ଶୀତରେ ଥରୁଛି ଜି.ଉଦୟଗିରି ସହର, ସର୍ବନିମ୍ନ ତାପମାତ୍ରା ରହିଛି…
ଜି.ଉଦୟଗିରି,୨ା୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ପ୍ରବଳ ଶୀତରେ ଥରୁଛି ସହର। ଗୁରୁବାର ଜି.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ ଜଣାଯାଇଛି। ବୁଧବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିଲା। କିଛି ଦିନ ବ୍ୟବଧାନ ପରେ ହଠାତ୍ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏଣେ ଅତ୍ୟଧିକ କୁହୁଡ଼ି ଯୋଗୁ […] The post ଶୀତରେ ଥରୁଛି ଜି.ଉଦୟଗିରି ସହର, ସର୍ବନିମ୍ନ ତାପମାତ୍ରା ରହିଛି… appeared first on Dharitri Odia News.
ଜି.ଉଦୟଗିରି,୨ା୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ପ୍ରବଳ ଶୀତରେ ଥରୁଛି ସହର। ଗୁରୁବାର ଜି.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ ଜଣାଯାଇଛି। ବୁଧବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିଲା। କିଛି ଦିନ ବ୍ୟବଧାନ ପରେ ହଠାତ୍ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏଣେ ଅତ୍ୟଧିକ କୁହୁଡ଼ି ଯୋଗୁ ୫୦ ମିଟର ଆଗକୁ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ପ୍ରବଳ ଶୀତ ଯୋଗୁ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାରେ ଥିବାବେଳେ ଅନ୍ୟପଟେ ଶୀତର ମଜା ନେବା ପାଇଁ ଜି.ଉଦୟଗିରିକୁ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି। କଳିଙ୍ଗା ବନ ଉଦ୍ୟାନ। କୁର୍ମିଙ୍ଗିଆ ହିଲ୍ଟପ୍, ସିରିକି ପାର୍କ, କଫିବଗିଚା, କଳିଙ୍ଗା ଘାଟି ଦେଖିବାକୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛ। ନୂଆବର୍ଷ ଆରମ୍ଭରୁ ଶୀତର ମାତ୍ରା ବଢ଼ିଚାଲିଛି।
The post ଶୀତରେ ଥରୁଛି ଜି.ଉଦୟଗିରି ସହର, ସର୍ବନିମ୍ନ ତାପମାତ୍ରା ରହିଛି… appeared first on Dharitri Odia News.