ଶୌଚ ହେବା ପାଇଁ ଯାଇଥିଲେ; ଦଳି ଦେଲା ହାତୀ
ଶୌଚ ଲାଗି ଯାଇ ଫେରୁଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଟି କଚାଡ଼ି କଚାଡ଼ି ମାରି ଦେଇଥିଲା।
ସୁନ୍ଦରଗଡ଼ ଜିଲ୍ଲା ତାମଡ଼ା ରେଞ୍ଜର ଯାମଦାର ବିଟ ଅଞ୍ଚଳରେ ହାତୀ ଆକ୍ରମଣ ରେ ଜଣେ ମୃତ। ଶୌଚ ଲାଗି ଯାଇ ଫେରୁଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଟି କଚାଡ଼ି କଚାଡ଼ି ମାରି ଦେଇଥିଲା। ମୃତକ ହେଉଛନ୍ତି ଖୁଦୁରାଇ ମୁଣ୍ଡାରୀ। ଖବର ପାଇ ତାମଡ଼ା ରେଞ୍ଜର ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେ ପାଇଁ ଡାକ୍ତର ଖାନାକୁ ପଠାଇଥିଲେ।