ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଅନାସ୍ଥା ବାତିଲ, କାଉନସିଲରଙ୍କ ଧାରଣା

ନୟାଗଡ଼/ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଧ୍ୟକ୍ଷା ଅନାସ୍ଥା ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ବାତିଲ ହୋଇଛି। ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଅନୁପସ୍ଥିତ ରହିବାରୁ ନିର୍ବାଚନ ବାତିଲ ହୋଇଛି। ମୋଟ ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ମତଦାନ ପାଇଁ ବିଜେଡି ଶିବିରରେ ୯ ଜଣ କାଉନସିଲର ରହିଥିଲେ। ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ କାଉନସିଲରମାନେ ଖଣ୍ଡପଡ଼ା ଏନଏସିରେ ପହଞ୍ଚିଥିଲେ। ମାତ୍ର ନିର୍ବାଚନ ଅଧିକାରୀ […]

ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଅନାସ୍ଥା ବାତିଲ, କାଉନସିଲରଙ୍କ ଧାରଣା
no-confidence motions will come against the NAC chairman khandapada

ନୟାଗଡ଼/ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଧ୍ୟକ୍ଷା ଅନାସ୍ଥା ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ବାତିଲ ହୋଇଛି। ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଅନୁପସ୍ଥିତ ରହିବାରୁ ନିର୍ବାଚନ ବାତିଲ ହୋଇଛି। ମୋଟ ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ମତଦାନ ପାଇଁ ବିଜେଡି ଶିବିରରେ ୯ ଜଣ କାଉନସିଲର ରହିଥିଲେ। ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ କାଉନସିଲରମାନେ ଖଣ୍ଡପଡ଼ା ଏନଏସିରେ ପହଞ୍ଚିଥିଲେ। ମାତ୍ର ନିର୍ବାଚନ ଅଧିକାରୀ ଅନୁପସ୍ଥିତ ରହିଥିବା ଦେଖାଯାଇଥିଲା। ଯାହାକୁ ନେଇ ଖଣ୍ଡପଡ଼ାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।

ବିଜେଡି କର୍ମୀ ଓ ନେତାମାନେ ସରକାର ଭୟଭୀତ ହୋଇ ପ୍ରଶାସନ ଜରିଆରେ ଖେଳ ଖେଳୁଥିବା ଅଭିଯୋଗ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ ତାଙ୍କ ମନ୍ତବ୍ୟରେ ନବୀନ ବାବୁଙ୍କ ସମୟରେ ଏଭଳି ଅରାଜକତା କେବେ ଦେଖିବାକୁ ମିଳିନଥିଲା ବୋଲି କହିଛନ୍ତି। ପ୍ରଶାସନ ଚାପ ଗ୍ରସ୍ତ ହୋଇ ନୋଟିସ ଆଣିବାର ଦୀର୍ଘଦିନ ପର୍ଯ୍ୟନ୍ତ ତାରିଖ ଦେଇଥିଲେ। ଉଚ୍ଚ ନ୍ୟାୟାଳୟରେ ମାମଲା ପରେ ତାରିଖ ଦେଇଥିଲେ। ଏବେ ଜାଣିଶୁଣି ନିର୍ବାଚନ ଅଧିକାରୀଙ୍କୁ ଅନ୍ୟତ୍ର ପଠାଯାଇ ଖେଳ କରାଯାଉଛି। ଯାହାକୁ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆମେ ଏନଏସି କାର୍ଯ୍ୟାଳୟ ଛାଡ଼ିବୁ ନାହିଁ ବୋଲି କାଉନସିଲରମାନେ ଜିଦ୍ ଧରି ବସି ରହିଛନ୍ତି।

ନିର୍ବାଚନ ଅଧିକାରୀ ଅନୁପସ୍ଥିତ ରହିବା ନେଇ କୌଣସି ସୂଚନା ଆମକୁ ଦିଆଯାଇନଥିଲା ବୋଲି ଡ. ସାହୁ କହିବା ଯାହାକୁ ନିର୍ବାଚନ ଦାୟିତ୍ଵ ଦିଆଯାଏ ତାଙ୍କୁ ଅନ୍ୟ କୌଣସି ଦାୟିତ୍ଵ ଦିଆଯାଏ ନାହିଁ। ତାଙ୍କୁ ଯଦି ଭୁବନେଶ୍ୱର ଡ୍ୟୁଟି ଦିଆଗଲା, ତେବେ ପୂର୍ବରୁ ତାରିଖ ବଦଳାଯାଇ ନୂଆ ତାରିଖ ସ୍ଥିର କରାଯାଇ ପାରିଥାନ୍ତା। ଗଣତନ୍ତ୍ର ପ୍ରତି ସାମାନ୍ୟ ସମ୍ମାନ ରହିବା ଆବଶ୍ୟକ, ଗଣତନ୍ତ୍ରକୁ ଏଭଳି ହତ୍ୟା କରାଯିବା ଉଚିତ୍ ନୁହେଁ ବୋଲି ବିଧାୟକ ଡ. ସାହୁ କହିଛନ୍ତି।