ଶିଶୁକୁ ଦେଇଥିଲେ ଯୌନ ନିର୍ଯାତନା, କୋର୍ଟ ଶୁଣାଇଲେ ବଡ଼ ରାୟ
ଛତ୍ରପୁର,୨୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଥିବା ଶିଶୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଦ୍ୱାରା ସମ୍ପୃକ୍ତ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି। ଏନେଇ ସଫଳତା ମିଳିଥିବା ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଶିଶୁଙ୍କୁ ଯୌନ ନିର୍ଯାତନା ନେଇ ୨୦୨୩ ଫେବୃଆରୀ ୨୫ରେ କେସ୍ ନଂ ୮୮/୨୩ରେ ଏକ ମାମଲଶ ରୁଜୁ ହୋଇଥିଲା।ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ପକ୍ଷରୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୦ ବର୍ଷ […] The post ଶିଶୁକୁ ଦେଇଥିଲେ ଯୌନ ନିର୍ଯାତନା, କୋର୍ଟ ଶୁଣାଇଲେ ବଡ଼ ରାୟ appeared first on Dharitri Odia News.
ଛତ୍ରପୁର,୨୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଥିବା ଶିଶୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଦ୍ୱାରା ସମ୍ପୃକ୍ତ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି। ଏନେଇ ସଫଳତା ମିଳିଥିବା ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଶିଶୁଙ୍କୁ ଯୌନ ନିର୍ଯାତନା ନେଇ ୨୦୨୩ ଫେବୃଆରୀ ୨୫ରେ କେସ୍ ନଂ ୮୮/୨୩ରେ ଏକ ମାମଲଶ ରୁଜୁ ହୋଇଥିଲା।ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ପକ୍ଷରୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଉକ୍ତ ମାମଲାରେ ପୋକ୍ସୋ ଆକ୍ଟରେ ପୋଲିସ ମାମଲା ରୁଜୁ କରିଥିଲା। ଉକ୍ତ ମାମଲାର ତଦନ୍ତକାରୀ ଅଫିସର ତଥା ସୋରଡ଼ା ଥାନାର ଏସ୍ଆଇ କୈଳାସ ଚନ୍ଦ୍ର ସାହୁଙ୍କ ତଦନ୍ତ ଯୋଗୁ ଏହି ସଫଳତା ମିଳିଛି।
The post ଶିଶୁକୁ ଦେଇଥିଲେ ଯୌନ ନିର୍ଯାତନା, କୋର୍ଟ ଶୁଣାଇଲେ ବଡ଼ ରାୟ appeared first on Dharitri Odia News.