ଶେଷରେ ନରମିଲା ଚାଇନା: ଭାରତ ସହ ମିଳାଇଲା ହାତ
ନୂଆଦିଲ୍ଲୀ/ବେଜିଂ,୧୧।୭: ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ତିକ୍ତତା ମଧ୍ୟରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଚାଇନା ବୈଦେଶିକ ମନ୍ତ୍ରୀ ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ସହ ଜଡିତ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ସହିତ ଅଜିତ ଡୋଭାଲଙ୍କୁ ପୁଣିଥରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ଭାରତ-ଚାଇନା ସୀମା ପ୍ରଶ୍ନର […] The post ଶେଷରେ ନରମିଲା ଚାଇନା: ଭାରତ ସହ ମିଳାଇଲା ହାତ appeared first on Dharitri Odia News.
ନୂଆଦିଲ୍ଲୀ/ବେଜିଂ,୧୧।୭: ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ତିକ୍ତତା ମଧ୍ୟରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଚାଇନା ବୈଦେଶିକ ମନ୍ତ୍ରୀ ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ସହ ଜଡିତ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ସହିତ ଅଜିତ ଡୋଭାଲଙ୍କୁ ପୁଣିଥରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ଭାରତ-ଚାଇନା ସୀମା ପ୍ରଶ୍ନର ସ୍ବତନ୍ତ୍ର ପ୍ରତିନିଧୀ ଭାବରେ ପୁନଃନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ୱାଙ୍ଗ ୟି କହିଛନ୍ତି, ଚାଇନା ଏବଂ ଭାରତ ମଧ୍ୟରେ ସମ୍ପର୍କ ଦ୍ୱିପାକ୍ଷିକ ସୀମା ଅତିକ୍ରମ କରି ବିଶ୍ୱସ୍ତରୀୟ ମହତ୍ତ୍ୱକୁ ପ୍ରୋତ୍ସାହିତ କରିଥାଏ।
ୱାଙ୍ଗ ୟି ଚାଇନାର ବୈଦେଶିକ ମନ୍ତ୍ରୀ ହେବା ବ୍ୟତୀତ ଭାରତ-ଚାଇନା ସୀମା କଥାବର୍ତ୍ତାର ସ୍ବତନ୍ତ୍ର ପ୍ରତିନିଧୀ ଅଟନ୍ତି। ଏହା ବ୍ୟତୀତ ୱାଙ୍ଗ ୟି ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟିର ରାଜନୈତିକ ବ୍ୟୁରୋର ସଦସ୍ୟ ମଧ୍ୟ ଅଛନ୍ତି। ଅଜିତ ଡୋଭାଲଙ୍କୁ ଅଭିନନ୍ଦନ ବାର୍ତ୍ତା ଦେବାବେଳେ ୱାଙ୍ଗ ଲେଖିଛନ୍ତି, ଚାଇନା ଏବଂ ଭାରତ ପୃଥିବୀର ବହୁ ଜନସଂଖ୍ୟା ବିଶିଷ୍ଟ ଦେଶ, ବିଶ୍ୱର ଉଦୀୟମାନ ଅର୍ଥନୀତି। ଚାଇନା ଏବଂ ଭାରତ ମଧ୍ୟରେ ସମ୍ପର୍କ ଦ୍ୱିପାକ୍ଷିକ ସୀମା ଅତିକ୍ରମ କରି ବିଶ୍ୱର ମହତ୍ତ୍ୱ ରହିଛି।
ୱାଙ୍ଗ କହିଛନ୍ତି, ଦୁଇ ଦେଶ ଦ୍ୱାରା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜମି ସମ୍ବନ୍ଧୀୟ ସମସ୍ୟାର ସଠିକ ସମାଧାନ ପାଇଁ ସେ ଡୋଭାଲଙ୍କ ସହ ହାତ ମିଳାଇବାକୁ ପ୍ରସ୍ତୁତ। ଯାହାଫଳରେ ସୀମା ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରାଯାଇପାରିବ। ୱାଙ୍ଗ ୟି ନିକଟରେ କାଜାଖସ୍ତାନର ଆସ୍ଥାନାଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ ଏବଂ ଏହା ପରେ ସେ ଏପରି ବିବୃତ୍ତି ଦେଇଥିଲେ।
The post ଶେଷରେ ନରମିଲା ଚାଇନା: ଭାରତ ସହ ମିଳାଇଲା ହାତ appeared first on Dharitri Odia News.