ଶେୟାର ମାର୍କେଟ୍ର ନୂଆ ରେକର୍ଡ: ପ୍ରଥମ ଥର ୮୦ ହଜାର ପାର୍ ହେଲା ସେନ୍ସେକ୍ସ
ନୂଆଦିଲ୍ଲୀ: ଭାରତୀୟ ଷ୍ଟକ୍ ମାର୍କେଟ୍ କ୍ରମାଗତ ଭାବରେ ନୂଆ ରେକର୍ଡ ସ୍ଥାପନ କରି ଉଚ୍ଚା ସ୍ତରରେ ବନ୍ଦ ହେଉଛି। ଗୁରୁବାର ୪ ଜୁଲାଇରେ ମଧ୍ୟ ଏହି ଧାରା ଜାରି ରହିଥିଲା। ଆଇଟି ଏବଂ ଫାର୍ମା ଷ୍ଟକ୍ରେ ଅଧିକ କିଣାକିଣି ଯୋଗୁ ଗୁରୁବାର ବଜାରରେ ଏହି ବୃଦ୍ଧି ଦେଖିବାକୁ ମିଳିଛି। ଆଜିର କାରବାରରେ ମିଡକ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଷ୍ଟକ୍ ଇଣ୍ଡେକ୍ସରେ ମଧ୍ୟ ବୃଦ୍ଧି ଘଟିଛି। ଆଜିର କାରବାର ଶେଷରେ ବିଏସଇ ସେନସେକ୍ସ ୬୩ ପଏଣ୍ଟ ବଢ଼ି ପ୍ରଥମ ଥର ପାଇଁ ୮୦,୦୪୯.୬୭ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୭.୫୫ ପଏଣ୍ଟ ବୃଦ୍ଧି ସହିତ ୨୪,୩୦୨ ପଏଣ୍ଟରେ ବନ୍ଦ ହୋଇଥିଲା। ରେକର୍ଡ ହାଇରେ ମାର୍କେଟ୍ କ୍ୟାପ୍ବିଏସଇରେ ଲିଷ୍ଟେଡ୍ ଷ୍ଟକଗୁଡିକର ମାର୍କେଟ କ୍ୟାପ୍ ୪୪୭.୪୩ ଲକ୍ଷ କୋଟିରେ ବନ୍ଦ ହୋଇଛି। ଏହା ପୂର୍ବ କାରବାରରେ ୪୪୫.୪୩ ଲକ୍ଷ କୋଟିରେ ବନ୍ଦ ହୋଇଥିଲା। ଆଜିର ଅଧିବେଶନରେ ନିବେଶକଙ୍କ ସମ୍ପତ୍ତିରେ ୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି।ଆଜିର କାରବାରରେ ବୃଦ୍ଧି ହୋଇଥିବା ସେୟାରଗୁଡିକରେ ଏଚ୍ସିଏଲ୍ ଟେକ୍ ୨.୬୯%, ଆଇସିଆଇସିଆଇ ବ୍ୟାଙ୍କ ୨.୫୪%, ଟାଟା ମୋଟର୍ସ ୨.୪୦%, ସନ୍ ଫାର୍ମା ୧.୮୩%, ଟିସିଏସ୍ ୧.୪୨%, ଇନଫୋସିସ୍ ୧.୩୨%, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ୧.୨୬%, ମହିନ୍ଦ୍ରା ଏବଂ ମହିନ୍ଦ୍ରା ୦.୮୧%, ଏସିଆନ ପେଣ୍ଟସ୍ ୦.୪୦%, NTPC ୦.୨୪ ପ୍ରତିଶତ ଶେୟାର ବୃଦ୍ଧି ହୋଇଥିଲା। ସେହିପରି ହ୍ରାସ ପ
ନୂଆଦିଲ୍ଲୀ: ଭାରତୀୟ ଷ୍ଟକ୍ ମାର୍କେଟ୍ କ୍ରମାଗତ ଭାବରେ ନୂଆ ରେକର୍ଡ ସ୍ଥାପନ କରି ଉଚ୍ଚା ସ୍ତରରେ ବନ୍ଦ ହେଉଛି। ଗୁରୁବାର ୪ ଜୁଲାଇରେ ମଧ୍ୟ ଏହି ଧାରା ଜାରି ରହିଥିଲା। ଆଇଟି ଏବଂ ଫାର୍ମା ଷ୍ଟକ୍ରେ ଅଧିକ କିଣାକିଣି ଯୋଗୁ ଗୁରୁବାର ବଜାରରେ ଏହି ବୃଦ୍ଧି ଦେଖିବାକୁ ମିଳିଛି। ଆଜିର କାରବାରରେ ମିଡକ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଷ୍ଟକ୍ ଇଣ୍ଡେକ୍ସରେ ମଧ୍ୟ ବୃଦ୍ଧି ଘଟିଛି। ଆଜିର କାରବାର ଶେଷରେ ବିଏସଇ ସେନସେକ୍ସ ୬୩ ପଏଣ୍ଟ ବଢ଼ି ପ୍ରଥମ ଥର ପାଇଁ ୮୦,୦୪୯.