ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଅସ୍ତରଙ୍ଗ,୩୦।୯(ପ୍ରଦୀପ୍ତ କୁମାର ଦୀକ୍ଷିତ): ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ହାଟବଜାରରେ ବିକ୍ରି ହେଉଥିବା ଶୁଖୁଆର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାକାର ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ ବ୍ୟବହାର କରାଯାଉଛି। ଏହି ଶୁଖୁଆ ଆଣି ବେପାରୀମାନେ ସ୍ଥାନୀୟ ହାଟବଜାରରେ ବିକ୍ରି କରୁଛନ୍ତି। ଏହାକୁ ଲୋକେ କିଣିନେଉଛନ୍ତି। ତେବେ ଏହି ଶୁଖୁଆ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ତେଣୁ ଏ ଦିଗରେ ପ୍ରଶାସନ ଅଙ୍କୁଶ ଲଗାଇବା ସହ ସଚେତନ କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। […] The post ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌ appeared first on Dharitri Odia News.

ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଅସ୍ତରଙ୍ଗ,୩୦।୯(ପ୍ରଦୀପ୍ତ କୁମାର ଦୀକ୍ଷିତ): ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ହାଟବଜାରରେ ବିକ୍ରି ହେଉଥିବା ଶୁଖୁଆର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାକାର ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ ବ୍ୟବହାର କରାଯାଉଛି। ଏହି ଶୁଖୁଆ ଆଣି ବେପାରୀମାନେ ସ୍ଥାନୀୟ ହାଟବଜାରରେ ବିକ୍ରି କରୁଛନ୍ତି। ଏହାକୁ ଲୋକେ କିଣିନେଉଛନ୍ତି। ତେବେ ଏହି ଶୁଖୁଆ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ତେଣୁ ଏ ଦିଗରେ ପ୍ରଶାସନ ଅଙ୍କୁଶ ଲଗାଇବା ସହ ସଚେତନ କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଅସ୍ତରଙ୍ଗ ବଜାର ସମେତ ନୂଆଗଡ଼, ବାଲିଡିଆ, କାଳିଆକଣ, ସହନ, ଡାଳୁଅକଣି, ପାଟସୁନ୍ଦରପୁର ଅଞ୍ଚଳରେ ଏବେ ଶୁଖୁଆ ବେପାର ଜମୁଛି। ବେପାରୀମାନେ ମାସକୁ କୁଇଣ୍ଟାଲ କୁଇଣ୍ଟାଲ ଶୁଖୁଆ ଏହି ସବୁ ଅଞ୍ଚଳରୁ ଖାଉଟିଙ୍କୁ ବିକ୍ରୟ କରୁଛନ୍ତି। ପୂର୍ବରୁ ଏଠାକାର ଶୁଖୁଆର ମାନ ବହୁତ ଭଲ ଥିଲା। ତେବେ ଗତକିଛି ବର୍ଷ ଭିତରେ ଶୁଖୁଆର ମାନ ବିଗିଡି ଯାଇଛି। ପୂର୍ବରୁ ପ୍ରାକୃତିକ ଉପାୟରେ ଶୁଖୁଆ ଖଳାରେ ଶୁଖୁଆ ପ୍ରସ୍ତୁତ ହେଉଥିଲା। ଏଥିପାଇଁ କିଛି ଦିନ ସମୟ ଲାଗୁଥିଲା। ଦିନ ଦିନ ଧରି ଖରାରେ ଶୁଖାଇବାକୁ ପଡୁଥିଲା। ହେଲେ ଏବେ ଶୁଖୁଆର ପ୍ରସ୍ତୁତ ତରିକା ବଦଳିଯାଇଛି। ରାସାୟନିକ ଉପାୟରେ ଶୁଖୁଆ ପ୍ରସ୍ତୁତ କରାଯାଉଛି। ଶୁଖୁଆକୁ ଶୁଖେଇବା ଓ ସତେଜ ରଖିବା ପାଇଁ ଫର୍ମାଲିନ ନାମକ କେମିକାଲ ବ୍ୟବହାର କରାଯାଉଛି। ମାଛ ଧରା ଯିବା ପରେ କଞ୍ଚାମାଛକୁ କାଟି ଫର୍ମାଲିନ ଦିଆଯାଉଛି। ସମୁଦ୍ର ମଝିରେ ନ ହେଲେ ଶୁଖୁଆ ଖଳାରେ ଏହି କେମିକାଲ ବ୍ୟବହାର କରାଯାଉଛି। ଏହା ମଣିଷର ଫୁସ୍‌ଫୁସ୍‌, ଖାଦ୍ୟନଳୀ, ପାକସ୍ଥଳୀ ଏପରିକି କିଡନୀ ଉପରେ ପ୍ରଭାବ ପକାଇଥାଏ। ଖଳାରୁ ବୋରେଇ, କଣ୍ଟିଆ, ଚିଙ୍ଗୁଡ଼ି, ଖଇଙ୍ଗା, ଫାସି ଓ ଅନ୍ୟ ପ୍ରକାର ଶୁଖୁଆ ଚାରିଚକିଆ ଓ ତିନିଚକିଆରେ ଅସ୍ତରଙ୍ଗ ବଜାରକୁ ଆସୁଛି। ଖଇଙ୍ଗା ଶୁଖୁଆର ବିଶେଷ ଆଦର ରହିଛି, ଯାହା ୩ଶହରୁ ୫ଶହ ଟଙ୍କା ଓ କଣ୍ଟିଆ କିଲୋ ୮୦ ଟଙ୍କାରୁ ୨ଶହ ଟଙ୍କାରେ ବିକ୍ରି ହେଉଛି। କିଛି ବର୍ଷ ତଳେ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ସଚେତନତା ପାଇଁ ଜେଟିରେ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା। ଶୁଖୁଆ ପ୍ରସ୍ତୁତିରେ କୌଣସି ପ୍ରକାର ରାସାୟନିକ ବ୍ୟବହାର ନ କରିବା ପାଇଁ ସଚେତନ କରାଯାଇଥିଲା। କଟକଣା ସତ୍ତ୍ୱେ ଶୁଖୁଆରେ ଫର୍ମାଲିନ ବ୍ୟବହାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବଜାରକୁ ଶୁଖୁଆ ଆସିବା ପୂର୍ବରୁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।

The post ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌ appeared first on Dharitri Odia News.