ଶେଷ ୩ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା: ଦଳକୁ ଫେରିଲେ ରାହୁଲ- ଜାଡେଜା, ଖେଳିବେନି କୋହଲି
ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଶେଷ ୩ ଟେଷ୍ଟ ପାଇଁ ଶନିବାର ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଏକ ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ଏହା ବ୍ୟତୀତ ବିରାଟ କୋହଲି ଶେଷ ୩ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆର ଅଂଶ ନୁହଁନ୍ତି। ବିସିସିଆଇ ଶେଷ ୩ ଟେଷ୍ଟରେ ପାଇଁ ୧୭ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦ୍ରୁତ ବୋଲିଂ ବିଭାଗରେ ଉପ-ଅଧିନାୟକ ଜସପ୍ରୀତ […] The post ଶେଷ ୩ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା: ଦଳକୁ ଫେରିଲେ ରାହୁଲ- ଜାଡେଜା, ଖେଳିବେନି କୋହଲି appeared first on Dharitri Odia News.
ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଶେଷ ୩ ଟେଷ୍ଟ ପାଇଁ ଶନିବାର ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଏକ ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ଏହା ବ୍ୟତୀତ ବିରାଟ କୋହଲି ଶେଷ ୩ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆର ଅଂଶ ନୁହଁନ୍ତି।
ବିସିସିଆଇ ଶେଷ ୩ ଟେଷ୍ଟରେ ପାଇଁ ୧୭ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦ୍ରୁତ ବୋଲିଂ ବିଭାଗରେ ଉପ-ଅଧିନାୟକ ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଏବଂ ମୁକେଶ କୁମାରଙ୍କ ସହ ଯୁବ ଆକାଶ ଦୀପଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସ୍ପିନ ବିଭାଗରେ ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷାର ପଟେଲ ଏବଂ କୁଳଦୀପ ଯାଦବଙ୍କ ସହ ୱାଶିଂଟନ ସୁନ୍ଦର ମଧ୍ୟ ସ୍ଥାନ ପାଇଛନ୍ତି। ଷ୍ଟାର ବ୍ୟାଟର୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଶେଷ ୩ ଟେଷ୍ଟରେ ମଧ୍ୟ ଦଳକୁ ଫେରିନାହାନ୍ତି। ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆର ଅଂଶ ହୋଇନଥିଲେ।
ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ବୀ ଜସୱାଲ, ଶୁବମନ ଗିଲ, କେ.ଏଲ ରାହୁଲ, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁଭ ଜୁରେଲ (ଉଇକେଟ୍ କିପର), କେ.ଏସ ଭରତ (ଉଇକେଟ୍ କିପର) , ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷାର ପଟେଲ, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଏବଂ ଆକାଶ ଦୀପ।
The post ଶେଷ ୩ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା: ଦଳକୁ ଫେରିଲେ ରାହୁଲ- ଜାଡେଜା, ଖେଳିବେନି କୋହଲି appeared first on Dharitri Odia News.