ଶେଷ ମ୍ୟାଚ୍‌ରେ ଚମକିଲେ ଚେନ୍ନାଇ ବ୍ୟାଟର, ଗୁଜରାଟ ଆଗରେ ବିଶାଳ ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ: ରବିବାର ଚଳିତ ସିଜିନରେ ନିଜର ଶେଷ ମ୍ୟାଚ୍ ଖେଳୁଛି ଚେନ୍ନାଇ ସୁପର କିଙ୍ଗ୍ସ। ଘରୋଇ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆଜି ଦମଦାର ବ୍ୟାଟିଂ କରିଛନ୍ତି ଚେନ୍ନାଇ ବ୍ୟାଟର। ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୩୦ ରନର ବିଶାଳ ସ୍କୋର କରିଛି। ଚଳିତ ସିଜିନରେ ଚେନ୍ନାଇ ବ୍ୟାଟରଙ୍କ ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ଦଳ ପକ୍ଷରୁ ଡେଭନ କନଓ୍ଵେ ୫୨ ରନର ଇନିଂସ ଖେଳିଥିବା ବେଲଳେ ଡେଓ୍ଵାର୍ଲ୍ଡ ବ୍ରେଭିସ୍ ବିସ୍ଫୋରକ ୫୭ ରନ କରିଛନ୍ତି। ମ୍ୟାଚ୍ ଜିତି ଶୀର୍ଷ ସ୍ଥାନ ମଜବୁତ କରିବା ପାଇଁ ଗୁଜରାଟ ସମ୍ମୁଖରେ ୨୩୧ ରନର ବିଜୟ ଲକ୍ଷ୍ୟ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଓପନର ଆୟୁଷ ମହାତ୍ରେ ଓ ଡେଭନ କନଓ୍ଵେ ୪୪ ରନ ଯୋଡ଼ିଥିଲେ। ଏଥିରୁ ଏକାକୀ ୩୪ ରନ କରିଥିଲେ ମହାତ୍ରେ। ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୭ ବଲ୍‌ରୁ ୩ ଚୌକା ଓ ୩ ଛକା ସହ ଏହିରନ କରିଥିଲେ। ଏହା ପରେ କନଓ୍ଵେ ଉର୍ଭିଲ ପଟେଲଙ୍କୁ ସାଥୀ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଉର୍ଭିଲ  ପଟେଲ୍ ୧୧୦ ରନ ସ୍କୋରରେ ୧୯ ବଲରୁ ୩୭ ରନର ଇନିଂସ ଖେଳିଥିଲେ। ଦୁବେ ୧୭ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। କନଓ୍ଵେ ୫୨ ରନ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତେବେ ଶେଷ ଆଡ଼କୁ ଡେଓ୍ଵର୍ଲ୍ଡ ବ୍ରେଭିସ ଦଳର ମୋର୍ଚ୍ଚା ସମ୍ଭାଳ

ଶେଷ ମ୍ୟାଚ୍‌ରେ ଚମକିଲେ ଚେନ୍ନାଇ ବ୍ୟାଟର, ଗୁଜରାଟ ଆଗରେ ବିଶାଳ ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ: ରବିବାର ଚଳିତ ସିଜିନରେ ନିଜର ଶେଷ ମ୍ୟାଚ୍ ଖେଳୁଛି ଚେନ୍ନାଇ ସୁପର କିଙ୍ଗ୍ସ। ଘରୋଇ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆଜି ଦମଦାର ବ୍ୟାଟିଂ କରିଛନ୍ତି ଚେନ୍ନାଇ ବ୍ୟାଟର। ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୩୦ ରନର ବିଶାଳ ସ୍କୋର କରିଛି। ଚଳିତ ସିଜିନରେ ଚେନ୍ନାଇ ବ୍ୟାଟରଙ୍କ ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ଦଳ ପକ୍ଷରୁ ଡେଭନ କନଓ୍ଵେ ୫୨ ରନର ଇନିଂସ ଖେଳିଥିବା ବେଲଳେ ଡେଓ୍ଵାର୍ଲ୍ଡ ବ୍ରେଭିସ୍ ବିସ୍ଫୋରକ ୫୭ ରନ କରିଛନ୍ତି। ମ୍ୟାଚ୍ ଜିତି ଶୀର୍ଷ ସ୍ଥାନ ମଜବୁତ କରିବା ପାଇଁ ଗୁଜରାଟ ସମ୍ମୁଖରେ ୨୩୧ ରନର ବିଜୟ ଲକ୍ଷ୍ୟ ରହିଛି। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଓପନର ଆୟୁଷ ମହାତ୍ରେ ଓ ଡେଭନ କନଓ୍ଵେ ୪୪ ରନ ଯୋଡ଼ିଥିଲେ। ଏଥିରୁ ଏକାକୀ ୩୪ ରନ କରିଥିଲେ ମହାତ୍ରେ। ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୭ ବଲ୍‌ରୁ ୩ ଚୌକା ଓ ୩ ଛକା ସହ ଏହିରନ କରିଥିଲେ। ଏହା ପରେ କନଓ୍ଵେ ଉର୍ଭିଲ ପଟେଲଙ୍କୁ ସାଥୀ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଉର୍ଭିଲ  ପଟେଲ୍ ୧୧୦ ରନ ସ୍କୋରରେ ୧୯ ବଲରୁ ୩୭ ରନର ଇନିଂସ ଖେଳିଥିଲେ। ଦୁବେ ୧୭ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। କନଓ୍ଵେ ୫୨ ରନ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। 

ତେବେ ଶେଷ ଆଡ଼କୁ ଡେଓ୍ଵର୍ଲ୍ଡ ବ୍ରେଭିସ ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଧୂଆଁଧାର ବ୍ୟାଟିଂ କରି ୧୯ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ବ୍ରେଭିସ ୨୩ ବଲ୍‌ରୁ ୪ ଚୌକା ଓ ୫ ଛକା ସହ ୫୭ ରନର ଇନିଂସ ଖେଳିବାରୁ ଗୁଜରାଟ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୩୦ ରନର ବିଶାଳ ସ୍କୋର କରିଛି। ଜାଡ଼େଜା ୨୧ ରନ କରି ଅପରାଜିତ ଥିଲେ।