ଶୋରୁମରୁ ବାହାରି ଆସିଥିବା ନୂଆ ବାଇକ୍ ଉପରେ ଚଢିଗଲା ଟ୍ରକ୍
ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପିପିଳିଆ ନିକଟରେ ରାସ୍ତା କଡରେ ଥିବା ଗୋଟିଏ ନୂଆ ବାଇକ ଉପରେ ଭାରବାହୀ ଟ୍ରକ ଚଢି ଯିବାରୁ ବାଇକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଇକ ଚାଳକ ରାସ୍ତା କଡରେ ବାଇକ ରଖି ରାସ୍ତା ତଳକୁ ଯାଇ ପରିସ୍ରା କରୁଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଢେଙ୍କିକୋଟ ଫାଣ୍ଡି ଏଏସଆଇ ସୁରଥ ଚନ୍ଦ୍ର ଦେହୁରୀ ଘଟଣାର ତଦନ୍ତ କରିଛନ୍ତି । ସୂଚନାଯୋଗ୍ୟ କେନ୍ଦୁଝର ସୋ ରୁମରୁ ଏକ ନୂଆ ବଜାଜ […]

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପିପିଳିଆ ନିକଟରେ ରାସ୍ତା କଡରେ ଥିବା ଗୋଟିଏ ନୂଆ ବାଇକ ଉପରେ ଭାରବାହୀ ଟ୍ରକ ଚଢି ଯିବାରୁ ବାଇକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଇକ ଚାଳକ ରାସ୍ତା କଡରେ ବାଇକ ରଖି ରାସ୍ତା ତଳକୁ ଯାଇ ପରିସ୍ରା କରୁଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଢେଙ୍କିକୋଟ ଫାଣ୍ଡି ଏଏସଆଇ ସୁରଥ ଚନ୍ଦ୍ର ଦେହୁରୀ ଘଟଣାର ତଦନ୍ତ କରିଛନ୍ତି । ସୂଚନାଯୋଗ୍ୟ କେନ୍ଦୁଝର ସୋ ରୁମରୁ ଏକ ନୂଆ ବଜାଜ ବାଇକ ଢେଙ୍କିକୋଟ ସୋ ରୁମ୍ କୁ ଚାଳକ ଆଣୁଥିବାବେଳେ ଏହି ଅଘଟଣ ଘଟିଛି ।