ବଢ଼ୁଛି ଭୟ : ବରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ୍
ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଡିପିଏସଓ) ଡା. ସୁଶାନ୍ତ କର କହିଛନ୍ତି। ଅନ୍ୟପଟେ ଅମ୍ବାଭୋନା ବ୍ଲକ ବୁଙ୍ଗାପାଲି ଗ୍ରାମର ଜଣେ ଆକ୍ରାନ୍ତଙ୍କ ସ୍କ୍ରବ ଟାଇଫସ୍ରେ ମୃତ୍ୟୁ ହୋଇଥିବା ନେଇ ବେସରକାରୀଭାବେ ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. କରଙ୍କୁ ପଚାରିବାରୁ ସେ ସମ୍ପର୍କରେ ତାଙ୍କ ପାଖରେ […] The post ବଢ଼ୁଛି ଭୟ : ବରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ୍ appeared first on Dharitri Odia News.
ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଡିପିଏସଓ) ଡା. ସୁଶାନ୍ତ କର କହିଛନ୍ତି। ଅନ୍ୟପଟେ ଅମ୍ବାଭୋନା ବ୍ଲକ ବୁଙ୍ଗାପାଲି ଗ୍ରାମର ଜଣେ ଆକ୍ରାନ୍ତଙ୍କ ସ୍କ୍ରବ ଟାଇଫସ୍ରେ ମୃତ୍ୟୁ ହୋଇଥିବା ନେଇ ବେସରକାରୀଭାବେ ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. କରଙ୍କୁ ପଚାରିବାରୁ ସେ ସମ୍ପର୍କରେ ତାଙ୍କ ପାଖରେ ସୂଚନା ନ ଥିବା ସେ କହିଛନ୍ତି। ଜିଲାରେ ଯେଉଁ ୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ବୋଲି ଡା. କର କହିଛନ୍ତି।
The post ବଢ଼ୁଛି ଭୟ : ବରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ୍ appeared first on Dharitri Odia News.