ଶେଷରେ ଷ୍ଟାର୍‌ କ୍ରିକେଟର୍‌ ଇଶାନ କିଶନଙ୍କ ପତ୍ତା ମିଳିଲା

ବରୋଦା,୮।୨: ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ଆଜିକାଲି ଟିମ ଇଣ୍ଡିଆରୁ ବାଦ୍‌ ପହିଛନ୍ତି। ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ସେ ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ, କିନ୍ତୁ ଯାତ୍ରା ଆରମ୍ଭରେ ବିରତି ନେଇ ଦେଶକୁ ଫେରି ଆସିଥିଲେ। ସେବେଠାରୁ ସେ ଲାଇମଲାଇଟରୁ ଦୂରେଇ ଯାଇଥିଲେ। ତାଙ୍କର କୌଣସି ପତ୍ତା ନ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିସିସିଆଇ ଏବଂ ଦଳ ପରିଚାଳନାକୁ ତାଙ୍କର ଭବିଷ୍ୟତ ଯୋଜନା […] The post ଶେଷରେ ଷ୍ଟାର୍‌ କ୍ରିକେଟର୍‌ ଇଶାନ କିଶନଙ୍କ ପତ୍ତା ମିଳିଲା appeared first on Dharitri Odia News.

ଶେଷରେ ଷ୍ଟାର୍‌ କ୍ରିକେଟର୍‌ ଇଶାନ କିଶନଙ୍କ ପତ୍ତା ମିଳିଲା

ବରୋଦା,୮।୨: ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ଆଜିକାଲି ଟିମ ଇଣ୍ଡିଆରୁ ବାଦ୍‌ ପହିଛନ୍ତି। ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ସେ ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ, କିନ୍ତୁ ଯାତ୍ରା ଆରମ୍ଭରେ ବିରତି ନେଇ ଦେଶକୁ ଫେରି ଆସିଥିଲେ। ସେବେଠାରୁ ସେ ଲାଇମଲାଇଟରୁ ଦୂରେଇ ଯାଇଥିଲେ। ତାଙ୍କର କୌଣସି ପତ୍ତା ନ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିସିସିଆଇ ଏବଂ ଦଳ ପରିଚାଳନାକୁ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ କିଛି କହି ନାହାଁନ୍ତି। ମାତ୍ର ପ୍ରାୟ ଦେଢ ମାସ ପରେ ତାଙ୍କର ପତ୍ତା ମିଳିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଇଶାନ ବର୍ତ୍ତମାନ ବରୋଦାରେ ଅଛନ୍ତି। ସେ କିରଣ ମୋରେ ଏକାଡେମୀରେ ଅଭ୍ୟାସ କରୁଛନ୍ତି। ସେ ବରୋଦାସ୍ଥିତ ରିଲାଏନ୍ସ ଷ୍ଟାଡିୟମରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ତାଲିମ ନେଉଛନ୍ତି। ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଏବଂ ଇଶାନ ମଧ୍ୟ ସେହି ଦଳ ପାଇଁ ଖେଳନ୍ତି।
ଇଶାନଙ୍କୁ ବର୍ତ୍ତମାନ ଆଇପିଏଲରେ ସିଧାସଳଖ ଖେଳୁଥିବା ଦେଖିବାକୁ ମିଳିବ। ତେବେ ସେ ଏ ବିଷୟରେ କାହାକୁ କିଛି ସୂଚନା ଦେଇନାହାଁନ୍ତି।

The post ଶେଷରେ ଷ୍ଟାର୍‌ କ୍ରିକେଟର୍‌ ଇଶାନ କିଶନଙ୍କ ପତ୍ତା ମିଳିଲା appeared first on Dharitri Odia News.