ଶିମିଳିପାଳରେ ୨ କଳାବାଘ ଶାବକ

ବାରିପଦା, ୪ା୧୨:(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମିଲେନାଷ୍ଟିକ ଟି-୨୪ ପ୍ରଜାତି ବାଘର ୨ ଶାବକ ମା’ ସହ ବୁଲୁଥିବା ଏଆଇ କ୍ୟାମେରାରେ କଏଦ ହୋଇଛି। ଏନେଇ ଖୁସି ପ୍ରକଟ କରି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା ସୋସିଆଲ ମିଡିଆ (ଏକ୍ସ)ରେ ପୋଷ୍ଟ କରିଛନ୍ତି। କଳାବାଘକୁ ନେଇ ଶିମିଳିପାଳ ପ୍ରସିଦ୍ଧି ଲାଭ କରିଛି। ମିଲେନାଷ୍ଟିକ ପ୍ରଜାତିର ବାଘ କେବଳ ଶିମିଳିପାଳରେ ଦେଖିବାକୁ ମିଳିଥାଏ, ଯାହାକୁ ନେଇ ବନ୍ୟପ୍ରାଣୀପ୍ରେମୀ […] The post ଶିମିଳିପାଳରେ ୨ କଳାବାଘ ଶାବକ appeared first on Dharitri Odia News.

ଶିମିଳିପାଳରେ ୨ କଳାବାଘ ଶାବକ

ବାରିପଦା, ୪ା୧୨:(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମିଲେନାଷ୍ଟିକ ଟି-୨୪ ପ୍ରଜାତି ବାଘର ୨ ଶାବକ ମା’ ସହ ବୁଲୁଥିବା ଏଆଇ କ୍ୟାମେରାରେ କଏଦ ହୋଇଛି। ଏନେଇ ଖୁସି ପ୍ରକଟ କରି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା ସୋସିଆଲ ମିଡିଆ (ଏକ୍ସ)ରେ ପୋଷ୍ଟ କରିଛନ୍ତି।
କଳାବାଘକୁ ନେଇ ଶିମିଳିପାଳ ପ୍ରସିଦ୍ଧି ଲାଭ କରିଛି। ମିଲେନାଷ୍ଟିକ ପ୍ରଜାତିର ବାଘ କେବଳ ଶିମିଳିପାଳରେ ଦେଖିବାକୁ ମିଳିଥାଏ, ଯାହାକୁ ନେଇ ବନ୍ୟପ୍ରାଣୀପ୍ରେମୀ ଓ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ବେଶ ଆନନ୍ଦିତ ହୋଇଥାନ୍ତି। ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜାଯାଇଥିବା ଏଆଇ କ୍ୟାମେରାରେ କଳାବାଘର ଗତିବିଧି ଉପରେ ବନବିଭାଗ ସମ୍ପୂର୍ଣ୍ଣ ନଜର ରଖିଛି। କଳାବାଘକୁ ନେଇ ବିଭାଗ ପକ୍ଷରୁ ବିଭିନ୍ନ ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥାଏ। ସେଥିମଧ୍ୟରୁ ଟି-୨୪ ପ୍ରଜାତି କଳାବାଘର ଦୁଇ ଶାବକ କବ୍‌-୧ ଓ କବ୍‌-୨ର ଫଟୋକୁ ଏଆଇ କ୍ୟାମେରା ଉତ୍ତୋଳନ କରିଛି। ଏହି ବାଘ ଶାବକ ଦ୍ୱୟର ବୟସ ଏକ ବର୍ଷ ହୋଇଥିବା ନେଇ ବିଭାଗ ସୂଚନା ଦେଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମୋଟ ୨୭ଟି ମହାବଳ ବାଘ ଓ ୧୨ଟି ଶାବକ ରହିଥିବା ବେଳେ ସେଥିମଧ୍ୟରୁ ୧୩ଟି କଳାବାଘ ଥିବା ନେଇ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ କଳାବାଘ ସଂଖ୍ୟା ବୃଦ୍ଧି ହେବା ନେଇ ବନବିଭାଗ ଆଶା ରଖିଥିବା ବେଳେ ମହାବଳ ବାଘର ବଂଶ ବୃଦ୍ଧି ନିମନ୍ତେ ଦୁଇ ବାଘୁଣୀ ଯମୁନା ଓ ଜିନତ୍‌କୁ ଅଭୟାରଣ୍ୟ ଅଧୀନ ଦୁଇ ବନଖଣ୍ଡର କୋର୍‌ ଅଞ୍ଚଳରେ ଛଡ଼ାଯାଇଛି। ସେମାନେ ସୁସ୍ଥ ଓ ନିର୍ଭୟରେ ନିଜର ବାସସ୍ଥାନ ଚୟନ କରିବାରେ ଲାଗିଛନ୍ତି। ବେକରେ ଲାଗିଥିବା ରେଡିଓକଲାର ମାଧ୍ୟମରେ ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ୨୪ ଘଣ୍ଟିଆ ସ୍ବତନ୍ତ୍ର ଦୃଷ୍ଟି ରଖିଥିବା ସୂଚନା ଦେଇଛି।

The post ଶିମିଳିପାଳରେ ୨ କଳାବାଘ ଶାବକ appeared first on Dharitri Odia News.