ଶେଷରେ ଚେତିଲା ପ୍ରଶାସନ: ଡାଇଭର୍ଶନ ରାସ୍ତା ସଜାଡ଼ିବାକୁ ନିର୍ଦ୍ଦେଶ
ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରୁ ବୁଡ଼ାଗୁଡା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବାର ଇତି ମଧ୍ୟରେ ୧୦ଦିନରୁ ଅଧିକା ସମୟ ବିତିଯାଇଛି। ରୋଗୀ ସେବା ବାଧାପ୍ରାପ୍ତ ସହ ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ହୋଇଛି। ବଡ଼ ଦୟନୀୟ ଅବସ୍ଥାରେ ତିଲୋରୀ ପଞ୍ଚାୟତ ସମେତ ବୁଡ଼ାଗୁଡା ଏବଂ ଗୁମିକିଆ ଅଞ୍ଚଳବାସୀ ରହୁଥିଲେ। ତେବେ ରବିବାର ୩ ପଞ୍ଚାୟତର ଲୋକ ଏବଂ ଲୋକ ପ୍ରତିନିଧି ମେଳି ହୋଇ […] The post ଶେଷରେ ଚେତିଲା ପ୍ରଶାସନ: ଡାଇଭର୍ଶନ ରାସ୍ତା ସଜାଡ଼ିବାକୁ ନିର୍ଦ୍ଦେଶ appeared first on Dharitri Odia News.
ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରୁ ବୁଡ଼ାଗୁଡା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବାର ଇତି ମଧ୍ୟରେ ୧୦ଦିନରୁ ଅଧିକା ସମୟ ବିତିଯାଇଛି। ରୋଗୀ ସେବା ବାଧାପ୍ରାପ୍ତ ସହ ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ହୋଇଛି। ବଡ଼ ଦୟନୀୟ ଅବସ୍ଥାରେ ତିଲୋରୀ ପଞ୍ଚାୟତ ସମେତ ବୁଡ଼ାଗୁଡା ଏବଂ ଗୁମିକିଆ ଅଞ୍ଚଳବାସୀ ରହୁଥିଲେ। ତେବେ ରବିବାର ୩ ପଞ୍ଚାୟତର ଲୋକ ଏବଂ ଲୋକ ପ୍ରତିନିଧି ମେଳି ହୋଇ ଆନ୍ଦୋଳନ ପାଇଁ ନିଷ୍ପତି ନେବାପାରେ ଜିଲା ପ୍ରଶାସନ ଚେତିଛି।
ସୋମବାରଠାରୁ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶୀଘ୍ର ମରାମତି କାର୍ଯ୍ୟ ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଉକ୍ତଞ୍ଚଳରେ ଥିବା ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ପାଇଁ ମା’ଗୃହକୁ ନିଆଯାଉଥିବା ଜଣାପଡିଛି। ଜଳସ୍ତର କମିଥିବା ବେଳେ ବର୍ତ୍ତମାନ ନଦୀର ଆରପାର ଏକ କାଠଗଣ୍ଡି ପକାଯାଇ ଉକ୍ତ ଗଣ୍ଡି ଉପରେ ଯାତାୟାତ କରୁଛନ୍ତି ଅଞ୍ଚଳବାସୀ। ଗର୍ଭବତୀଙ୍କ ସମେତ ରୋଗୀ, ବୃଦ୍ଧ ସମସ୍ତେ ନିଜ ଜୀବନକୁ ବାଜି ଲଗାଇ ଉକ୍ତ କାଠଗଣ୍ଡି ଉପରେ ଯାତାୟାତ କରୁଛନ୍ତି।
The post ଶେଷରେ ଚେତିଲା ପ୍ରଶାସନ: ଡାଇଭର୍ଶନ ରାସ୍ତା ସଜାଡ଼ିବାକୁ ନିର୍ଦ୍ଦେଶ appeared first on Dharitri Odia News.