ଶେଷ ‘ଷ୍ଟେଟ୍ ଅଫ ଦି ୟୁନିୟନ’ ସ୍ପିଚ୍ ଦେଲେ ଜୋ ବାଇଡେନ, ଜାଣନ୍ତୁ ଭାରତ ନେଇ କହିଲେ କ’ଣ?

ୱାସିଂଟନ ୮।୩: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ ତାଙ୍କର ତୃତୀୟ ତଥା ଶେଷ ‘ଷ୍ଟେଟ୍‌ ଅଫ ଦି ୟୁନିୟନ’ ସ୍ପିଚ୍‌ ଦେଇଛନ୍ତି। ଗୁରୁବାର ଦେଶରେ ଏହି ସ୍ପିଚ୍ ପ୍ରସାରିତ ହୋଇଥିବା ବେଳେ ଲକ୍ଷଲକ୍ଷ ଜନତା ଦେଖିଛନ୍ତି।  ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଶବାସୀଙ୍କୁ ଶେଷ ସମ୍ବୋଧନରେ କହିଛନ୍ତି ଯେ ଚୀନ୍‌ ସହ ଆମେରିକା ନା ପ୍ରତିଯୋଗୀତା କରୁଛି ନ ଲଢେଇ। ଏକବିଂଶ ଶତାବ୍ଦୀରେ କୌଣସି ପ୍ରତିଯୋଗୀତାରେ ବିଜୟୀ ହେବାକୁ ଆମେରିକା ବେଶ୍ ମଜଭୁତ ସ୍ଥିତିରେ ରହିଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେ  ତାଇୱାନ ଷ୍ଟ୍ରେଟ୍‌ରେ ଶାନ୍ତି ଓ ସୁରକ୍ଷା  ତଥା ଚୀନ୍‌ର ତ୍ରୁଟିପୂର୍ଣ୍ଣ ଆର୍ଥିକ ପଦକ୍ଷେପ ବିରୋଧରେ ଛିଡା ହୋଇଛୁ। ଏହା ସହିତ ଆମେ ପ୍ରଶାନ୍ତ କ୍ଷେତ୍ରର ଦେଶ ଭାରତ, ଅଷ୍ଟ୍ରେଲିୟା, ଜାପାନ ଓ ଦକ୍ଷିଣ କୋରିଆ ସହିତ ଆମର ଭାଗିଦାରୀ ବଢେଇଛୁ। ବାଇଡେନ କହିଛନ୍ତି ଯେ ଦୀର୍ଘ ବର୍ଷରୁ ରିପବ୍ଲିକାନ ବନ୍ଧୁ ଓ ଅନ୍ୟ ଲୋକଙ୍କଠାରୁ ଶୁଣି ଆସୁଛି ଚୀନ୍‌ ଆଗକୁ ବଢୁଛି ଓ ଆମେରିକା ପଛକୁ ଯାଉଛି। ତେବେ ଏହା ସମ୍ପୂର୍ଣ୍ଣ ବିପରୀତ, ଆମେରିକା ହିଁ ଆଗକୁ ବଢୁଛି। ଆମେରିକା ରାଷ୍ଟ୍ରପତି କଂଗ୍ରେସରେ ତାଙ୍କର ତୃତୀୟ ଷ୍ଟେଟ୍ ଅଫ ଦି ୟୁନିୟନ ସମ୍ବୋଧନରେ କହିଛନ୍ତି ଯେ ଆମେରିକାର ଅର୍ଥ ବ୍ୟବସ୍ଥା ବିଶ୍ୱର ସବୁଠୁ ଭଲ। ଡେମୋକ୍ରାଟିକ ସରକାର କ୍ଷମତାକୁ ଆସିବା ପରେ ଆମେରିକାର ଜିଡିପିରେ ଅଭିବୃଦ୍

ଶେଷ ‘ଷ୍ଟେଟ୍ ଅଫ ଦି ୟୁନିୟନ’ ସ୍ପିଚ୍ ଦେଲେ ଜୋ ବାଇଡେନ, ଜାଣନ୍ତୁ ଭାରତ ନେଇ କହିଲେ କ’ଣ?

