ଶୋଭାଯାତ୍ରାରେ ଭାଜପାର ନିର୍ବାଚନୀ ପ୍ରଚାର ଆରମ୍ଭ
ଖଇରା,୯।୪(ଉତ୍କଳବନ୍ଧୁ ପଣ୍ଡା): ସିମୁଳିଆ ନିର୍ବାଚନମଣ୍ଡଳୀ ଅଧୀନ ଖଇରା ବ୍ଲକରେ ମଙ୍ଗଳବାର ଭାଜପାର ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ଓ ଭଦ୍ରକ ଏମ୍ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପ୍ରଚାର ଆରମ୍ଭ କରିଛନ୍ତି। ଏକ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ୫ଶହରୁ ଊର୍ଦ୍ଧ୍ୱ କର୍ମୀ ବିକଶିତ ଭାରତର ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରଥମେ ଉଭୟ ପ୍ରାର୍ଥୀଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ କୁମାର ମହାକୁଡ, ତୁଡିଗଡିଆ ମଣ୍ଡଳ ସଭାପତି ମହେଶ୍ୱର ନାଥ, ଖଇରା ମଣ୍ଡଳ ସଭାପତି ରାଜେଶ କୁମାର […] The post ଶୋଭାଯାତ୍ରାରେ ଭାଜପାର ନିର୍ବାଚନୀ ପ୍ରଚାର ଆରମ୍ଭ appeared first on Dharitri Odia News.
ଖଇରା,୯।୪(ଉତ୍କଳବନ୍ଧୁ ପଣ୍ଡା): ସିମୁଳିଆ ନିର୍ବାଚନମଣ୍ଡଳୀ ଅଧୀନ ଖଇରା ବ୍ଲକରେ ମଙ୍ଗଳବାର ଭାଜପାର ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ଓ ଭଦ୍ରକ ଏମ୍ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପ୍ରଚାର ଆରମ୍ଭ କରିଛନ୍ତି।
ଏକ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ୫ଶହରୁ ଊର୍ଦ୍ଧ୍ୱ କର୍ମୀ ବିକଶିତ ଭାରତର ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରଥମେ ଉଭୟ ପ୍ରାର୍ଥୀଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ କୁମାର ମହାକୁଡ, ତୁଡିଗଡିଆ ମଣ୍ଡଳ ସଭାପତି ମହେଶ୍ୱର ନାଥ, ଖଇରା ମଣ୍ଡଳ ସଭାପତି ରାଜେଶ କୁମାର ରାଉତ, ସାଧାରଣ ସମ୍ପାଦକ ନୀଳାମ୍ବର ପଣ୍ଡା ପ୍ରମୁଖ ଏକ ଖୋଲା ଜିପରେ ରକ୍ତତୀର୍ଥ ତୁଡିଗଡିଆରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ।
କର୍ମୀମାନେ ଭାଜପାକୁ ଜିତାଇ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ସ୍ଲୋଗାନ ଦେଇଥିଲେ। ତୁଡିଗଡିଆରୁ ବାହାରିଥିବା ଏହି ଶୋଭାଯାତ୍ରା ବର୍ତ୍ତନା ପହଞ୍ଚିବା ପୂର୍ବରୁ ଗଣ୍ଡିବେଡ, ଖଇରା, କୁପାରୀ ଓ ବର୍ତ୍ତନା ବଜାରରେ ପ୍ରବଳ ଖରାକୁ ଭ୍ରୁକ୍ଷେପ ନ କରି ପ୍ରିୟ ନେତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ଏଥିସହ ଖଇରା ଦୁର୍ଗାମଣ୍ଡପ ନିକଟରେ କିଛି ସମୟ ରହି ବଜରଙ୍ଗବାଲୀଙ୍କ ଆଶିଷ ଭିକ୍ଷା କରିଥିଲେ। ଯୁବନେତା ନୀଳମାଧବ ପଣ୍ଡା, କୁପାରୀ ସମିତିସଭ୍ୟ ଅକ୍ଷୟ କୁମାର ଜେନା, ଖଇରାର ପୂର୍ବତନ ସମିତିସଭ୍ୟ ବିଷ୍ଣୁପଦ ସାହୁ, ତୁଡିଗଡିଆ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନୃସିଂହ ସିଂ ଓ ଉପସଭାପତି ବୈକୁଣ୍ଠ ସାମଲ, କୁପାରୀ ମଣ୍ଡଳ ସଭାପତି ପତିତପାବନ କର, ଜିଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଶିବଶଙ୍କର ଖିଲାର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ କରୁଣାକର ମହାନ୍ତି, ମାୟାଧର କୁଅଁର ପ୍ରମୁଖ ନେତୃବୃନ୍ଦ ନିଜର ବହୁ କର୍ମୀଙ୍କ ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଏମ୍ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ମତାମତ ନେବାରେ ଓଡିଶାବାସୀ ମୋଦି ଗ୍ୟାରେଣ୍ଟି ସହ ଯୋଡି ହୋଇସାରିଛନ୍ତି। ଏଣୁ ଏଥର ରାଜ୍ୟରେ ବିଜେଡି ସରକାରର ପତନ ନିଶ୍ଚିତ ବୋଲି କହିଥିଲେ।
The post ଶୋଭାଯାତ୍ରାରେ ଭାଜପାର ନିର୍ବାଚନୀ ପ୍ରଚାର ଆରମ୍ଭ appeared first on Dharitri Odia News.