ଶେଷ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ! ଏବେ ଦେଖିବା ପାଇଁ ଲାଗିବ ଭକ୍ତଙ୍କ ଭିଡ଼
ପୁରୀ,୧୧।୧: ଶେଷ ହୋଇଛି ଦୀର୍ଘ ଦିନର ଅପେକ୍ଷା। ରାତି ପାହିଲେ ଚୂଡାନ୍ତ ରୂପ ନେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପୂର୍ବରୁ ଗୁରୁବାର ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସପି ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ପରେ ଗୁରୁବାର ରାତି ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବ ଏବଂ ଶୁକ୍ରବାର କାଲି ପ୍ରକଳ୍ପ ହସ୍ତାନ୍ତର ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ। ମିଳିଥିବା ସୂଚନା […] The post ଶେଷ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ! ଏବେ ଦେଖିବା ପାଇଁ ଲାଗିବ ଭକ୍ତଙ୍କ ଭିଡ଼ appeared first on Dharitri Odia News.
ପୁରୀ,୧୧।୧: ଶେଷ ହୋଇଛି ଦୀର୍ଘ ଦିନର ଅପେକ୍ଷା। ରାତି ପାହିଲେ ଚୂଡାନ୍ତ ରୂପ ନେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପୂର୍ବରୁ ଗୁରୁବାର ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସପି ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ପରେ ଗୁରୁବାର ରାତି ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବ ଏବଂ ଶୁକ୍ରବାର କାଲି ପ୍ରକଳ୍ପ ହସ୍ତାନ୍ତର ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।
ମିଳିଥିବା ସୂଚନା ଅନୁଯାୟୀ ପରିକ୍ରମା ପ୍ରକଳ୍ପ ମଧ୍ୟରେ ୨୭ ଟି ମଠ ଏବଂ ତିନୋଟି ମନ୍ଦିରର ବାହ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ଅନ୍ୟ ତିନୋଟି ମଠର କିଛି କାର୍ୟ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ବୋଲି ସୂତ୍ରରୁ ଜଣାପଡିଛି। ଶୁକ୍ରବାରଠାରୁ ଗୁଆଟେକା ନୀତି ଏବଂ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ।
ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବା ପୂର୍ବରୁ ଜାନୁଆରୀ ୧୫, ୧୬, ଏବଂ ୧୭ରେ ବିଭିନ୍ନ ରୀତିନୀତି ଏବଂ ଆନୁଷଙ୍ଗିକ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଂଜନ ଦାସ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଉଦଘାଟନୀ କାର୍ୟ୍ୟରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାକୁ ଆସୁଥିବାରୁ ଜିଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
The post ଶେଷ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ! ଏବେ ଦେଖିବା ପାଇଁ ଲାଗିବ ଭକ୍ତଙ୍କ ଭିଡ଼ appeared first on Dharitri Odia News.