ୱାସିଂଟନ ୮।୩: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ ତାଙ୍କର ତୃତୀୟ ତଥା ଶେଷ ‘ଷ୍ଟେଟ୍‌ ଅଫ ଦି ୟୁନିୟନ’ ସ୍ପିଚ୍‌ ଦେଇଛନ୍ତି। ଗୁରୁବାର ଦେଶରେ ଏହି ସ୍ପିଚ୍ ପ୍ରସାରିତ ହୋଇଥିବା ବେଳେ ଲକ୍ଷଲକ୍ଷ ଜନତା ଦେଖିଛନ୍ତି।  ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଶବାସୀଙ୍କୁ ଶେଷ ସମ୍ବୋଧନରେ କହିଛନ୍ତି ଯେ ଚୀନ୍‌ ସହ ଆମେରିକା ନା ପ୍ରତିଯୋଗୀତା କରୁଛି ନ ଲଢେଇ। ଏକବିଂଶ ଶତାବ୍ଦୀରେ କୌଣସି ପ୍ରତିଯୋଗୀତାରେ ବିଜୟୀ ହେବାକୁ ଆମେରିକା ବେଶ୍ ମଜଭୁତ ସ୍ଥିତିରେ ରହିଛି। 

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେ  ତାଇୱାନ ଷ୍ଟ୍ରେଟ୍‌ରେ ଶାନ୍ତି ଓ ସୁରକ୍ଷା  ତଥା ଚୀନ୍‌ର ତ୍ରୁଟିପୂର୍ଣ୍ଣ ଆର୍ଥିକ ପଦକ୍ଷେପ ବିରୋଧରେ ଛିଡା ହୋଇଛୁ। ଏହା ସହିତ ଆମେ ପ୍ରଶାନ୍ତ କ୍ଷେତ୍ରର ଦେଶ ଭାରତ, ଅଷ୍ଟ୍ରେଲିୟା, ଜାପାନ ଓ ଦକ୍ଷିଣ କୋରିଆ ସହିତ ଆମର ଭାଗିଦାରୀ ବଢେଇଛୁ। ବାଇଡେନ କହିଛନ୍ତି ଯେ ଦୀର୍ଘ ବର୍ଷରୁ ରିପବ୍ଲିକାନ ବନ୍ଧୁ ଓ ଅନ୍ୟ ଲୋକଙ୍କଠାରୁ ଶୁଣି ଆସୁଛି ଚୀନ୍‌ ଆଗକୁ ବଢୁଛି ଓ ଆମେରିକା ପଛକୁ ଯାଉଛି। ତେବେ ଏହା ସମ୍ପୂର୍ଣ୍ଣ ବିପରୀତ, ଆମେରିକା ହିଁ ଆଗକୁ ବଢୁଛି। 

ଆମେରିକା ରାଷ୍ଟ୍ରପତି କଂଗ୍ରେସରେ ତାଙ୍କର ତୃତୀୟ ଷ୍ଟେଟ୍ ଅଫ ଦି ୟୁନିୟନ ସମ୍ବୋଧନରେ କହିଛନ୍ତି ଯେ ଆମେରିକାର ଅର୍ଥ ବ୍ୟବସ୍ଥା ବିଶ୍ୱର ସବୁଠୁ ଭଲ। ଡେମୋକ୍ରାଟିକ ସରକାର କ୍ଷମତାକୁ ଆସିବା ପରେ ଆମେରିକାର ଜିଡିପିରେ ଅଭିବୃଦ୍ଧି ଦେଖାଦେଇଛି। ଗତ ୧ ଦଶନ୍ଧୀରେ ଚୀନ୍‌ ସହ ଆମର ବାଣିଜ୍ୟ ନିଅଣ୍ଟ ସବୁଠୁ ନିମ୍ନସ୍ତରକୁ ଯାଇଛି। ଅର୍ଥାତ ଚୀନ୍‌ ଉପରେ ଆମେରିକା ଏବେ ଆଉ ନିର୍ଭର ନୁହେଁ। ତେବେ ସବୁଠୁ ଯାହା ଗୁରୁତ୍ୱପୂର୍ଣ୍ଣ ମୋ ଶାସନ କାଳରେ ଚୀନ୍‌ ଅସ୍ତ୍ରଶସ୍ତ୍ରରେ ଆମେରିକୀୟ ପ୍ରଯୁକ୍ତିର ବ୍ୟବହାରକୁ ରୋକାଯାଇ ପାରିଛି। ତେବେ ଆମେ ଚୀନ୍ ହେଉ ବା ବିଶ୍ୱର ଯେ କୌଣସି ଦେଶ ୨୧ ବିଂଶ ଶତାବ୍ଦୀରେ ଆମେ କାହା ସହ ବି ପ୍ରତିଯୋଗୀତା କରିବାକୁ ମଜଭୁତ ସ୍ଥିତିରେ ରହିଛେ।