ଶିଳ୍ପ ପାଇଁ କାଟିଲେ ଗଛ: ଭୁଲିଗଲେ ନିଜ ଦାୟିତ୍ୱ

କନକ ବ୍ୟୁରୋ: ବିକାଶ ନାଁରେ ବିନାଶର ଚିତ୍ର ଦେଖିଲା ଓଡିଶା। ଖଣି ଖାଦାନ, ଶିଳ୍ପ ପ୍ରତିଷ୍ଠା ଓ ରାସ୍ତା ନିର୍ମାଣ ପାଇଁ କଟାଗଲା ଲକ୍ଷାଧିକ ଗଛ। କିନ୍ତୁ ବିଡମ୍ବନାର ବିଷୟ ବନୀକରଣ କଥା ଭୂଲିଗଲେ ସରକାର। ଆମେ କହୁଛୁ ନବୀନ ସରକାରର କଥା। ବିଜେଡି ସରକାର ପରିବେଶ ସୁରକ୍ଷା ପାଇଁ କେତେ ଚିନ୍ତିତ ଥିଲେ ତାହାର ମିଳିଛି ପ୍ରମାଣ। ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ଖଣି, ଶିଳ୍ପ ପ୍ରତିଷ୍ଠା ଏବଂ ରାସ୍ତା ନିର୍ମାଣ ପ୍ରକଳ୍ପ […] The post ଶିଳ୍ପ ପାଇଁ କାଟିଲେ ଗଛ: ଭୁଲିଗଲେ ନିଜ ଦାୟିତ୍ୱ first appeared on Kanak News.

ଶିଳ୍ପ ପାଇଁ କାଟିଲେ ଗଛ: ଭୁଲିଗଲେ ନିଜ ଦାୟିତ୍ୱ

କନକ ବ୍ୟୁରୋ: ବିକାଶ ନାଁରେ ବିନାଶର ଚିତ୍ର ଦେଖିଲା ଓଡିଶା। ଖଣି ଖାଦାନ, ଶିଳ୍ପ ପ୍ରତିଷ୍ଠା ଓ ରାସ୍ତା ନିର୍ମାଣ ପାଇଁ କଟାଗଲା ଲକ୍ଷାଧିକ ଗଛ। କିନ୍ତୁ ବିଡମ୍ବନାର ବିଷୟ ବନୀକରଣ କଥା ଭୂଲିଗଲେ ସରକାର। ଆମେ କହୁଛୁ ନବୀନ ସରକାରର କଥା। ବିଜେଡି ସରକାର ପରିବେଶ ସୁରକ୍ଷା ପାଇଁ କେତେ ଚିନ୍ତିତ ଥିଲେ ତାହାର ମିଳିଛି ପ୍ରମାଣ। ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ଖଣି, ଶିଳ୍ପ ପ୍ରତିଷ୍ଠା ଏବଂ ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ୧୯ ପ୍ରତିଶତ ଜମିରେ ହୋଇଛି ବନୀକରଣ। ୨୦୨୧ ରୁ ୨୦୨୩ ମଧ୍ୟରେ ୬୫୫୬.୫ ହେକ୍ଟର ଜଙ୍ଗଲ ଜମିକୁ ଡାଇଭର୍ସନ ପାଇଁ ରାଜ୍ୟ ସରକାର ଅନୁମତି ନେଇଥିଲେ। ବିକାଶ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ପ୍ରାୟ ୧.୩୬ ଲକ୍ଷ ଗଛ ମଧ୍ୟ କଟାଯାଇଥିଲା। ବିବିଧତା ପାଇଁ କ୍ଷତିପୂରଣ ବନବିଭାଗ ସ୍ଥାପନ କରିଥିଲେ ଏବଂ କଟାଯାଇଥିବା ଗଛର ୧୦ ଗୁଣ ରୋପଣ କରିବାର ଥିଲା। ଦୁର୍ଭାଗ୍ୟର କଥା ମାତ୍ର ୪.୯୦ ଲକ୍ଷ ଚାରା ରୋପଣ କରି ନିଜ ଦାୟିତ୍ୱ ସାରିଦେଇଛି ବନ ବିଭାଗ। ବିଧାନସଭାରେ ବିଧାୟକ ପବିତ୍ର ସାଉଁତା ଏହି ପ୍ରସଙ୍ଗ ଉଠାଇବା ପରେ ପୂର୍ବ ସରକାରର ଏହି ଗୁମର ସାମନାକୁ ଆସିଛି।

ଖଣି ଖାଦାନ, ଶିଳ୍ପ ପ୍ରତିଷ୍ଠା ଓ ରାସ୍ତା ନିର୍ମାଣ ପାଇଁ କଟାଯାଇଥିବା ଗଛ ବହୁ ପୁରୁଣା ଗଛ। ଶହ ଶହ ବର୍ଷ ଧରି ପରିବେଶର ସୁରକ୍ଷା କରିଆସୁଥିବା ଗଛ ଆଖି ପିଚୁଳାକେ କଟାହୋଇଗଲା। ଆଉ ଏହା ବଦଳରେ ନୂଆ ଗଛ ଲଗାଯାଇଛି। ଗଛ କେତେ ଲାଗିଲା ତାହାର ହିସାବ ସରକାରଙ୍କ ପାଖରେ ଅଛି ସତ, କିନ୍ତୁ କେତେ ଗଛ ବଞ୍ଚିଲା ତାହାର ତଥ୍ୟ କାହାରି ପାଖରେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ। ଏସବୁ ପ୍ରତି ଗୁରୁତ୍ୱ ନଦେଲେ ପରିସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ।

ଗତ ୩ ବର୍ଷରେ ବିକାଶ ନାଁରେ ଓଡିଶାରେ କେତେ ଗଛ କଟାଯାଇଛି ଓ କେତେ ବନୀକରଣ ହୋଇଛି ଏନେଇ ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ପବିତ୍ର ସାଉଁତା। ଉତରରେ ତଥ୍ୟ ଦେବା ସହ କ୍ଷତିପୂରଣ ବୃକ୍ଷରୋପଣ ପାଇଁ ଯୋଜନା ଧାର୍ଯ୍ୟ ହୋଇଥିବା ଅର୍ଥ ସମ୍ପୃକ୍ତ ବ୍ୟବବହାରିକ ସଂସ୍ଥା କାମ୍ପା ଫଣ୍ଡରେ ପୈଠ ହେବ ବୋଲି କହିଛନ୍ତି ମନ୍ତ୍ରୀ।

The post ଶିଳ୍ପ ପାଇଁ କାଟିଲେ ଗଛ: ଭୁଲିଗଲେ ନିଜ ଦାୟିତ୍ୱ first appeared on Kanak News.