ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଲେ ମୋଦି

ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ। ଅପରାହ୍ନ ୪ଟାରେ ବରୁଆ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ।

ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଲେ ମୋଦି

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର । ତା ପୂର୍ବରୁ ପ୍ରଚାର ଯୁଦ୍ଧକୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରସ୍ତୁତ ସବୁ ଦଳ। ବିଜେପି ପାଇଁ ଆଜି ପ୍ରଚାର ଲାଗି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦାଠାରେ ମୋଦି ପହଞ୍ଚି ସାରିଛନ୍ତି। ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ଦିନ ସାଢ଼େ ଗୋଟେରେ ବାରିପଦା ସ୍ଥିତ ଛଉ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି । ପରେ ଅପରାହ୍ନ ୨ଟାରେ ବାଲେଶ୍ବର ରେମୁଣା ସ୍ଥିତ ନରହରି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ। ଅପରାହ୍ନ ୪ଟାରେ ବରୁଆ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ କଡ଼ା ସମାଲୋଚନା

ଓଡ଼ିଶାକୁ ଶେଷ ଦଫା ଭୋଟ୍ ଭିକ୍ଷା କରିବାକୁ ଆସିବା ପୂର୍ବରୁ ଗତକାଲି ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଏଥର ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଦମ୍ଭୋକ୍ତି ଦେଖାଇଥିଲେ। ସେହିପରି ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶାରେ ପ୍ରଚାର ବେଳେ ଜୁନ୍ ୪ ବିଜେଡିର ଏକ୍ସପାଏରୀ ଡେଟ୍ ଓ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଥିଲେ। ଆଜି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଚାର ବେଳେ ଓଡ଼ିଶାବାସୀଙ୍କୁ କଣ କହିବେ, ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି ।