ଶୋଚନୀୟ ଗବାଟବାଡ଼ି ରାସ୍ତା, ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଧୀନରେ ରହିଥିବା ଆଦିବାସୀ ଅଧ୍ୟୁଷିତ ଗବାଟବାଡ଼ି ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଗୋଟିଏ ପଟେ ଗାଁକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେତୁ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ କାର୍ଯ୍ୟପାଇଁ ବ୍ୟବହୃତ ଗାଡି ମୋଟର, ଟ୍ରାକ୍ଟର, ହାଇୱା ଯାତାୟାତ କରି ରାସ୍ତା ବହୁତ କଦର୍ଯ୍ୟ ହୋଇଥିବାବେଳେ ବର୍ଷା ଯୋଗୁ ଦ୍ବିଗୁଣିତ କର୍ଦ୍ଧମାକ୍ତ ହୋଇପଡିଛି। ଫଳରେ ଗବାଟବାଡ଼ି ଗ୍ରାମବାସୀ ସିମନବାଡି, ଦାରିଙ୍ଗବାଡି ଓ […] The post ଶୋଚନୀୟ ଗବାଟବାଡ଼ି ରାସ୍ତା, ଯାତାୟାତ ବାଧାପ୍ରାପ୍ତ appeared first on Dharitri Odia News.
ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଧୀନରେ ରହିଥିବା ଆଦିବାସୀ ଅଧ୍ୟୁଷିତ ଗବାଟବାଡ଼ି ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଗୋଟିଏ ପଟେ ଗାଁକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେତୁ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ କାର୍ଯ୍ୟପାଇଁ ବ୍ୟବହୃତ ଗାଡି ମୋଟର, ଟ୍ରାକ୍ଟର, ହାଇୱା ଯାତାୟାତ କରି ରାସ୍ତା ବହୁତ କଦର୍ଯ୍ୟ ହୋଇଥିବାବେଳେ ବର୍ଷା ଯୋଗୁ ଦ୍ବିଗୁଣିତ କର୍ଦ୍ଧମାକ୍ତ ହୋଇପଡିଛି। ଫଳରେ ଗବାଟବାଡ଼ି ଗ୍ରାମବାସୀ ସିମନବାଡି, ଦାରିଙ୍ଗବାଡି ଓ ରାଇକିଆ ବଜାର ଉପରେ ନିର୍ଭର କରି ଯାତାୟାତ କରୁଥିବାବେଳେ କାଦୁଅ ଯୋଗୁ ସେଠାକାର ଆଦିବାସୀ ଚାଷୀମାନେ ତାଙ୍କ ଅମଳ ସାମଗ୍ରୀ ବଜାର ନେବା ସମସ୍ୟା ଦେଖାଯାଇଛି। ସେହିପରି ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଅନ୍ୟ ଗାଡି ଗାଁ ମୁଣ୍ଡକୁ ପହଞ୍ଚିବା ମୁସ୍କିଲ ହେଉଛି। ସେହିପରି ବିଦ୍ୟାଳୟକୁ ଯାତାୟାତ କରୁଥିବା ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ପାଇଁ ମଧ୍ୟ ରାସ୍ତା ଖରାପ ଯୋଗୁ ହଇରାଣ ଭୋଗୁଭାନ୍ତି ତୁରନ୍ତ ଉକ୍ତ ରାସ୍ତାରୁ କାଦୁଅ ହଟାଇବାକୁ ଗ୍ରାମର ନାସା ପ୍ରଧାନ, ଫ୍ରାଞ୍ଚାଇସ ପ୍ରଧାନ, ମନୋଜ ପ୍ରଧାନ ପ୍ରମୁଖ ଦାବି କରିଛନ୍ତ।
The post ଶୋଚନୀୟ ଗବାଟବାଡ଼ି ରାସ୍ତା, ଯାତାୟାତ ବାଧାପ୍ରାପ୍ତ appeared first on Dharitri Odia News.