ଶିଶୁର କଟାମୁଣ୍ଡକୁ ଖାଇଗଲା କୁକୁର
ଯାଜପୁର/ଯାଜପୁର ରୋଡ୍ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି), ୧୪ା୧ ଯାଜପୁର ଜିଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାଜପୁର ରୋଡ ଥାନା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗ୍ରାମରୁ ଏକ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ କଟାମୁଣ୍ଡକୁ କୁକୁର ଧରି କୁଆଡ଼େ ନେଇଯାଇଛି। କଟାମୁଣ୍ଡକୁ କୁକୁର ଖାଇବାର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଶିଶୁକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାର ପର୍ଦ୍ଦାଫାସ କରିବା ପୋଲିସ ପାଇଁ […] The post ଶିଶୁର କଟାମୁଣ୍ଡକୁ ଖାଇଗଲା କୁକୁର appeared first on Dharitri Odia News.
ଯାଜପୁର/ଯାଜପୁର ରୋଡ୍ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି), ୧୪ା୧
ଯାଜପୁର ଜିଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାଜପୁର ରୋଡ ଥାନା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗ୍ରାମରୁ ଏକ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ କଟାମୁଣ୍ଡକୁ କୁକୁର ଧରି କୁଆଡ଼େ ନେଇଯାଇଛି। କଟାମୁଣ୍ଡକୁ କୁକୁର ଖାଇବାର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଶିଶୁକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାର ପର୍ଦ୍ଦାଫାସ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶିଶୁର ମୁଣ୍ଡ ଓ ଅବଶିଷ୍ଟ ଶରୀର କିମ୍ବା ଘଟଣା ସମ୍ପର୍କରେ ପୋଲିସ କୌଣସି ସୁରାକ ପାଇ ନ ଥିବା ଜଣାପଡିଛି।
ଶନିବାର ରାତି ପ୍ରାୟ ୮ଟାରେ ଉକ୍ତ ଗ୍ରାମର ବ୍ରଜସୁନ୍ଦର ପତ୍ରୀଙ୍କ ବାଡ଼ିରେ ଥିବା କୁଟାଗଦା ନିକଟରେ ଏକ ଶିଶୁର କଟାମୁଣ୍ଡକୁ କୁକୁର ଖାଉଥିବା ଲୋକେ ଦେଖିଥିଲେ। ରବିବାର ସକାଳେ ଘଟଣା ପ୍ରଘଟ ପରେ ଲକ୍ଷ୍ମୀନଗର ସରପଞ୍ଚ ସର୍ବେଶ୍ୱର ସାହୁ ଯାଜପୁରରୋଡ୍ ଥାନାକୁ ଖବର ଦେଇଥିଲେ। ପୂର୍ବାହ୍ନ ୧୦ଟାରେ ଯାଜପୁରରୋଡ୍ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସଦଳବଳେ ପହଞ୍ଚତ୍ ତଦନ୍ତ କରିଥିଲେ। ସେତେବେଳକୁ ବିଳମ୍ବ ହୋଇଯାଇଥିଲା। କଟାମୁଣ୍ଡକୁ କୁକୁର ଖାଇ ସାରିଥିଲା। ଫଳରେ ପୋଲିସକୁ ତାହା ମିଳି ନ ଥିଲା। ଘଟଣାସ୍ଥଳରେ ରକ୍ତ ପଡ଼ିଥିବା ଦେଖି ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଥିଲେ ମଧ୍ୟ କେହି କିଛି କହି ପାରି ନ ଥିଲେ। ପରେ ଯାଜପୁର ଡିଏସ୍ପି ପି. କେ. ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ବିତ କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି। କଟାମୁଣ୍ଡକୁ କୁକୁର ଖାଉଥିବା ସମୟରେ କେତେଜଣ ଲୋକ ମୋବାଇଲ ଫୋନ୍ରେ ଫୋଟ ଉଠାଇଥିଲେ। ପୋଲିସକୁ ଉକ୍ତ ଫୋଟ ଓ ଭିଡିଓ ହସ୍ତଗତ ହୋଇଛି। ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରିଛି। ଶିଶୁଟି ଏ ଅଞ୍ଚଳର ନୁହେଁ ଏବଂ ହତ୍ୟାକାରୀ ବାହାରେ କୌଣସି ସ୍ଥାନରେ ଘଟଣା ଘଟାଇ ଏଠାରେ ଫିଙ୍ଗିଦେଇ ଥାଇପାରେ କିମ୍ବା ବଳି ଉଦେଶ୍ୟରେ ଏଭଳି ଘଟଣା ଘଟିଥାଇପାରେ ବୋଲି ଥାନାଧିକାରୀ ପ୍ରଧାନ କହିଛନ୍ତି। ଖୁବ୍ଶୀଘ୍ର ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି।
The post ଶିଶୁର କଟାମୁଣ୍ଡକୁ ଖାଇଗଲା କୁକୁର appeared first on Dharitri Odia News.