ଶିଶୁ ସ୍ବାସ୍ଥ୍ୟ, ଶିକ୍ଷାକୁ ପ୍ରଭାବିତ କରୁଛି ପ୍ରଦୂଷଣ, ଗ୍ରୀଷ୍ମଲହର

ନୂଆଦିଲ୍ଲୀ,୨୫।୧: ଗ୍ରୀଷ୍ମ ଲହର ଏବଂ ବାୟୁ ପ୍ରଦୂଷଣ ଭଳି ପରିବେଶ ସମସ୍ୟା ଯୋଗୁ ଭାରତରେ ଶିଶୁମାନେ ଉଲ୍ଲେଖନୀୟ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଏହା ପିଲାମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ କେବଳ ୨୦୨୪ରେ ଭାରତରେ ୫.୪୮ କୋଟି ପିଲା ଗ୍ରୀଷ୍ମଲହର ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅତ୍ୟଧିକ ଉତ୍ତପ୍ତ ଦିନ ସାଙ୍ଗକୁ ବନ୍ୟା, ଭୂସ୍ଖଳନ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କେବଳ ପିଲାଙ୍କ […] The post ଶିଶୁ ସ୍ବାସ୍ଥ୍ୟ, ଶିକ୍ଷାକୁ ପ୍ରଭାବିତ କରୁଛି ପ୍ରଦୂଷଣ, ଗ୍ରୀଷ୍ମଲହର appeared first on Dharitri Odia News.

ଶିଶୁ ସ୍ବାସ୍ଥ୍ୟ, ଶିକ୍ଷାକୁ ପ୍ରଭାବିତ କରୁଛି ପ୍ରଦୂଷଣ, ଗ୍ରୀଷ୍ମଲହର

ନୂଆଦିଲ୍ଲୀ,୨୫।୧: ଗ୍ରୀଷ୍ମ ଲହର ଏବଂ ବାୟୁ ପ୍ରଦୂଷଣ ଭଳି ପରିବେଶ ସମସ୍ୟା ଯୋଗୁ ଭାରତରେ ଶିଶୁମାନେ ଉଲ୍ଲେଖନୀୟ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଏହା ପିଲାମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ କେବଳ ୨୦୨୪ରେ ଭାରତରେ ୫.୪୮ କୋଟି ପିଲା ଗ୍ରୀଷ୍ମଲହର ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅତ୍ୟଧିକ ଉତ୍ତପ୍ତ ଦିନ ସାଙ୍ଗକୁ ବନ୍ୟା, ଭୂସ୍ଖଳନ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କେବଳ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହେଉଛି ତାହା ନୁହେଁ, ଏହା ସେମାନଙ୍କ ଶିକ୍ଷାଗ୍ରହଣରେ ମଧ୍ୟ ବାଧା ସୃଷ୍ଟି କରୁଛି।
ୟୁନିସେଫ୍‌ ଶିଶୁ ଜଳବାୟୁ ବିପଦ ସୂଚକାଙ୍କରେ ୧୬୩ ଦେଶ ମଧ୍ୟରେ ଭାରତ ୨୬ତମ ର଼୍ୟାଙ୍କ୍‌ରେ ରହିଛି, ଯାହାକି ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରତି ଅତ୍ୟନ୍ତ ବିପଜ୍ଜନକ ସ୍ଥିତି। ଦେଶରେ ହିଟ୍‌ଓ୍ବେଭ୍‌ ଏବଂ ପ୍ରାକୃତିକ ବିପର୍ଯ୍ୟୟ କ୍ରମାଗତ ଭାବେ ବଢ଼ିଚାଲିଛି। ଫଳରେ ପିଲାମାନେ ନିରାପଦ ଏବଂ ଅନୁକୂଳ ଶୈକ୍ଷିକ ପରିବେଶ ପାଇବା କଷ୍ଟକର ହୋଇପଡ଼ିଛି। ଗ୍ରୀଷ୍ମଲହର ଏବଂ ପ୍ରଦୂଷଣ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବା ସହ ରୋଗାକ୍ରାନ୍ତ କରାଉଛି ଓ ପାଠପଢ଼ାରେ ବ୍ୟାଘାତ ଘଟାଉଛି। ଜାତୀୟ ପାଠ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସାମିଲ କରିବା ପାଇଁ ୟୁନିସେଫ୍‌ ଭାରତ ସରକାରଙ୍କ ସହ ଏକାଠି କାର୍ଯ୍ୟ କରିଆସୁଛନ୍ତି। ପିଲାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ସହ ସେମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହ ଖାପଖୁଆଇବା ଦିଗରେ ପ୍ରସ୍ତୁତ କରାଇବ ଏହାର ଲକ୍ଷ୍ୟ। ଜାତିସଂଘ ଶିଶୁ ପାଣ୍ଠି ବା ୟୁନିସେଫ୍‌ ସାରା ବିଶ୍ୱର ପିଲାମାନଙ୍କ ଜୀବନଧାରଣ ମାନ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିଥାଏ। ଏହାର ଜାତୀୟ ପାଠ୍ୟକ୍ରମ କାର୍ଯ୍ୟଯୋଜନାରେ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସାମିଲ କରାଯାଇଛି। ୧୨ ରାଜ୍ୟରେ ବିସ୍ତୃତ ବିଦ୍ୟାଳୟ ନିରାପତ୍ତା କାର୍ଯ୍ୟକ୍ରମ (ସିଏସ୍‌ଏସ୍‌ପି) କାର୍ଯ୍ୟକାରୀ କରାଇବାରେ ଏହା ସରକାରଙ୍କୁ ସହଯୋଗ କରୁଛି। ୨୦୨୪ରେ ଏହି କାର୍ଯ୍ୟକ୍ରମ ଜରିଆରେ ୧,୨୧,୦୦୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

The post ଶିଶୁ ସ୍ବାସ୍ଥ୍ୟ, ଶିକ୍ଷାକୁ ପ୍ରଭାବିତ କରୁଛି ପ୍ରଦୂଷଣ, ଗ୍ରୀଷ୍ମଲହର appeared first on Dharitri Odia News.