ଶେଷରେ ଜେଲ୍ ଗଲା ପିତୃହନ୍ତା ପ୍ରଫେସର ପୁଅ: ବୟାନ ରେକର୍ଡ, ମାରଣାସ୍ତ୍ର ଜବତ

ଭୁବନେଶ୍ୱର: ପିତୃହନ୍ତା ପୁଅକୁ ଗିରଫ କଲା ମଞ୍ଚେଶ୍ଵର  ଥାନା ପୋଲିସ।  ପୋଲିସ ଅଭିଯୁକ୍ତଙ୍କୁ ବୁଧବାର ଅଟକ ରଖିଥିବା ବେଳେ ଗୁରୁବାର ତାଙ୍କୁ ଗିରଫ କରିଛି । ଆକ୍ରମଣରେ ଜବତ ଛୁରୀକୁ ଜବତ କରିଛି ପୋଲିସ। ଏହାସହ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ସୂଚନା ଥାଉକି, ଟଙ୍କା ମାଗିବା ନେଇ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷୀପ୍ତ  ହୋଇ ରୋଷେଇ ଘରୁ ଛୁରୀ ନେଇ ବାପା ସୁନୀଲ ଚୌଧୁରୀଙ୍କ ଉପରେ ଆକ୍ରମଣ କରିଥିଲା ପୁଅ ଅନିରୁଦ୍ଧ ଚୌଧୁରୀ । ଘଟଣା ସମୟରେ ମାଆ ପହଞ୍ଚି ବିରୋଧ କରିଥିଲେ ହେଁ ସେତେବେଳେ ପିତୃହନ୍ତା ପୁଅ ବାପାକୁ ହତ୍ୟା କରି ସାରିଥିଲା। ବୁଧବାର ସକାଳେ ଏହି ଘଟଣା ଘଟିଥିଲା। ଉଲ୍ଲେଖନୀୟ ଅଭିଯୁକ୍ତ ଅନିରୁଦ୍ଧ ପାଠ ପଢ଼ିବାକୁ ବାହାରକୁ ଯାଇଥିଲେ। ତେବେ ଟଙ୍କା ପାଇଁ ଆଇନ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର ଅନିରୁଦ୍ଧ ବିଶ୍ଵାଳ ମଞ୍ଚେଶ୍ୱର ରଙ୍ଗମାଟିଆ ଡି ଏଚ ପି ଏଲ ଆପାର୍ଟମେଣ୍ଟର ୧୦୮ ଫ୍ଲାଟ୍‌ରେ ବାପାକୁ  ହତ୍ୟା କରିବାକୁ ପଛେଇ ନ ଥିଲା। ଘଟଣା ସମ୍ପର୍କରେ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । 

ଶେଷରେ ଜେଲ୍ ଗଲା ପିତୃହନ୍ତା ପ୍ରଫେସର ପୁଅ: ବୟାନ ରେକର୍ଡ, ମାରଣାସ୍ତ୍ର ଜବତ

ଭୁବନେଶ୍ୱର: ପିତୃହନ୍ତା ପୁଅକୁ ଗିରଫ କଲା ମଞ୍ଚେଶ୍ଵର  ଥାନା ପୋଲିସ।  ପୋଲିସ ଅଭିଯୁକ୍ତଙ୍କୁ ବୁଧବାର ଅଟକ ରଖିଥିବା ବେଳେ ଗୁରୁବାର ତାଙ୍କୁ ଗିରଫ କରିଛି । ଆକ୍ରମଣରେ ଜବତ ଛୁରୀକୁ ଜବତ କରିଛି ପୋଲିସ। ଏହାସହ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ବୟାନ ରେକର୍ଡ କରାଯାଇଛି । 

ସୂଚନା ଥାଉକି, ଟଙ୍କା ମାଗିବା ନେଇ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷୀପ୍ତ  ହୋଇ ରୋଷେଇ ଘରୁ ଛୁରୀ ନେଇ ବାପା ସୁନୀଲ ଚୌଧୁରୀଙ୍କ ଉପରେ ଆକ୍ରମଣ କରିଥିଲା ପୁଅ ଅନିରୁଦ୍ଧ ଚୌଧୁରୀ । ଘଟଣା ସମୟରେ ମାଆ ପହଞ୍ଚି ବିରୋଧ କରିଥିଲେ ହେଁ ସେତେବେଳେ ପିତୃହନ୍ତା ପୁଅ ବାପାକୁ ହତ୍ୟା କରି ସାରିଥିଲା। 

ବୁଧବାର ସକାଳେ ଏହି ଘଟଣା ଘଟିଥିଲା। ଉଲ୍ଲେଖନୀୟ ଅଭିଯୁକ୍ତ ଅନିରୁଦ୍ଧ ପାଠ ପଢ଼ିବାକୁ ବାହାରକୁ ଯାଇଥିଲେ। ତେବେ ଟଙ୍କା ପାଇଁ ଆଇନ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର ଅନିରୁଦ୍ଧ ବିଶ୍ଵାଳ ମଞ୍ଚେଶ୍ୱର ରଙ୍ଗମାଟିଆ ଡି ଏଚ ପି ଏଲ ଆପାର୍ଟମେଣ୍ଟର ୧୦୮ ଫ୍ଲାଟ୍‌ରେ ବାପାକୁ  ହତ୍ୟା କରିବାକୁ ପଛେଇ ନ ଥିଲା। ଘଟଣା ସମ୍ପର୍କରେ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।