ଶୀତ ଦିନରେ ବର୍ଷା: ପୂରା ରାଜ୍ୟରେ କୋହଲା ପାଗ, ଆସନ୍ତାକାଲି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କନକ ବ୍ୟୁରୋ: ବର୍ଷା ଉଜାଡିଲା ଅମଳ ଧାନ ରାଜ୍ୟରେ ହାଡ଼ ଭଙ୍ଗା ଶୀତ ପରେ ଲଘୁଚାପ ପାଗ ବଦଳାଇ ଦେଇଛି। ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ କୋହଲା ପାଗକୁ ସାଂଗକୁ ଝିପି ଝିପି ବର୍ଷା ଲାଗି ରହିଛି। ପବନର ଦିଗ ପରିବର୍ତ୍ତନ ହୋଇ ଦକ୍ଷିଣ ପୂର୍ବ ଦିଗରୁ ପ୍ରବାହିତ ହେଉଛି। ବଙ୍ଗୋପସାଗରରୁ ଆଣୁଥିବା ଆଦ୍ରତାପୂର୍ଣ୍ଣ ବାୟୁ ରାଜ୍ୟରେ ବର୍ଷା କରାଉଛି। ଏବେ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଛି । ତେଣୁ ଶୀତ ହଠାତ୍ କମିଯାଇଥିବା ଅନୁଭବ ହେଉଥିଲା। ହେଲେ ବର୍ଷା ପରେ ପୁଣି ରାଜ୍ୟରେ ଶୀତ ଫେରିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ସକ୍ରିୟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଶନିବାର ମଧ୍ୟ ରାଜ୍ୟରେ ବର୍ଷା ହେବ। ପ୍ରବଳ ବର୍ଷା ନେଇ ଗଂଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରପଡ଼ାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ। ଏଥିସହ ୨ଦିନ ପରେ ବର୍ଷା କମିଲେ ମଧ୍ୟ ରାଜ୍ୟରେ କୋହଲା ପାଗ ଜାରି ରହିବ। ବର୍ଷା ପରେ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡ଼ିଗ୍ରି ପର୍ୟ୍ୟନ୍ତ କମିବା ନେଇ ଆକଳନ କରୁଛି ବିଭାଗ। ବର୍ଷା ପରେ ପୁଣି ଥରେ ଶୀତର ପ୍ରକୋପ ବଢ଼ିବା ସହ ପ୍ରଚଣ୍ତ ଶୀତ ଫେରିବ।
କନକ ବ୍ୟୁରୋ: ବର୍ଷା ଉଜାଡିଲା ଅମଳ ଧାନ ରାଜ୍ୟରେ ହାଡ଼ ଭଙ୍ଗା ଶୀତ ପରେ ଲଘୁଚାପ ପାଗ ବଦଳାଇ ଦେଇଛି। ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ କୋହଲା ପାଗକୁ ସାଂଗକୁ ଝିପି ଝିପି ବର୍ଷା ଲାଗି ରହିଛି। ପବନର ଦିଗ ପରିବର୍ତ୍ତନ ହୋଇ ଦକ୍ଷିଣ ପୂର୍ବ ଦିଗରୁ ପ୍ରବାହିତ ହେଉଛି। ବଙ୍ଗୋପସାଗରରୁ ଆଣୁଥିବା ଆଦ୍ରତାପୂର୍ଣ୍ଣ ବାୟୁ ରାଜ୍ୟରେ ବର୍ଷା କରାଉଛି। ଏବେ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଛି । ତେଣୁ ଶୀତ ହଠାତ୍ କମିଯାଇଥିବା ଅନୁଭବ ହେଉଥିଲା। ହେଲେ ବର୍ଷା ପରେ ପୁଣି ରାଜ୍ୟରେ ଶୀତ ଫେରିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।
ସକ୍ରିୟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଶନିବାର ମଧ୍ୟ ରାଜ୍ୟରେ ବର୍ଷା ହେବ। ପ୍ରବଳ ବର୍ଷା ନେଇ ଗଂଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରପଡ଼ାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ। ଏଥିସହ ୨ଦିନ ପରେ ବର୍ଷା କମିଲେ ମଧ୍ୟ ରାଜ୍ୟରେ କୋହଲା ପାଗ ଜାରି ରହିବ।
ବର୍ଷା ପରେ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡ଼ିଗ୍ରି ପର୍ୟ୍ୟନ୍ତ କମିବା ନେଇ ଆକଳନ କରୁଛି ବିଭାଗ। ବର୍ଷା ପରେ ପୁଣି ଥରେ ଶୀତର ପ୍ରକୋପ ବଢ଼ିବା ସହ ପ୍ରଚଣ୍ତ ଶୀତ ଫେରିବ।