ଶେଷ ମ୍ୟାଚକୁ ପୂରା ଷ୍ଟାଇଲରେ ଜିତିଲା ଧୋନିଙ୍କ ଟିମ୍, ଚେନ୍ନାଇ ଠାରୁ ୮୩ ରନରେ ହାରିଲା ଗୁଜରାଟ
ଆଜି ଆଇପିଏଲ୍ ୨୦୨୫ରେ ତାର ଶେଷ ମ୍ୟାଚ୍ ଖେଳିଛି ଚେନ୍ନାଇ ସୁପର କିଙ୍ଗସ ଆଉ ଚମତ୍କାର ବିଜୟ ହାସଲ କରିଛି । ପଏଣ୍ଟ ତାଲିକା ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ୮୩ ରନରେ ହରାଇଛି । ଧୋନିଙ୍କ ଟିମ୍ ପାଇଁ ଚଳିତ ବର୍ଷ ଅତି ଖରାପ ଥିଲା । ସେମାନେ ମୋଟ ୧୪ଟି ମ୍ୟାଚ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ପାଇ ତାଲିକାର ସବା ଶେଷ ଅର୍ଥାତ୍ ଦଶମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ […] The post ଶେଷ ମ୍ୟାଚକୁ ପୂରା ଷ୍ଟାଇଲରେ ଜିତିଲା ଧୋନିଙ୍କ ଟିମ୍, ଚେନ୍ନାଇ ଠାରୁ ୮୩ ରନରେ ହାରିଲା ଗୁଜରାଟ appeared first on KNews Odisha.

ଆଜି ଆଇପିଏଲ୍ ୨୦୨୫ରେ ତାର ଶେଷ ମ୍ୟାଚ୍ ଖେଳିଛି ଚେନ୍ନାଇ ସୁପର କିଙ୍ଗସ ଆଉ ଚମତ୍କାର ବିଜୟ ହାସଲ କରିଛି । ପଏଣ୍ଟ ତାଲିକା ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ୮୩ ରନରେ ହରାଇଛି । ଧୋନିଙ୍କ ଟିମ୍ ପାଇଁ ଚଳିତ ବର୍ଷ ଅତି ଖରାପ ଥିଲା । ସେମାନେ ମୋଟ ୧୪ଟି ମ୍ୟାଚ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ପାଇ ତାଲିକାର ସବା ଶେଷ ଅର୍ଥାତ୍ ଦଶମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଗୁଜରାଟ ଏହି ପରାଜୟ ସତ୍ତ୍ବେ ପ୍ରଥମ ସ୍ଥାନ ବଜାୟ ରଖିଛି । ଶୁବମନ ଗିଲଙ୍କ ଦଳ ୧୪ଟି ମ୍ୟାଚରୁ ୯ଟି ବିଜୟ ସହ ୧୮ ପଏଣ୍ଟ ଲାଭ କରିଛି । ତେବେ ପଞ୍ଜାବ କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଗୋଟିଏ ଲେଖାଏଁ ମ୍ୟାଚ୍ ବାକି ଥିବା ବେଳେ ସେମାନେ ସମାନ ୧୭ ପଏଣ୍ଟରେ ଅଛନ୍ତି । ଯିଏ ଜିତିବ ୧୯ ପଏଣ୍ଟ ସହ ତାଲିକା ଶୀର୍ଷରେ ପହଞ୍ଚିବ ।
ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କନୱେ ଓ ବ୍ରେଭିସଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟରେ ୨୩୦ ରନ୍ କରିଥିଲା । କନୱେ ୫୨, ବ୍ରେଭିସ ୫୭, ଆୟୁଷ ମାହାତ୍ରେ ୩୪, ଉର୍ଭିଲ ପଟେଲ ୩୭ ଏବଂ ଜାଡେଜା ଅପରାଜିତ ୨୧ ରନ୍ କରିଥିଲେ ।
ପରେ ଗୁଜରାଟ ଦଳ ଯେମିତି ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଥିଲା । ଜାଡେଜା, ଅନଶୁଲ କମ୍ବୋଜ ଏବଂ ନୁର ଅହମ୍ମଦ ବଢ଼ିଆ ବୋଲି କରି ମାତ୍ର ୧୪୭ ରନରେ (୧୮.୩ ଓଭର) ଗୁଜରାଟକୁ ଅଲଆଉଟ୍ କରି ଦେଲେ । ଫର୍ମରେ ଥିବା ସାଇ ସୁଦର୍ଶନ ସର୍ବାଧିକ ୪୧ ରନ କରିଥିବା ବେଳେ ଆଉ କାହାର ପ୍ରଦର୍ଶନ ଭଲ ନଥିଲା । ଜାଡେଜା ୨ଟି ଏବଂ କମ୍ବୋଜ ଓ ନୁର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ମ୍ୟାଚ୍ ଶେଷରେ ଅଧିନାୟକ ଧୋନି କହିଥିଲେ ଯେ ଏହି ସିଜିନ୍ ତାଙ୍କ ଦଳ ପାଇଁ ଆଦୌ ଭଲ ନଥିଲା ତେବେ ଶେଷ ମ୍ୟାଚ୍ ଜିତି ବେଶ୍ କିଛି ଆତ୍ମସନ୍ତୋଷ ମିଳିଛି ।
The post ଶେଷ ମ୍ୟାଚକୁ ପୂରା ଷ୍ଟାଇଲରେ ଜିତିଲା ଧୋନିଙ୍କ ଟିମ୍, ଚେନ୍ନାଇ ଠାରୁ ୮୩ ରନରେ ହାରିଲା ଗୁଜରାଟ appeared first on KNews Odisha.