ସରକାରଙ୍କୁ ୧୦୦% ସମର୍ଥନ, ଆତଙ୍କବାଦୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୩୦।୪: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାର କଥା ପୁନର୍ବାର କହିଛନ୍ତି। ସେ କହିଛନ୍ତି ଯେ ଯିଏ ଏହା କରିଛି, ତାକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ସେ ଆହୁରି କହିଛନ୍ତି, “ଏହି ମାମଲାରେ ଯାହା କିଛି କାର୍ଯ୍ୟାନୁଷ୍ଠାନ କରିବାକୁ ଅଛି, ତାହା ପ୍ରଧାନମନ୍ତ୍ରୀ ମୋଦି କରିବେ। ପ୍ରଧାନମନ୍ତ୍ରୀଙ୍କୁ ବିଳମ୍ବ କରିବା ଉଚିତ୍ ନୁହେଁ ଏବଂ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। […] The post ସରକାରଙ୍କୁ ୧୦୦% ସମର୍ଥନ, ଆତଙ୍କବାଦୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ: ରାହୁଲ ଗାନ୍ଧୀ appeared first on Dharitri Odia News.

ସରକାରଙ୍କୁ ୧୦୦% ସମର୍ଥନ, ଆତଙ୍କବାଦୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୩୦।୪: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାର କଥା ପୁନର୍ବାର କହିଛନ୍ତି। ସେ କହିଛନ୍ତି ଯେ ଯିଏ ଏହା କରିଛି, ତାକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ସେ ଆହୁରି କହିଛନ୍ତି, “ଏହି ମାମଲାରେ ଯାହା କିଛି କାର୍ଯ୍ୟାନୁଷ୍ଠାନ କରିବାକୁ ଅଛି, ତାହା ପ୍ରଧାନମନ୍ତ୍ରୀ ମୋଦି କରିବେ। ପ୍ରଧାନମନ୍ତ୍ରୀଙ୍କୁ ବିଳମ୍ବ କରିବା ଉଚିତ୍ ନୁହେଁ ଏବଂ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। ସେ ସ୍ପଷ୍ଟ କରିଦେବା ଉଚିତ୍ ଯେ ଭାରତ ଏହି ଅବାଞ୍ଛିତ ଘଟଣାକୁ ସହ୍ୟ କରିବ ନାହିଁ।”

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କାନପୁରରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ନିହତ ଶୁଭମ ଦ୍ୱିବେଦୀଙ୍କ ପରିବାରଙ୍କୁ ଭେଟିଥିଲେ। ଏହାର ଉଲ୍ଲେଖ କରି ସେ କହିଛନ୍ତି, “ମୁଁ ଆଜି କାନପୁର ଗଲି ଓ ସେଠାରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ପରିବାରଙ୍କୁ ଭେଟିଲି। ସେହି ପରିବାରର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଆକ୍ରମଣରେ ୨୮ ଜଣଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବେ ହତ୍ୟା କରାଯାଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ ଆତଙ୍କବାଦୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ସେମାନେ ଯେଉଁଠାରେ ଥାଉନା କାହିଁକି, ସେମାନଙ୍କୁ ମୂଲ୍ୟ ଦେବାକୁ ପଡ଼ିବ।”

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, “କାନପୁରରେ ପୀଡ଼ିତ ପରିବାର ମୋତେ କହିଥିଲେ ଯେ ଆପଣ ଆପଣଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସନ୍ଦେଶ ପହଞ୍ଚାଇ ଦିଅନ୍ତୁ। ମୁଁ ସେହି ୨୮ଟି ପରିବାରଙ୍କ ତରଫରୁ କହୁଛି ଯେ ପ୍ରଧାନମନ୍ତ୍ରୀ ଜୀ, ସେହି ପରିବାରମାନେ କହିଛନ୍ତି ଯେ ଆମ ପିଲାମାନେ ଶହୀଦ ହୋଇଛନ୍ତି। ଆମେ ଚାହୁଁଛୁ ଯେ ଆପଣ ସେମାନଙ୍କୁ ଶହୀଦର ମାନ୍ୟତା ଦିଅନ୍ତୁ। ଆମେ ୧୦୦% ସରକାରଙ୍କୁ ସମର୍ଥନ କରୁଛୁ। ଏହି ବିଷୟରେ କୌଣସି ରାଜନୈତିକ ମତଭେଦ ନାହିଁ।”

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଗାମୀ ଜନଗଣନାରେ ଜାତିଗତ ଗଣନା କରାଯିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ସଂସଦରେ ଆମେ କହିଥିଲୁ ଯେ ଜାତିଗତ ଗଣନା କରାଇବୁ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ କେବଳ ଚାରୋଟି ଜାତି ଅଛି, କିନ୍ତୁ ଜଣେ ଜାଣିନାହାଁନ୍ତି କ’ଣ ହେଲା ଯେ ୧୧ ବର୍ଷ ପରେ ଏହାର ଘୋଷଣା କରାଗଲା।”

The post ସରକାରଙ୍କୁ ୧୦୦% ସମର୍ଥନ, ଆତଙ୍କବାଦୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ: ରାହୁଲ ଗାନ୍ଧୀ appeared first on Dharitri Odia News.