ଶେଷ ମ୍ୟାଚ୍‌ରେ ଜିମ୍ବାଓ୍ଵେକୁ ୪୨ ରନରେ ହରାଇଲା ଭାରତ, ୪-୧ରେ ସିରିଜ ବିଜୟ

ହରାରେ: ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକୀୟ ଇନିଂସ ଓ ମୁକେଶ କୁମାରଙ୍କ ଘାତକ ବୋଲିଂ ବଳରେ ଭାରତ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଜିମ୍ବାଓ୍ଵେକୁ ୪୨ ରନରେ ହରାଇଛି। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଶୁଭମନ ଗିଲଙ୍କ ନେତୃତ୍ଵାଧିନ ଭାରତୀୟ ଦଳ ୪-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍ ହାରିବା ପରେ ଯୁବ ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୪ଟି ମ୍ୟାଚ୍ ଜିତିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସଞ୍ଜୁ ସାମସନଙ୍କ ୫୮ ରନ, ଶିବମ ଦୁବେଙ୍କ ବିସ୍ଫୋରକ ୨୬ ଓ ରିୟାନ ପରାଗଙ୍କ ୨୨ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୭ ରନ କରିଥିଲା। ଜବାବରେ ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୮.୩ ଓଭରରେ ୧୨୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଡିଓନ ମାୟର୍ସ ୩୪ ରନ, ଫରଜ ଆକ୍ରମ ଓ ତାଡିଓ୍ଵାନ୍ସେ ମାରୁମାନି ପ୍ରତ୍ୟେକ ୨୭ ରନ କରିଥିଲେ। ବୋଲିଂରେ ମୁକେଶ କୁମାର ୨୨ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର ଦଳକୁ ବିଜୟୀ କରାଇଛନ୍ତି। ଏହି ମ୍ୟାଚ୍‌ରେ ଜିମ୍ବାଓ୍ଵେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ ଦେଇଥିଲା। ଯଶସ୍ଵୀ ଜୟସ୍ଵାଲ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ଆଜି ବିଫଳ ହୋଇଥିଲେ। ଏହା ପରେ ସଞ୍ଜୁ ସାମସନ ଓ ରିୟାନ ପରାଗ ଦମଦାର ବ୍ୟାଟିଂ କରି ୬୬ ରନର ଭାଗିଦାରୀ ଯୋଡ଼ି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ସାମସନ ୪୫ ବଲ୍‌ରୁ ୧ ଚୌକା ଓ ୪ ଛକା ସହ ୫୮ ରନ କରିଥିଲେ। ରିୟାନ ପରାଗ

ଶେଷ ମ୍ୟାଚ୍‌ରେ ଜିମ୍ବାଓ୍ଵେକୁ ୪୨ ରନରେ ହରାଇଲା ଭାରତ, ୪-୧ରେ ସିରିଜ ବିଜୟ

ହରାରେ: ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକୀୟ ଇନିଂସ ଓ ମୁକେଶ କୁମାରଙ୍କ ଘାତକ ବୋଲିଂ ବଳରେ ଭାରତ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଜିମ୍ବାଓ୍ଵେକୁ ୪୨ ରନରେ ହରାଇଛି। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଶୁଭମନ ଗିଲଙ୍କ ନେତୃତ୍ଵାଧିନ ଭାରତୀୟ ଦଳ ୪-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍ ହାରିବା ପରେ ଯୁବ ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୪ଟି ମ୍ୟାଚ୍ ଜିତିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସଞ୍ଜୁ ସାମସନଙ୍କ ୫୮ ରନ, ଶିବମ ଦୁବେଙ୍କ ବିସ୍ଫୋରକ ୨୬ ଓ ରିୟାନ ପରାଗଙ୍କ ୨୨ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୭ ରନ କରିଥିଲା। ଜବାବରେ ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୮.୩ ଓଭରରେ ୧୨୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଡିଓନ ମାୟର୍ସ ୩୪ ରନ, ଫରଜ ଆକ୍ରମ ଓ ତାଡିଓ୍ଵାନ୍ସେ ମାରୁମାନି ପ୍ରତ୍ୟେକ ୨୭ ରନ କରିଥିଲେ। ବୋଲିଂରେ ମୁକେଶ କୁମାର ୨୨ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର ଦଳକୁ ବିଜୟୀ କରାଇଛନ୍ତି। 

ଏହି ମ୍ୟାଚ୍‌ରେ ଜିମ୍ବାଓ୍ଵେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ ଦେଇଥିଲା। ଯଶସ୍ଵୀ ଜୟସ୍ଵାଲ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ଆଜି ବିଫଳ ହୋଇଥିଲେ। ଏହା ପରେ ସଞ୍ଜୁ ସାମସନ ଓ ରିୟାନ ପରାଗ ଦମଦାର ବ୍ୟାଟିଂ କରି ୬୬ ରନର ଭାଗିଦାରୀ ଯୋଡ଼ି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ସାମସନ ୪୫ ବଲ୍‌ରୁ ୧ ଚୌକା ଓ ୪ ଛକା ସହ ୫୮ ରନ କରିଥିଲେ। ରିୟାନ ପରାଗ ୨୨ ରନ କରି ଆଉଟ୍ ହୋଇଥିଲେ। ଶିବମ ଦୁବେ ବିସ୍ଫୋରକ ବ୍ୟାଟିଂ କରି ୧୨ ବଲ୍‌ରୁ ୨୬ ରନ କରିଥିଲେ। ରିଙ୍କୁ ସିଂ ୧୧ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ୬ ଓ୍ଵିକେଟ୍ ହରାଇ ୧୬୭ ରନ କରିଛି। 

୧୬୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଜିମ୍ବାଓ୍ଵେର ଓପନର ଓ୍ଵେସଲି ମଧେଓ୍ଵେର ଖାତା ଖୋଲି ପାରି ନ ଥିଲେ। ତାଡିଓ୍ଵାନସେ ମାରୁମାନି ୨୭ ରନ କରିଥିଲେ। ବ୍ରିୟାନ ବେନେଟ୍(୧୦)ଙ୍କ ପରେ ମଧ୍ୟକ୍ରମରେ ଡିୟନ ମେୟର୍ସ ୩୪ ରନର ଉପଯୋଗୀ ଇନିଂସ ଖେଳିଥିଲେ। ତେବେ ଅଧିନାୟକ ସିକନ୍ଦର ରାଜା(୮) ଓ ଜୋନାଥନ କ୍ୟାମ୍ପବେଲ(୪) ପାଭିଲିୟନ ଫେରିଥିଲେ। ଶେଷ ଆଡ଼କୁ ଫରଜ ଅକରମ ୧୩ ବଲ୍‌ରୁ ୨୭ ରନ କରିଥିଲେ। ଶେଷରେ ଜିମ୍ବାଓ୍ବେ ୧୮.୩ ଓଭରରେ ୧୨୫ ରନରେ ଅଲଆଉଟ୍ ହୋଇଛି।