ଆଠଗଡ଼ ଗସ୍ତରେ ଅଶ୍ଵିନୀ ବୈଷ୍ଣବ, ମା’ ଭଟ୍ଟାରିକାଙ୍କୁ କଲେ ଦର୍ଶନ

ଆଠଗଡ଼: ଆଠଗଡ ବଡମ୍ବା ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବଡମ୍ବା ଠାରେ ସମ୍ବିତ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟାଳୟ ଶୁଭ ଉଦଘାଟନ କରିଛନ୍ତି। ମା ଭଟ୍ଟାରିକା ପୀଠରେ ମା ଙ୍କୁ ଦର୍ଶନ କରିବା ପରେ ସ୍ଥାନୀୟ ବିଜେପି ପକ୍ଷରୁ ରେଳ ମନ୍ତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ରେଳ ମନ୍ତ୍ରୀ ମା ଭଟ୍ଟାରିକା ଙ୍କୁ ଦର୍ଶନ କରିବା ସହିତ ପୀଠର ଉନ୍ନତି ନିମନ୍ତେ ୩୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ନରସିଂହପୁର ବ୍ଲକର ଚମ୍ପେଶ୍ୱର ଠାରେ ଚମ୍ପାନାଥଙ୍କୁ ଦର୍ଶନ କରିବା ସହ କଲ୍ୟାଣ ମଣ୍ଡପ ଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଚମ୍ପା ନାଥ ପୀଠର ଉନ୍ନତି କରଣ ପାଇଁ  ୨୫ ଲକ୍ଷ ଟଙ୍କାର ସହାୟତା ରାଶି କେନ୍ଦ୍ର ରେଳ ମନ୍ତ୍ରୀ ଘୋଷଣା କରିଥିଲେ। ତାଳଚେରରୁ ଗୋପାଳପୁର ମଧ୍ୟରେ ନରସିଂହପୁର  ଦେଇ ରେଳ ସଂଯୋଗ ପାଇଁ ଓକିଲ ସଂଘ ଓ ନରସିଂହପୁର ସାମ୍ବାଦିକ ସଂଘ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଙ୍କ ନିକଟରେ  ଦାବି ଉପସ୍ଥାପନ କରିଥିଲେ। The post ଆଠଗଡ଼ ଗସ୍ତରେ ଅଶ୍ଵିନୀ ବୈଷ୍ଣବ, ମା’ ଭଟ୍ଟାରିକାଙ୍କୁ କଲେ ଦର୍ଶନ appeared first on Prameya News7.

ଆଠଗଡ଼ ଗସ୍ତରେ ଅଶ୍ଵିନୀ ବୈଷ୍ଣବ, ମା’ ଭଟ୍ଟାରିକାଙ୍କୁ କଲେ ଦର୍ଶନ

ଆଠଗଡ଼: ଆଠଗଡ ବଡମ୍ବା ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବଡମ୍ବା ଠାରେ ସମ୍ବିତ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟାଳୟ ଶୁଭ ଉଦଘାଟନ କରିଛନ୍ତି। ମା ଭଟ୍ଟାରିକା ପୀଠରେ ମା ଙ୍କୁ ଦର୍ଶନ କରିବା ପରେ ସ୍ଥାନୀୟ ବିଜେପି ପକ୍ଷରୁ ରେଳ ମନ୍ତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ରେଳ ମନ୍ତ୍ରୀ ମା ଭଟ୍ଟାରିକା ଙ୍କୁ ଦର୍ଶନ କରିବା ସହିତ ପୀଠର ଉନ୍ନତି ନିମନ୍ତେ ୩୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ।

ପରବର୍ତ୍ତୀ ସମୟରେ ନରସିଂହପୁର ବ୍ଲକର ଚମ୍ପେଶ୍ୱର ଠାରେ ଚମ୍ପାନାଥଙ୍କୁ ଦର୍ଶନ କରିବା ସହ କଲ୍ୟାଣ ମଣ୍ଡପ ଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଚମ୍ପା ନାଥ ପୀଠର ଉନ୍ନତି କରଣ ପାଇଁ  ୨୫ ଲକ୍ଷ ଟଙ୍କାର ସହାୟତା ରାଶି କେନ୍ଦ୍ର ରେଳ ମନ୍ତ୍ରୀ ଘୋଷଣା କରିଥିଲେ। ତାଳଚେରରୁ ଗୋପାଳପୁର ମଧ୍ୟରେ ନରସିଂହପୁର  ଦେଇ ରେଳ ସଂଯୋଗ ପାଇଁ ଓକିଲ ସଂଘ ଓ ନରସିଂହପୁର ସାମ୍ବାଦିକ ସଂଘ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଙ୍କ ନିକଟରେ  ଦାବି ଉପସ୍ଥାପନ କରିଥିଲେ।

The post ଆଠଗଡ଼ ଗସ୍ତରେ ଅଶ୍ଵିନୀ ବୈଷ୍ଣବ, ମା’ ଭଟ୍ଟାରିକାଙ୍କୁ କଲେ ଦର୍ଶନ appeared first on Prameya News7.