ଶେଷରେ ଭାରତ ଫେରୁଛନ୍ତି ଚାମ୍ପିୟନ୍ ଟିମ୍: ବିମାନରେ ଟ୍ରଫି ସହ ଫଟୋ କ୍ରେଜ୍
ବାର୍ବାଡୋସ୍,୩।୭: ଶେଷରେ ଓ୍ବେଷ୍ଟଇଣ୍ଡିଜ୍ରୁ ଭାରତୀୟ ଦଳ ଘରକୁ ଫେରୁଛି। ବାର୍ବାଡୋସ୍ରେ ଘୂର୍ଣ୍ଣିବଳୟ ବେରିଲ ଯୋଗୁ ଭାରତୀୟ ଦଳ ସେଠାରେ ଅଟକି ରହିଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଭାରତୀୟ ଖେଳାଳିଙ୍କୁ ଧରି ଭାରତ ଅଭିମୁଖେ ବାହାରିଛି। ଆସନ୍ତାକାଲି ସକାଳ ସୁଦ୍ଧା ଭାରତରେ ପହଞ୍ଚିବ। ଶନିବାର ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ରୋହିତ ଶର୍ମାଙ୍କ ଦଳ ଟାଇଟଲ ଜିତିଛି। ଟିମ ଇଣ୍ଡିଆ ରବିବାର ଭାରତ ପେରିବାର ଥିଲା, କିନ୍ତୁ ବେରିଲ କାରଣରୁ […] The post ଶେଷରେ ଭାରତ ଫେରୁଛନ୍ତି ଚାମ୍ପିୟନ୍ ଟିମ୍: ବିମାନରେ ଟ୍ରଫି ସହ ଫଟୋ କ୍ରେଜ୍ appeared first on Dharitri Odia News.
ବାର୍ବାଡୋସ୍,୩।୭: ଶେଷରେ ଓ୍ବେଷ୍ଟଇଣ୍ଡିଜ୍ରୁ ଭାରତୀୟ ଦଳ ଘରକୁ ଫେରୁଛି। ବାର୍ବାଡୋସ୍ରେ ଘୂର୍ଣ୍ଣିବଳୟ ବେରିଲ ଯୋଗୁ ଭାରତୀୟ ଦଳ ସେଠାରେ ଅଟକି ରହିଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଭାରତୀୟ ଖେଳାଳିଙ୍କୁ ଧରି ଭାରତ ଅଭିମୁଖେ ବାହାରିଛି। ଆସନ୍ତାକାଲି ସକାଳ ସୁଦ୍ଧା ଭାରତରେ ପହଞ୍ଚିବ। ଶନିବାର ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ରୋହିତ ଶର୍ମାଙ୍କ ଦଳ ଟାଇଟଲ ଜିତିଛି।
ଟିମ ଇଣ୍ଡିଆ ରବିବାର ଭାରତ ପେରିବାର ଥିଲା, କିନ୍ତୁ ବେରିଲ କାରଣରୁ ସେମାନଙ୍କୁ ସେଠାରେ ରହିବାକୁ ପଡିଥିଲା। ବାର୍ବାଡୋସ୍ରେ ଘୂର୍ଣ୍ଣିବଳୟର ଆଶଙ୍କା ସରକାରଙ୍କୁ ବିମାନବନ୍ଦର ବନ୍ଦ କରିବାକୁ ବାଧ୍ୟ କରିଥିଲା ଏବଂ ସମସ୍ତ ବିମାନ ବାତିଲ କରାଯାଇଥିଲା। ଏହା ପୂର୍ବରୁ ଟିମ ଇଣ୍ଡିଆ ବୁଧବାର ଘରକୁ ଫେରିବ ବୋଲି ପ୍ରକାଶ ପାଇଥିଲା। ଶେଷରେ ଭାରତୀୟ ଖେଳାଳିମାନେ ବିମାନରେ ଚଢିଛନ୍ତି ଏବଂ ସେମାନଙ୍କ ଦେଶକୁ ଫେରିବା ଯାତ୍ରା ଆରମ୍ଭ ହୋଇଛି। ଅଧିକାଂଶ ଖେଳାଳି ବିମାନରେ ଟ୍ରଫି ସହ ଫଟୋ ଶେୟାର କରିଛନ୍ତି। ଖେଳାଳିମାନେ ଗୁରୁବାର ସକାଳ ୬ଟାରେ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହା ପରେ ଭାରତୀୟ ଖେଳାଳିମାନେ ଗୁରୁବାର ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସମ୍ମାନିତ କରିବେ। ଏହାପୂର୍ବରୁ ଭାରତୀୟ ଖେଳାଳିମାନେ ଦିଲ୍ଲୀରେ ଏକ ରୋଡ ଶୋ’ କରିବେ।
The post ଶେଷରେ ଭାରତ ଫେରୁଛନ୍ତି ଚାମ୍ପିୟନ୍ ଟିମ୍: ବିମାନରେ ଟ୍ରଫି ସହ ଫଟୋ କ୍ରେଜ୍ appeared first on Dharitri Odia News.