ଶୀତକାଳୀନ ଜାତୀୟ ସେବା ଶିବିର ଉଦଯାପିତ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁରେ ଫିରିଙ୍ଗିଆ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟର ଜାତୀୟ ଶେବା ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧକ୍ଷ ନବଘନ ସାହୁଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ଶିବିରର ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲାଲନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟ୍ୟରେ ଜାତୀୟ ଶେବା ଶିବିରର କନ୍ଧମାଳ ଜିଲ୍ଲା ସଂଯୋଜକ ଡଃ ନବୀନ […] The post ଶୀତକାଳୀନ ଜାତୀୟ ସେବା ଶିବିର ଉଦଯାପିତ appeared first on Odisha.News.
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁରେ ଫିରିଙ୍ଗିଆ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟର ଜାତୀୟ ଶେବା ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧକ୍ଷ ନବଘନ ସାହୁଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ଶିବିରର ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲାଲନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟ୍ୟରେ ଜାତୀୟ ଶେବା ଶିବିରର କନ୍ଧମାଳ ଜିଲ୍ଲା ସଂଯୋଜକ ଡଃ ନବୀନ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଉପସ୍ଥିତ ଶିବିରର୍ଥୀ ମାନଙ୍କୁ ଶେବା ଶିବିରର ଉଦେଶ୍ୟ ବିଷୟରେ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟ୍ୟରେ ରତଙ୍ଗ ପଞ୍ଚାୟତର ସରପଞ୍ଚ ପାର୍ବତୀ ମଲିକ, ପବିଙ୍ଗିଆ ସରପଞ୍ଚ ତଥା ଫିରିଙ୍ଗିଆ ପ୍ରେସ କ୍ଳବ ସମ୍ପାଦକ ଲାଲମୋହନ କହଁର, ପୋଡାପଡା ସ୍କୁଲ ସଭାପତି ହେମନ୍ତ ବିଷୋୟୀ,ୱାର୍ଡ ସଭ୍ୟ କଣ୍ଠେଶ୍ଵର ମୁଖି,ସ୍ବେଛାସେବୀ ଅନୁଷ୍ଠାନ ପିରାମାଲ ଫାଉଣ୍ଡେସନର ସଂଯୋଜକ ଜ୍ୟୋତି ଗାନ୍ଧୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ମହାବିଦ୍ୟାଳୟ ତରଫରୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରାଯାଇଥିବା ଏହି ପୋଡାପଡା ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ଶିବିରାର୍ଥୀ ଭାବରେ ସାତ ଦିନ ଯାଏ ରହି ପୋଡାପଡା ଗାଁ ପରିବେଶକୁ ସଫା କରିବା ସହ ପଥ ପ୍ରାନ୍ତ ନାଟକ ମାଧ୍ୟ୍ୟମରେ ଗ୍ରାମରେ ବସବାସ କରୁଥିବା ପରିବାର ମାନଙ୍କ ଆର୍ଥିକ ଅଭିବୃଦ୍ଧି ବିଷୟରେ ଲୋକଙ୍କୁ ବୁଝାଇଥିଲେ। ତେବେ କାର୍ଯ୍ୟକ୍ରମକୁ ସେବା ଯୋଜନ ଅଧିକାରୀ ଅଧ୍ୟାପକ ସୁଦାମ ଚରଣ ବେହେରା ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିରଞ୍ଚି ନାରାୟଣ ସାହୁ, ରଞ୍ଜିତ ଦୀପଙ୍କ ସହ ମହାବିଦ୍ୟାଳୟର ଅଧ୍ୟାପିକା ସନ୍ଧ୍ୟାରାଣୀ ପାଢ଼ୀ, ସୁସୁପ୍ତି ପଟ୍ଟନାୟକ, ଶର୍ମିଷ୍ଠା ପ୍ରଧାନ, ବନିତା ପାତ୍ର, ହରପ୍ରିୟା ମିଶ୍ର, ଜିପୁନ ମୁଖି, ରଘୁନାଥ ମଲିକ, ପ୍ରଦୀପ ମହାପାତ୍ର ତଣ୍ଡେଶ୍ୱର କହଁର ବନ୍ଧଗଡ଼ ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ସହଯୋଗ କରିଥିଲେ।
The post ଶୀତକାଳୀନ ଜାତୀୟ ସେବା ଶିବିର ଉଦଯାପିତ appeared first on Odisha.News.