ଶେଖ ହାସିନାଙ୍କୁ ପୁଣି ବାଂଲାଦେଶ ପଠାଇଦେବ ଭାରତ? ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି
ଢାକା,୧୫।୮: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମହମ୍ମଦ ତୋହିଦ ହୁସେନ ଗୁରୁବାର ଶେଖ ହାସିନାଙ୍କ ବାଂଲାଦେଶ ଫେରିବାକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାର ଖୁବଶୀଘ୍ର ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ନିଷ୍ପତ୍ତି ନେବେ, କାରଣ ତାଙ୍କ ବିରୋଧରେ ମାମଲା ବଢିବାରେ ଲାଗିଛି। ରୟଟର୍ସକୁ ଦେଇଥିବା ଏକ ସାକ୍ଷାତକାରରେ ତୋହିଦ ହୁସେନ କହିଛନ୍ତି ଯେ ଆମେ କଳ୍ପନା କରିବାକୁ ଚାହୁଁନାହୁଁ, କିନ୍ତୁ ଶେଖ ହାସିନାଙ୍କ ବିରୁଦ୍ଧରେ ଅନେକ ମାମଲାକୁ ସାମ୍ନା କରୁଛୁ। ସେ କହିଛନ୍ତି, ପୂର୍ବତନ […] The post ଶେଖ ହାସିନାଙ୍କୁ ପୁଣି ବାଂଲାଦେଶ ପଠାଇଦେବ ଭାରତ? ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି appeared first on Dharitri Odia News.
ଢାକା,୧୫।୮: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମହମ୍ମଦ ତୋହିଦ ହୁସେନ ଗୁରୁବାର ଶେଖ ହାସିନାଙ୍କ ବାଂଲାଦେଶ ଫେରିବାକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାର ଖୁବଶୀଘ୍ର ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ନିଷ୍ପତ୍ତି ନେବେ, କାରଣ ତାଙ୍କ ବିରୋଧରେ ମାମଲା ବଢିବାରେ ଲାଗିଛି।
ରୟଟର୍ସକୁ ଦେଇଥିବା ଏକ ସାକ୍ଷାତକାରରେ ତୋହିଦ ହୁସେନ କହିଛନ୍ତି ଯେ ଆମେ କଳ୍ପନା କରିବାକୁ ଚାହୁଁନାହୁଁ, କିନ୍ତୁ ଶେଖ ହାସିନାଙ୍କ ବିରୁଦ୍ଧରେ ଅନେକ ମାମଲାକୁ ସାମ୍ନା କରୁଛୁ। ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣର ଶେଷ ନିଷ୍ପତ୍ତି ଦେଶର ଗୃହ ଓ ଆଇନ ମନ୍ତ୍ରୀଙ୍କ ଉପରେ ନିର୍ଭର କରେ।
ବାଂଲାଦେଶର ବିଦେଶୀ ମନ୍ତ୍ରୀ କହିଛନ୍ତି, ଶେଖ ହାସିନା ରାଜନୈତିକ ଶରଣ ପାଇଁ ବିକଳ୍ପ ଖୋଜି ଦିଲ୍ଲୀରେ ରହିଛନ୍ତି, ଯାହା ପଡୋଶୀ ଦେଶ ଭାରତ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରୁଛି। ମୁଁ ନିଶ୍ଚିତ ଯେ ଭାରତ ଏହି ସମସ୍ତ ଜିନିଷର ଯତ୍ନ ନେବେ। ତଥାପି, ସେ ଏହି ବିଷୟରେ ସବିଶେଷ ତଥ୍ୟରେ କିଛି କହି ନାହାଁନ୍ତି।
The post ଶେଖ ହାସିନାଙ୍କୁ ପୁଣି ବାଂଲାଦେଶ ପଠାଇଦେବ ଭାରତ? ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି appeared first on Dharitri Odia News.