ଶିଶୁପୁତ୍ରକୁ ପାଣିରେ ବୁଡ଼ାଇ ମାରିଲେ ବାପା
ନୂଆପଡ଼ା,୯ା୧୦ ( ମକାରୁ ବେମାଲ):ନୂଆପଡ଼ା ଜିଲା ବୋଡ଼େନ ଥାନା ବୋଇରଗାଁ ପଞ୍ଚାୟତ କୁଟିଆପଡ଼ାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ୨ବର୍ଷର ଶିଶୁପୁତ୍ରକୁ ବାପା ପାଣିରେ ବୁଡ଼ାଇ ହତ୍ୟା କରିଥିବାବେଳେ ଛୁରାମାଡ଼ରେ ୧୦ବର୍ଷର ନାବାଳିକା ଝିଅ ଗୁରୁତର ହୋଇଛନ୍ତି। ଗ୍ରାମର କିଶୋର ମାଝୀ କୌଣସି କାରଣକୁ ନେଇ ପ୍ରଥମେ ନିଜ ଝିଅ କମଳାକାନ୍ତି ମାଝୀଙ୍କୁ ଛୁରା ମାଡ଼ କରି ହତ୍ୟା ଉଦ୍ୟମ କରିଥିଲେ। ପରେ ସେ ଦୁଇବର୍ଷର ପୁଅ ଚନ୍ଦନ ମାଝୀଙ୍କୁ ପାଣିରେ ବୁଡ଼ାଇ ଫେରାର ମାରିଥିଲେ। […] The post ଶିଶୁପୁତ୍ରକୁ ପାଣିରେ ବୁଡ଼ାଇ ମାରିଲେ ବାପା appeared first on Dharitri Odia News.
ନୂଆପଡ଼ା,୯ା୧୦ ( ମକାରୁ ବେମାଲ):ନୂଆପଡ଼ା ଜିଲା ବୋଡ଼େନ ଥାନା ବୋଇରଗାଁ ପଞ୍ଚାୟତ କୁଟିଆପଡ଼ାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ୨ବର୍ଷର ଶିଶୁପୁତ୍ରକୁ ବାପା ପାଣିରେ ବୁଡ଼ାଇ ହତ୍ୟା କରିଥିବାବେଳେ ଛୁରାମାଡ଼ରେ ୧୦ବର୍ଷର ନାବାଳିକା ଝିଅ ଗୁରୁତର ହୋଇଛନ୍ତି। ଗ୍ରାମର କିଶୋର ମାଝୀ କୌଣସି କାରଣକୁ ନେଇ ପ୍ରଥମେ ନିଜ ଝିଅ କମଳାକାନ୍ତି ମାଝୀଙ୍କୁ ଛୁରା ମାଡ଼ କରି ହତ୍ୟା ଉଦ୍ୟମ କରିଥିଲେ। ପରେ ସେ ଦୁଇବର୍ଷର ପୁଅ ଚନ୍ଦନ ମାଝୀଙ୍କୁ ପାଣିରେ ବୁଡ଼ାଇ ଫେରାର ମାରିଥିଲେ। ଖବର ପାଇ ତାଙ୍କ ସମ୍ପର୍କୀୟଙ୍କ ସମେତ ସମିତିସଭ୍ୟ ସୌଦାଗର ସାହୁ ସେଠାରେ ପହଞ୍ଚତ୍ ଗୁରୁତର ଅବସ୍ଥାରେ କମଳାକାନ୍ତି ଓ ଚନ୍ଦନଙ୍କୁ ଉଦ୍ଧାର କରି ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନଙ୍କ ମୃତ୍ୟୁ ଘଟିଛି। ଝିଅ କମଳକାନ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ କେଉଁ କାରଣ ପାଇଁ କିଶୋର ଏଭଳି କାଣ୍ଡ ଭିଆଇଲେ ତାହା ଜଣାପଡି ନାହିଁ। ଖବର ପାଇ ବୋଡ଼େନ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି।
The post ଶିଶୁପୁତ୍ରକୁ ପାଣିରେ ବୁଡ଼ାଇ ମାରିଲେ ବାପା appeared first on Dharitri Odia News.