ଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ
ଟେନ୍ସା,୧ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜ କାଳଟା ପଞ୍ଚାୟତର ଝିରିପାଣି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଝିରିପାଣି ନିକଟ ଦୋଲୋଡିହା ଗ୍ରାମର ସାମୁଏଲ ଆଇନ୍ଦି (୫୫) ସୋମବାର ସକାଳ ୬ଟାରେ ନିକଟସ୍ଥ ଜଙ୍ଗଲ ପାଖରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ଥିବା ଝାଡ଼ଖଣ୍ଡିର ମଣିଷ ମରା ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ସାମୁଏଲଙ୍କୁ ହାତୀ ଶୁଣ୍ଡରେ ଟେକି ନେଇ ପାଦରେ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର […] The post ଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ appeared first on Dharitri Odia News.
ଟେନ୍ସା,୧ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜ କାଳଟା ପଞ୍ଚାୟତର ଝିରିପାଣି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଝିରିପାଣି ନିକଟ ଦୋଲୋଡିହା ଗ୍ରାମର ସାମୁଏଲ ଆଇନ୍ଦି (୫୫) ସୋମବାର ସକାଳ ୬ଟାରେ ନିକଟସ୍ଥ ଜଙ୍ଗଲ ପାଖରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ଥିବା ଝାଡ଼ଖଣ୍ଡିର ମଣିଷ ମରା ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ସାମୁଏଲଙ୍କୁ ହାତୀ ଶୁଣ୍ଡରେ ଟେକି ନେଇ ପାଦରେ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ କୋଇଡ଼ା ବନ କର୍ମଚାରୀ ଓ କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୋଇଡା ପଠାଇ ଥିବାର ଜଣାପଡ଼ିଛି। କ୍ଷତିପୂରଣ ବାବଦରେ ପରିବାରକୁ ତୁରନ୍ତ ୬୦ ହଜାର ଟଙ୍କା ପରେ ସମସ୍ତ ଡକ୍ୟୁମେଣ୍ଟ ପ୍ରଦାନ କଲେ ୫ଲକ୍ଷ ୪୦ ହଜାର ମିଳିବ ବୋଲି କୋଇଡା ରେଞ୍ଜର ଗୌତମ ପ୍ରଧାନ ପ୍ରକାଶ କରିଛନ୍ତି।
The post ଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ appeared first on Dharitri Odia News.