ଶୈଲେଶ ଏଫ୍‌ଏଆଇର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର,୩।୬: ଫର୍ଟିଲାଇଜର ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ଉଦ୍ୟୋଗପତି ଶୈଲେଶ ସି. ମେହଟା ନିର୍ବାଚିତ ହୋଇଛନ୍ତି। ଏପରିକି ଏହି ଶିଳ୍ପରେ ଚାରି ଦଶନ୍ଧିରୁ ଅଧିକ କାଳ ଅଭିଜ୍ଞତା ଥିବା ମେହଟା ମଧ୍ୟ ଫର୍ଟିଲାଇଜର ଆସୋସିଏଶନ ଅଫ ଇଣ୍ଡିଆ(ପଶ୍ଚିମାଞ୍ଚଳ)ର ଚେୟାରମ୍ୟାନ ଭାବେ ୫ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ସେହିଭଳି ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲ୍ସ କର୍ପୋରେଶନ ଲିମିଟେଡ ଏବଂ ମହାଧନ ଏଗ୍ରିଟେକ ଲିମିଟେଡର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡାଇରେକ୍ଟର ଶୈଲେଶ ସି. ମେହଟାଙ୍କୁ ଏହି […] The post ଶୈଲେଶ ଏଫ୍‌ଏଆଇର ନୂଆ ଅଧ୍ୟକ୍ଷ appeared first on Dharitri Odia News.

ଶୈଲେଶ ଏଫ୍‌ଏଆଇର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର,୩।୬: ଫର୍ଟିଲାଇଜର ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ଉଦ୍ୟୋଗପତି ଶୈଲେଶ ସି. ମେହଟା ନିର୍ବାଚିତ ହୋଇଛନ୍ତି। ଏପରିକି ଏହି ଶିଳ୍ପରେ ଚାରି ଦଶନ୍ଧିରୁ ଅଧିକ କାଳ ଅଭିଜ୍ଞତା ଥିବା ମେହଟା ମଧ୍ୟ ଫର୍ଟିଲାଇଜର ଆସୋସିଏଶନ ଅଫ ଇଣ୍ଡିଆ(ପଶ୍ଚିମାଞ୍ଚଳ)ର ଚେୟାରମ୍ୟାନ ଭାବେ ୫ ବର୍ଷ ଧରି କାର୍ଯ୍ୟ କରିଛନ୍ତି।

ସେହିଭଳି ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲ୍ସ କର୍ପୋରେଶନ ଲିମିଟେଡ ଏବଂ ମହାଧନ ଏଗ୍ରିଟେକ ଲିମିଟେଡର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡାଇରେକ୍ଟର ଶୈଲେଶ ସି. ମେହଟାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି।

ଏହି ପରିପ୍ରେକ୍ଷୀରେ ମେହଟା କହିଥିଲେ, ଭାରତର ଖାଦ୍ୟ ନିଅଣ୍ଟିଆ ସ୍ଥିତିରୁ ବୈଶ୍ୱିକ କୃଷି ରପ୍ତାନିକାରୀ ଭାବେ ଯାତ୍ରା ଉଲ୍ଲେଖନୀୟ ହୋଇଛି। ଏହି ଯାତ୍ରାରେ ସାର ଶିଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ନିରନ୍ତର ଜାରି ରଖିଛି ଏବଂ ସମ୍ପ୍ରତି ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ସମର୍ଥନ କରୁଥିବା ଅଧିକ ସନ୍ତୁଳିତ ଏବଂ ପୋଷକ-ଭରପୂର ସାର ଉପରେ ଦୃଷ୍ଟିନିବଦ୍ଧ କରୁଛି। ସରକାର, ଶିଳ୍ପ ଏବଂ ଆମ କୃଷକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟକରିବାକୁ ନେଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ବିଶେଷକରି ବିଶ୍ୱ ମାନଚିତ୍ରରେ ଭାରତୀୟ କୃଷକ ଏବଂ କୃଷି ଉପତ୍ାଦିକତାକୁ ଉଚ୍ଚତର ସୋପାନକୁ ନେଇଯିବାରେ ଏକ ରୂପାନ୍ତରଣକାରୀ ଭୂମିକା ନିର୍ବାହ କରୁଛି। ଗତ ଦୁଇ ଦଶନ୍ଧିରେ ଭାରତର କୃଷି ଉପତ୍ାଦନ ଅଭିବୃଦ୍ଧିରେ ୬୦% ଏବଂ ଉଦ୍ୟାନକୃଷି ଉପତ୍ାଦନରେ ୪୦% ଅଭିବୃଦ୍ଧି ହାସଲ କରିବାରେ ସାର ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

The post ଶୈଲେଶ ଏଫ୍‌ଏଆଇର ନୂଆ ଅଧ୍ୟକ୍ଷ appeared first on Dharitri Odia News.