ଶିଳ୍ପମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୫ ହଜାର ଯୁବତୀଯୁବକଙ୍କ ଲାଗି ନିଯୁକ୍ତି ସୁଯୋଗ ହେବ ସୃଷ୍ଟି
ଭୁବନେଶ୍ୱର,୨।୮(ଅନିଲ ଦାସ):ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଡେରାସ ସ୍ଥିତ ସି-ଫୁଡ୍ ପାର୍କ ଶିଳ୍ପାଞ୍ଚଳ ଗସ୍ତକରି ଗୁରୁବାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶିଳ୍ପାଞ୍ଚଳର ବିଭିନ୍ନ ଉଦ୍ୟୋଗ ବୁଲି ଦେଖିବା ସହ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରି ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଶିଳ୍ପୋଦ୍ୟୋଗ ପରିଦର୍ଶନ ପରେ ଏଠାରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଇଡ୍କୋ ଦ୍ୱାରା ଅଧିକୃତ ୧୫୧ […] The post ଶିଳ୍ପମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୫ ହଜାର ଯୁବତୀଯୁବକଙ୍କ ଲାଗି ନିଯୁକ୍ତି ସୁଯୋଗ ହେବ ସୃଷ୍ଟି appeared first on Dharitri Odia News.
ଭୁବନେଶ୍ୱର,୨।୮(ଅନିଲ ଦାସ):ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଡେରାସ ସ୍ଥିତ ସି-ଫୁଡ୍ ପାର୍କ ଶିଳ୍ପାଞ୍ଚଳ ଗସ୍ତକରି ଗୁରୁବାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶିଳ୍ପାଞ୍ଚଳର ବିଭିନ୍ନ ଉଦ୍ୟୋଗ ବୁଲି ଦେଖିବା ସହ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରି ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଶିଳ୍ପୋଦ୍ୟୋଗ ପରିଦର୍ଶନ ପରେ ଏଠାରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଇଡ୍କୋ ଦ୍ୱାରା ଅଧିକୃତ ୧୫୧ ଏକର ଜମିରୁ ୮୮ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆଯାଇଛି ା ଉକ୍ତ ଶିଳ୍ପାଞ୍ଚଳରେ ୧୭ଟି ସଂସ୍ଥା ସେମାନଙ୍କ ଉଦ୍ୟୋଗ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି ା ଏଥି ମଧ୍ୟରୁ ୩ଟି ସଂସ୍ଥା କାର୍ଯ୍ୟରତ ଥିବାବେଳେ ଆଉ ୪ଟି ସଂସ୍ଥା ସେମାନଙ୍କ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ଆଉ ୧୦ଟି ସଂସ୍ଥା ନିଜ ନିଜର ଉଦ୍ୟୋଗ ଖୋଲିବା ପାଇଁ ଜମି ନେଇଛନ୍ତି ା ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ସହ କିଭଳି ଖୁବ୍ଶୀଘ୍ର ସେମାନେ ଉଦ୍ୟୋଗ ପ୍ରତିଷ୍ଠା କରିବେ ସେ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି ା ଏହାଦ୍ୱାରା ପ୍ରାୟ ୧୦ ହଜାର ମହିଳାଙ୍କ ସମେତ ୧୫ ହଜାର ଯୁବତୀଯୁବକ ରୋଜଗାର କ୍ଷମ ହୋଇପାରିବେ। ଏତଦ୍ବ୍ୟତୀତ ଏହି ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ରହିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯିବ ା ଏ ସଂକ୍ରାନ୍ତରେ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ ଜାରି ରଖିଛନ୍ତି ା ରାଜ୍ୟରେ ଶିଳ୍ପାୟନକୁ ଗୁରୁତ୍ୱ ଦେବା ସହ ବିଭିନ୍ନ ଜିଲାରେ ଏହିଭଳି ଆଉ ୧୧ଟି ଫୁଡ୍ ପାର୍କ ପ୍ରତିଷ୍ଠା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥି ନିମନ୍ତେ ସ୍ଥଳ ବିଶେଷରେ ଥିବା ବିିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶୁ୍ରତି ଦେବା ସହ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ିଥିଲେ। ଏହା ପୂର୍ବରୁ ମନ୍ତ୍ରୀ ୩ ଗୋଟି ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ବୁଲି ଦେଖିଥିଲେ ା ମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ, ସିଜିଏମ୍ ବିଜୟ ଚନ୍ଦ୍ର ତ୍ରିପାଠୀ, ଭୁବନେଶ୍ୱର ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ଉପଜିଲାପାଳ ନୀତୀଶ ତ୍ରିପାଠୀ, ଇଡ୍କୋ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ା
The post ଶିଳ୍ପମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୫ ହଜାର ଯୁବତୀଯୁବକଙ୍କ ଲାଗି ନିଯୁକ୍ତି ସୁଯୋଗ ହେବ ସୃଷ୍ଟି appeared first on Dharitri Odia News.