ଶୀତରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି…
ଜି.ଉଦୟଗିରି,୨୮ା୧୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ଜି. ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ ଜାଣିବାକୁ ମିଳିଛି । କିନ୍ତୁ ସହରଠାରୁ ଅଧିକ ଶୀତ ମୁକୁଲିଙ୍ଗିଆ, ସିରିକି, କୁର୍ମିଙ୍ଗିଆ ସମେତ ଗ୍ରାମରେ ଅନୁଭୂତ ହେଉଛି ବୋଲି ଗ୍ରାମବାସୀ କହୁଛନ୍ତି। ସେଇ ଗ୍ରାମରେ ତାପ ମାପିବା ଯନ୍ତ୍ର ନ ଥିବାରୁ ସଠିକ୍ ତାପମାତ୍ରା ଜଣାପଡୁନାହିଁ। ଆଜକୁ ୧୨ ଦିନ ହେବ ଜି.ଉଦୟଗିରିରେ ତାପମାତ୍ରା କମ୍ ରହୁଥିବା ଯୋଗୁ […] The post ଶୀତରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି… appeared first on Dharitri Odia News.
ଜି.ଉଦୟଗିରି,୨୮ା୧୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ଜି. ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ ଜାଣିବାକୁ ମିଳିଛି । କିନ୍ତୁ ସହରଠାରୁ ଅଧିକ ଶୀତ ମୁକୁଲିଙ୍ଗିଆ, ସିରିକି, କୁର୍ମିଙ୍ଗିଆ ସମେତ ଗ୍ରାମରେ ଅନୁଭୂତ ହେଉଛି ବୋଲି ଗ୍ରାମବାସୀ କହୁଛନ୍ତି। ସେଇ ଗ୍ରାମରେ ତାପ ମାପିବା ଯନ୍ତ୍ର ନ ଥିବାରୁ ସଠିକ୍ ତାପମାତ୍ରା ଜଣାପଡୁନାହିଁ। ଆଜକୁ ୧୨ ଦିନ ହେବ ଜି.ଉଦୟଗିରିରେ ତାପମାତ୍ରା କମ୍ ରହୁଥିବା ଯୋଗୁ ଜନଜୀବନ ପ୍ରଭାବିତ ହେଉଛ। ଗରିବ ଲୋକମାନେ ବହୁତ କଷ୍ଟ ପାଉଛନ୍ତି। ଘନ କୁହୁଡ଼ି, କୋହଳିଆ ପବନ ଶୀତକୁ ଦ୍ୱିଗୁଣିତ କରିଦେଉଛି। ସର୍ବୋଚ୍ଚ ତାପମାତ୍ରା ୨୪ ଡିଗ୍ରୀ ରହୁଥିବା ଯୋଗୁ ଦିନ ସାରା ଶୀତ ଅନୁଭୂତ ହେଉଛି। ନିରାଶ୍ରୟମାନଙ୍କ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ରାତ୍ରକାଳୀନ ଆଶ୍ରୟସ୍ଥଳ ଖୋଲାଯାଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହେଉଛି। ଦୀର୍ଘଦିନ ହେବ ଶୀତ ଲାଗି ରହିବା ଫଳରେ ଘରେ ଘରେ ଲୋକମାନେ ଥଣ୍ଡା, କାଶରେ ଆକ୍ରାନ୍ତ ହେଉଛନ୍ତି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ଲୋକମାନେ ନିଆଁ ଜାଳି ନିଆଁ ପୁଉଁଛନ୍ତି।
The post ଶୀତରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି… appeared first on Dharitri Odia News.