ଶୁଳିଆ ଜଙ୍ଗଲରେ ବାଘ ଆତଙ୍କ ଘଟଣା; ଡ୍ରୋନ କ୍ଯାମେରା ଯୋଗେ ବନ ବିଭାଗର ତନାଘନା
ବାଣପୁର: ଟାଙ୍ଗୀ ଫରେଷ୍ଟ ରେଞ୍ଜ ଅଧିନ ସଲପଡିହ ଶୁଳିଆ ଜଙ୍ଗଲର ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଏବଂ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ଏକ ଷଣ୍ଢକୁ ମାରି ଘୋସାଡି ନେଇ ଶରୀର ପଛ ପାର୍ଶ୍ବ ଖାଇ କ୍ଷତାକ୍ତ ଅବସ୍ଥାରେ ପଡିଥିବା ସ୍ଥାନରେ ବାଘର ପାଦ ଚିହ୍ନି ପଡିଥିବା ବନ ବିଭାଗ କର୍ମଚାରୀ ମାନେ ଦେଖିଥିବା ବେଳେ ଅଞ୍ଚଳରେ ମହାବଳ ବାଘର ଉପସ୍ଥିତି ଅନୁମାନ କରାଯାଉଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭିତ ଥିବା ବେଳେ ଟାଙ୍ଗୀ ରେଞ୍ଜ […]

ବାଣପୁର: ଟାଙ୍ଗୀ ଫରେଷ୍ଟ ରେଞ୍ଜ ଅଧିନ ସଲପଡିହ ଶୁଳିଆ ଜଙ୍ଗଲର ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଏବଂ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ଏକ ଷଣ୍ଢକୁ ମାରି ଘୋସାଡି ନେଇ ଶରୀର ପଛ ପାର୍ଶ୍ବ ଖାଇ କ୍ଷତାକ୍ତ ଅବସ୍ଥାରେ ପଡିଥିବା ସ୍ଥାନରେ ବାଘର ପାଦ ଚିହ୍ନି ପଡିଥିବା ବନ ବିଭାଗ କର୍ମଚାରୀ ମାନେ ଦେଖିଥିବା ବେଳେ ଅଞ୍ଚଳରେ ମହାବଳ ବାଘର ଉପସ୍ଥିତି ଅନୁମାନ କରାଯାଉଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭିତ ଥିବା ବେଳେ ଟାଙ୍ଗୀ ରେଞ୍ଜ ଏସିଏଫ ଦେବାଶିଷ ଭୋଇ ଓ ନାଚୁଣୀ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ରବିବାର ସଲପଡିହ ଶୁଳିଆ ଜଙ୍ଗଲରେ ମହାବଳ ବାଘର ଅବସ୍ଥିତି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ୮ ଗୋଟି ଟ୍ରାପ କ୍ୟାମେରା ଲଗା ଯାଇଥିବା ସହ ଜଙ୍ଗଲରେ ଡ୍ରୋନ କ୍ୟାମେରା ସହାୟତାରେ କର୍ମଚାରୀ ମାନେ ନିରୀକ୍ଷଣ ଜାରି ରଖିଛନ୍ତି। ବାଘର ସନ୍ଧାନ ମିଳିଲେ ତାକୁ ଘଉଡେଇବାର ସମସ୍ତ ବ୍ଯବସ୍ଥା କରାଯାଉଛି ବୋଲି ଏସିଏଫ ସୂଚନା ଦେଇ ଥିବା ବେଳେ ବାଘଟି ଭଞ୍ଜନଗର ଜଙ୍ଗଲରୁ ଶୁଳିଆ ଜଙ୍ଗଲକୁ ଆସିଥିବା ସହ ପାଦ ଚିହ୍ନରୁ ଏହା ଏକ ମହାବାଳ ବାଘ ବୋଲି ଅନୁମାନ କରାଯାଉଛି ବୋଲି ନାଚୁଣୀ ଫରେଷ୍ଟର କହିଛନ୍ତି।
ସୁଚନା ଥାଉକି, ମୋରାମରୀ ପଞ୍ଚାୟତ ଅନ୍ତର୍ଗତ ସଲପଡିହ ଶୁଳିଆ ଜଙ୍ଗଲର ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ପଡିଥିବା ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରିବା ସମୟରେ ଦେଖିଥିଲେ। ଶୁକ୍ରବାର ରାତିରେ ଜଙ୍ଗଲ ସଂଲଗ୍ନ ସଲପଡିହ ଗ୍ରାମ ଝୋଲା ସାହି ପାଣ୍ଡବାଶୁଣି ମନ୍ଦିର ନିକଟରେ ଏକ ଷଣ୍ଢ ଶୋଇଥିବା ବେଳେ ଷଣ୍ଢକୁ ମାରି ଘୋସାଡି ନେଇ ଶରୀର ପଛ ପାର୍ଶ୍ବରୁ ଅଧିକ ଅଂଶ ଖାଇ କ୍ଷତାକ୍ତ ଅବସ୍ଥାରେ ଶନିବାର ସକାଳେ ସଲପଡିହ ହରିଜନ ସାହି ମଙ୍ଗଳା ମନ୍ଦିର ଅନତିଦୂର ଆମ୍ବଝର ବିଲ ମଧ୍ୟରେ ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ସଲପଡିହ ଫରେଷ୍ଟ ବିଟ୍ ହାଉସକୁ ସୁଚନା ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ଉକ୍ତ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିଥିଲେ। ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଓ ଚିହ୍ନର ଆକାର ମହାବଳ ବାଘର ଉପସ୍ଥିତିକୁ ନେଇ ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି। ବନ କର୍ମଚାରୀ ମାନେ ବହୁ ଖୋଜାଖୋଜି କରି ବାଘର ସନ୍ଧାନ ପାଇ ନଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଆଖ ପାଖ ୯ ଖଣ୍ଡ ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ଜଙ୍ଗଲ ଅଞ୍ଚଳକୁ ନଯିବାକୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି।