ଶୁଫି ଧର୍ମପୀଠରେ ବଡ଼ ଧରଣର ଆତଙ୍କବାଦୀ ହମଲା, ୧୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଶୁଫି ଧର୍ମପୀଠରେ ବଡ଼ ଧରଣର ଆତଙ୍କବାଦୀ ହମଲା। ଆଫଗାନିସ୍ତାନର ନାହରିନ ସ୍ଥିତ ଶୁଫି ଧର୍ମପୀଠରେ ଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି ଜଣେ ଆତଙ୍କବାଦୀ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ଦେଇଛନ୍ତି।ଶୁଫି ଧର୍ମପୀଠରେ ଏତେ ବଡ଼ ହମଲା ହୋଇଥିଲେ ହେଁ ଏଯାଏ କୌଣସି ସଂଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି। ଘଟଣା ପରେ ମୃତାହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।ଧର୍ମପୀଠରେ ଆଜି ଶତାଧିକ ଶୁଫି ଧର୍ମାବଳମ୍ବୀମାନେ ସାପ୍ତାହିକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏପରି ଗୁଳିମାଡ଼ ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଅବଦୁଲ ମାଟିନ କ୍ୱାନି ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଶୁଫି ଧର୍ମପୀଠରେ ବଡ଼ ଧରଣର ଆତଙ୍କବାଦୀ ହମଲା। ଆଫଗାନିସ୍ତାନର ନାହରିନ ସ୍ଥିତ ଶୁଫି ଧର୍ମପୀଠରେ ଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି ଜଣେ ଆତଙ୍କବାଦୀ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ଦେଇଛନ୍ତି।
ଶୁଫି ଧର୍ମପୀଠରେ ଏତେ ବଡ଼ ହମଲା ହୋଇଥିଲେ ହେଁ ଏଯାଏ କୌଣସି ସଂଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି। ଘଟଣା ପରେ ମୃତାହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ଧର୍ମପୀଠରେ ଆଜି ଶତାଧିକ ଶୁଫି ଧର୍ମାବଳମ୍ବୀମାନେ ସାପ୍ତାହିକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏପରି ଗୁଳିମାଡ଼ ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଅବଦୁଲ ମାଟିନ କ୍ୱାନି ସୂଚନା ଦେଇଛନ୍ତି।