ଶ୍ରମ କୋଡ଼ ବାତିଲ ଦାବିରେ ଗର୍ଜିଲେ ଶ୍ରମିକ ସଂଗଠନ

ଛତ୍ରପୁର,୨୩।୯(ସନ୍ତୋଷ ପାଢ଼ୀ): ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ମାସିକ ସର୍ବନିମ୍ନ ୨୬ ହଜାର ଦରମା ଓ ପୁରୁଣା ପେନସନ ଲାଗୁକର ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହାର ଅଂଶ ବିଶେଷ ଭାବେ ସୋମବାର କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଜ଼ିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧ ନୀତିଗୁଡ଼ିକୁ ଅତିଶୀଘ୍ର ବାତିଲ […] The post ଶ୍ରମ କୋଡ଼ ବାତିଲ ଦାବିରେ ଗର୍ଜିଲେ ଶ୍ରମିକ ସଂଗଠନ appeared first on Dharitri Odia News.

ଶ୍ରମ କୋଡ଼ ବାତିଲ ଦାବିରେ ଗର୍ଜିଲେ ଶ୍ରମିକ ସଂଗଠନ

ଛତ୍ରପୁର,୨୩।୯(ସନ୍ତୋଷ ପାଢ଼ୀ): ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ମାସିକ ସର୍ବନିମ୍ନ ୨୬ ହଜାର ଦରମା ଓ ପୁରୁଣା ପେନସନ ଲାଗୁକର ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହାର ଅଂଶ ବିଶେଷ ଭାବେ ସୋମବାର କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଜ଼ିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧ ନୀତିଗୁଡ଼ିକୁ ଅତିଶୀଘ୍ର ବାତିଲ କରିବା ପାଇଁ ସ୍ଲୋଗାନ ଦେଇଥିଲେ। ଅତିଶୀଘ୍ର ଶ୍ରମ କୋଡ଼କୁ ବାତିଲ କରିବା,ସର୍ବନିମ୍ନ ଦରମା ମାସକୁ ୨୬ ହଜାର ଟଙ୍କା କରିବା ଆଦି ପାଇଁ ଦାବି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜ଼ିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

The post ଶ୍ରମ କୋଡ଼ ବାତିଲ ଦାବିରେ ଗର୍ଜିଲେ ଶ୍ରମିକ ସଂଗଠନ appeared first on Dharitri Odia News.