ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜିଠୁ ୧୯ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ, ସବୁଠି ଭୟଙ୍କର ଶୀତ ଲହରୀ । ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ କମ ରହୁଥିବାରୁ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ପାରଦ ତଳମୁହାଁ ରହିଛି । ୧୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ଘୁ ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୮ […] The post ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜିଠୁ ୧୯ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା appeared first on KNews Odisha.

ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜିଠୁ ୧୯ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା
cold

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ, ସବୁଠି ଭୟଙ୍କର ଶୀତ ଲହରୀ । ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ କମ ରହୁଥିବାରୁ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ପାରଦ ତଳମୁହାଁ ରହିଛି । ୧୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ମଧ୍ୟ ଦେଖିବାକୁ ମିଳିଛି ।

ଗତକାଲି ଘୁ ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ସୁନ୍ଦରଗଡ଼ର କୋଇଡ଼ା, ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଓ କନ୍ଧମାଳର ରାଇକିଆରେ ତୁଷାରପାତ ହୋଇଛି । ଘନ କୁହୁଡ଼ି ପାଇଁ କୋରାପୁଟ ଓ କନ୍ଧମାଳକୁ ୟେଲୋ ଆଲର୍ଟ ଦିଆଯାଇଛି । ତେବେ ଆଜି ଠାରୁ ପାରଦ ଉପରମୁହାଁ ହେବ। ୩ ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା । ଆଜିଠୁ ୩ ଦିନ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଫଳରେ ତାପମାତ୍ର ବଢ଼ିବା ସହ ଶୀତ କମିବ। ଦକ୍ଷିଣ ଆଣ୍ଡାମାନ ସାଗରରେ ବଙ୍ଗୋପ ସାଗରରେ ସକ୍ରିୟ ଥିବା ଲଘୁଚାପର ସିଧାସଳଖ ଓଡ଼ିଶା ଉପରେ ପ୍ରଭାବ ନଥିଲେ ବି ଆଜିଠାରୁ ୧୯ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ।

The post ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜିଠୁ ୧୯ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା appeared first on KNews Odisha.