ଶୌଚ ପାଇଁ ଯାଇଥିବା ବେଳେ ପଡିଲେ ଭାଲୁ ହାବୁଡ଼ରେ, ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି

ଧର୍ମଗଡ ୬।୮: ଶୌଚ ପାଇଁ ଯାଇଥିଲେ ଆକ୍ରମଣ କଲା ଭାଲୁ । ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଉଛୁଳା ପଞ୍ଚାୟତ ପାଣ୍ଡରି ପଖାନ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଉଛୁଳା ପଞ୍ଚାୟତ ପାଣ୍ଡରି ପଖାନ ଗ୍ରାମର ଜଣେ ଯୁବକ ଲକ୍ଷ୍ମଣ ନାଏକ ମଙ୍ଗଳବାର ଭୋରରୁ ଶୌଚ ପାଇଁ ଗାଁ ନିକଟସ୍ଥ ନାଳକୁ ଯାଇଥିଲେ । ନିକଟସ୍ଥ ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସିଥିବା ଦୁଇଟି ଭାଲୁ ହଠାତ ଆକ୍ରମଣ କରିଥିଲେ । କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଯୁବକ ଜଣଙ୍କ ଖସି ଆସିବା ପରେ ପରିବାର ଲୋକେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ହେବାରୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି  lYou Can Read:ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାରର ଅଭିଯୋଗ

ଶୌଚ ପାଇଁ ଯାଇଥିବା ବେଳେ ପଡିଲେ ଭାଲୁ ହାବୁଡ଼ରେ, ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି

ଧର୍ମଗଡ ୬।୮: ଶୌଚ ପାଇଁ ଯାଇଥିଲେ ଆକ୍ରମଣ କଲା ଭାଲୁ । ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଉଛୁଳା ପଞ୍ଚାୟତ ପାଣ୍ଡରି ପଖାନ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଉଛୁଳା ପଞ୍ଚାୟତ ପାଣ୍ଡରି ପଖାନ ଗ୍ରାମର ଜଣେ ଯୁବକ ଲକ୍ଷ୍ମଣ ନାଏକ ମଙ୍ଗଳବାର ଭୋରରୁ ଶୌଚ ପାଇଁ ଗାଁ ନିକଟସ୍ଥ ନାଳକୁ ଯାଇଥିଲେ । ନିକଟସ୍ଥ ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ଆସିଥିବା ଦୁଇଟି ଭାଲୁ ହଠାତ ଆକ୍ରମଣ କରିଥିଲେ । କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଯୁବକ ଜଣଙ୍କ ଖସି ଆସିବା ପରେ ପରିବାର ଲୋକେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ହେବାରୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି  l

You Can Read:

ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାରର ଅଭିଯୋଗ