ଶୀତଳ ଷଷ୍ଠୀ ପାଇଁ ରାଜ୍ୟ ସରକାର ଦେବେ ୧ କୋଟି ୮ ଲକ୍ଷ ସହାୟତା

ସମ୍ବଲପୁର: ଦେବାଧିଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କର ଅଲୌକିତ ବିବାହୋତ୍ସଵ “ଶୀତଳ ଷଷ୍ଠୀ” ଯାତ୍ରା ଓଡ଼ିଆ ସଂସ୍କୃତି, ପରମ୍ପରାର ଅନନ୍ୟ ବିଭବ। ଏହାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧ କୋଟି ୮ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏହି ଆର୍ଥିକ ଅନୁଦାନ ସମ୍ବଲପୁରର ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟି ଏବଂ ଅନୁଷ୍ଠାନମାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ […]

ଶୀତଳ ଷଷ୍ଠୀ ପାଇଁ ରାଜ୍ୟ ସରକାର ଦେବେ ୧ କୋଟି ୮ ଲକ୍ଷ ସହାୟତା

ସମ୍ବଲପୁର: ଦେବାଧିଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କର ଅଲୌକିତ ବିବାହୋତ୍ସଵ “ଶୀତଳ ଷଷ୍ଠୀ” ଯାତ୍ରା ଓଡ଼ିଆ ସଂସ୍କୃତି, ପରମ୍ପରାର ଅନନ୍ୟ ବିଭବ। ଏହାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧ କୋଟି ୮ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏହି ଆର୍ଥିକ ଅନୁଦାନ ସମ୍ବଲପୁରର ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟି ଏବଂ ଅନୁଷ୍ଠାନମାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସୁଚନା ଅନୁଯାୟୀ, ସମ୍ବଲପୁର ସହର ଓ ଏହାର ଉପକଣ୍ଠରେ ହେଉଥିବା ୨୧ଟି ଶିବ ପାର୍ବତୀ ବିବାହୋତ୍ସଵ ଶୀତଳ ଷଷ୍ଠୀ କମିଟି ଓ ଆୟୋଜକଙ୍କୁ ମିଳିବ ଏହି ୧ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ।