲି ଶ୍ରୀଲୋକନାଥଙ୍କୁ କୁହାଯାଏ। ତେବେ ନୀତି ନୀର୍ଘଣ୍ଟ ଅନୁଯାୟୀ ୮ ତାରିଖ ରାତି ୧୨ଟା ୩୦ ରୁ ପହୁଡ଼ ଓ ଦ୍ୱାର ଖୋଲା ଯିବା ପରେ ରାତ୍ର ୧ଟା ରୁ ୪ଟା ମଧ୍ୟରେ ମଙ୍ଗଳା ଆଳତୀ, ଅବକାଶ, ସୂର୍ଯ୍ୟପୂଜା, ଭୋର ୪ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତି ୧୦ଟା ରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତି ୩ଟା ରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର
ପୁରୀ ୦୭।୦୩ : ଶୁକ୍ରବାର ପବିତ୍ର ମହାଶିବରାତ୍ର । ଏହି ଅବସରରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ପାଳିତ ହେବ ଜାଗର ଯାତ୍ରା। ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀକ୍ଷେତ୍ରର ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଓ ସେବାୟତ ନିଯୋଗ ପକ୍ଷରୁ ଶ୍ରୀଲୋକନାଥ ଦେବଙ୍କ ରୀତି, ନୀତି, ହରିହର ଭେଟ, ମହାଦୀପ ତଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନୀତି ଚୁଡ଼ାନ୍ତ ହୋଇଛି। ଶ୍ରୀକ୍ଷେତ୍ରରେ ପଞ୍ଚପାଣ୍ଡବ ମଧ୍ୟରେ ଶ୍ରୀଲୋକନାଥ ଦେବ ରୂପରେ କଳ୍ପିତ।
ସେହିପରି ଲକ୍ଷେ ଲିଙ୍ଗର ରାଜା ବୋଲି ଶ୍ରୀଲୋକନାଥଙ୍କୁ କୁହାଯାଏ। ତେବେ ନୀତି ନୀର୍ଘଣ୍ଟ ଅନୁଯାୟୀ ୮ ତାରିଖ ରାତି ୧୨ଟା ୩୦ ରୁ ପହୁଡ଼ ଓ ଦ୍ୱାର ଖୋଲା ଯିବା ପରେ ରାତ୍ର ୧ଟା ରୁ ୪ଟା ମଧ୍ୟରେ ମଙ୍ଗଳା ଆଳତୀ, ଅବକାଶ, ସୂର୍ଯ୍ୟପୂଜା, ଭୋର ୪ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତି ୧୦ଟା ରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତି ୩ଟା ରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ସହ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଭକ୍ତ ମାନେ ବଡ଼ି ଭୋରୁ ଲାଇନ୍ ବାନ୍ଧି ଶ୍ରୀଲୋକନାଥ ଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ।
wp:embed {"url":"https://www.prameyanews7.com/asha-karmi-salary-hike-by-cm-of-odisha/","type":"wp-embed","providerNameSlug":"prameya-news-7"}