୬୭ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୭.୫୫ ପଏଣ୍ଟ ବୃଦ୍ଧି ସହିତ ୨୪,୩୦୨ ପଏଣ୍ଟରେ ବନ୍ଦ ହୋଇଥିଲା।
ରେକର୍ଡ ହାଇରେ ମାର୍କେଟ୍ କ୍ୟାପ୍
ବିଏସଇରେ ଲିଷ୍ଟେଡ୍ ଷ୍ଟକଗୁଡିକର ମାର୍କେଟ କ୍ୟାପ୍ ୪୪୭.୪୩ ଲକ୍ଷ କୋଟିରେ ବନ୍ଦ ହୋଇଛି। ଏହା ପୂର୍ବ କାରବାରରେ ୪୪୫.୪୩ ଲକ୍ଷ କୋଟିରେ ବନ୍ଦ ହୋଇଥିଲା। ଆଜିର ଅଧିବେଶନରେ ନିବେଶକଙ୍କ ସମ୍ପତ୍ତିରେ ୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି।
ଆଜିର କାରବାରରେ ବୃଦ୍ଧି ହୋଇଥିବା ସେୟାରଗୁଡିକରେ ଏଚ୍ସିଏଲ୍ ଟେକ୍ ୨.୬୯%, ଆଇସିଆଇସିଆଇ ବ୍ୟାଙ୍କ ୨.୫୪%, ଟାଟା ମୋଟର୍ସ ୨.୪୦%, ସନ୍ ଫାର୍ମା ୧.୮୩%, ଟିସିଏସ୍ ୧.୪୨%, ଇନଫୋସିସ୍ ୧.୩୨%, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ୧.୨୬%, ମହିନ୍ଦ୍ରା ଏବଂ ମହିନ୍ଦ୍ରା ୦.୮୧%, ଏସିଆନ ପେଣ୍ଟସ୍ ୦.୪୦%, NTPC ୦.୨୪ ପ୍ରତିଶତ ଶେୟାର ବୃଦ୍ଧି ହୋଇଥିଲା। ସେହିପରି ହ୍ରାସ ପାଇଥିବା ଷ୍ଟକ୍ ମଧ୍ୟରେ HDFC ବ୍ୟାଙ୍କ ୨.୩୬ ପ୍ରତିଶତ, ବଜାଜ ଫାଇନାନ୍ସ ୧.୯୭ ପ୍ରତିଶତ, L&T ୧.୧୨ ପ୍ରତିଶତ, ଟେକ୍ ମହିନ୍ଦ୍ରା ୧.୧୨ ପ୍ରତିଶତ, ଅଲଟ୍ରା ଟେକ୍ ସିମେଣ୍ଟ ୦.୯୧ ପ୍ରତିଶତ, ଟାଇଟାନ ୦.୭୫ ପ୍ରତିଶତ ହ୍ରାସ ସହିତ ବନ୍ଦ ହୋଇଛି।
ଆଜିର କାରବାରରେ ଅଟୋ, ଆଇଟି, ଫାର୍ମା, ଶକ୍ତି, ସ୍ୱାସ୍ଥ୍ୟସେବା, ତୈଳ ଏବଂ ଗ୍ୟାସ୍ ଏବଂ ବ୍ୟାଙ୍କିଂ ଷ୍ଟକ୍ ଲାଭ ସହିତ ବନ୍ଦ ହୋଇଗଲା। ଅନ୍ୟପଟେ FMCG, ମେଟଲ, ରିଅଲ୍ ଇଷ୍ଟେଟ୍ ଏବଂ କଞ୍ୟୁମର ଡ୍ୟୁରେବଲ୍ସ ଶେୟାରରେ ହ୍ରାସ ହୋଇଥିଲ। ଆଜିର ଅଧିବେଶନରେ ମିଡକ୍ୟାପ୍ ଏବଂ ସ୍ମଲ କ୍ୟାପ୍ ସେୟାରରେ କିଣାକିଣି ରହିଥିଲା। ଏଥିପାଇଁ ନିଫ୍ଟି ମିଡକାପ୍ ଏବଂ ନିଫ୍ଟି ସ୍ମଲ କ୍ୟାପ୍ ଇଣ୍ଡେକ୍ସ ବୃଦ୍ଧି ସହିତ ବନ୍ଦ ହୋଇଥିଲା। ୩୦ ଟି ସେନ୍ସେକ୍ସ ଷ୍ଟକ୍ ମଧ୍ୟରୁ ୧୩ ଟି ଲାଭ ସହିତ ଏବଂ ୧୭ ଟି କ୍ଷତି ସହିତ ବନ୍ଦ।