ଶିମିଳିପାଳରେ ମହାରାଷ୍ଟ୍ର ବାଘୁଣୀ, ମହାବଳ ବଂଶ ବୃଦ୍ଧିରେ ହେବ ସହାୟକ

କରଞ୍ଜିଆ ୨୮/୧୦: ଶିମିଳିପାଳରେ ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ । ଯାହାର ନାଁ ଯମୁନା ରଖାଯାଇଥିବା କହିଛନ୍ତି ପିସିସିଏଫ୍‌ ସୁଶାନ୍ତ ନନ୍ଦ । ଏସଟିଆରର ଏସିସିଏଫ, ଡେପୁଟି ଡାଇରେକ୍ଟର ଏବଂ ପିସିସିଏଫଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଏନକ୍ଲୋଜରରେ ମୁକ୍ତ ଭାବେ ଛଡ଼ା ଯାଇଛି । ବାରିପଦା ଯଶୀପୁର ମୁଖ୍ୟ ରାସ୍ତା ଦେଇ ଯମୁନାକୁ ଶିମିଳିପାଳ ଟାଇଗର ରିଜର୍ଭକୁ ନିଆଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ଡାକ୍ତର ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ବାଘୁଣୀକୁ ଏନକ୍ଲୋଜରରେ ଛାଡି ତାର ଗତିବିଧି ଉପରେ ନଜର ରଖାଯିବ । ଧିରେ ଧିରେ ତାର ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କରି ଆଉ ଏକ ମହାବଳକୁ ଆଣି ଛଡାଯିବ । ଯାହା ମହାବଳ ବଂଶ ବୃଦ୍ଧିରେ ସହାୟକ ହେବ । ୨୦୨୩ ବାଘ ଗଣନା ତଥ୍ୟ କହୁଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି ।

ଶିମିଳିପାଳରେ ମହାରାଷ୍ଟ୍ର ବାଘୁଣୀ, ମହାବଳ ବଂଶ ବୃଦ୍ଧିରେ ହେବ ସହାୟକ

କରଞ୍ଜିଆ ୨୮/୧୦: ଶିମିଳିପାଳରେ ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ । ଯାହାର ନାଁ ଯମୁନା ରଖାଯାଇଥିବା କହିଛନ୍ତି ପିସିସିଏଫ୍‌ ସୁଶାନ୍ତ ନନ୍ଦ । ଏସଟିଆରର ଏସିସିଏଫ, ଡେପୁଟି ଡାଇରେକ୍ଟର ଏବଂ ପିସିସିଏଫଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଏନକ୍ଲୋଜରରେ ମୁକ୍ତ ଭାବେ ଛଡ଼ା ଯାଇଛି । ବାରିପଦା ଯଶୀପୁର ମୁଖ୍ୟ ରାସ୍ତା ଦେଇ ଯମୁନାକୁ ଶିମିଳିପାଳ ଟାଇଗର ରିଜର୍ଭକୁ ନିଆଯାଇଛି । 


ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ଡାକ୍ତର ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ବାଘୁଣୀକୁ ଏନକ୍ଲୋଜରରେ ଛାଡି ତାର ଗତିବିଧି ଉପରେ ନଜର ରଖାଯିବ । ଧିରେ ଧିରେ ତାର ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କରି ଆଉ ଏକ ମହାବଳକୁ ଆଣି ଛଡାଯିବ । ଯାହା ମହାବଳ ବଂଶ ବୃଦ୍ଧିରେ ସହାୟକ ହେବ । ୨୦୨୩ ବାଘ ଗଣନା ତଥ୍ୟ କହୁଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି ।