ଶ୍ରମିକଙ୍କ ଜୀବନ ସହ ସାଂଘାତିକ ଖେଳ । ଗାଈ ଗୋରୁଙ୍କ ପରି ଯାତ୍ରୀ ପରିବହନ
କନକ ବ୍ୟୁରୋ: ବାଜିରେ ଲାଗିଛି ଦାଦନ ଶ୍ରମିକଙ୍କ ଜୀବନ । ଅତି ଅମାନବୀୟ ଢଙ୍ଗରେ ଦାଦନ ଶ୍ରମିକଙ୍କୁ ପରିବହନ କରୁଛି ଘରୋଇ ବସ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମାଲକାନଗିରି ଦେଇ ହାଇଦ୍ରାବାଦକୁ ପ୍ରତିଦିନ ବହୁ ସ୍ଲିପର ବସ ଯାତ୍ରା କରୁଛି । ତେବେ ଏହାର ପରିବହନ କ୍ଷମତା ୪୦ ରୁ ୫୦ ହୋଇଥିବା ବେଳେ ଏଥିରେ ଗାଈ ଗୋରୁ ପରି ୧୨୦ରୁ ଅଧିକ ଯାତ୍ରୀ ପରିବହନ କରାଯାଉଛି । ଶ୍ରମିକଙ୍କ ଜୀବନ ସହ ସାଂଘାତିକ ଖେଳ ଗାଈ ଗୋରୁଙ୍କ ପରି ଯାତ୍ରୀ ପରିବହନ ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିବା ଲକଜୁରି ଏସି ସ୍ଲିପର ବସରେ ସିଟ୍ ଠାରୁ ଆରମ୍ଭ କରି ପାଦ ଚଲା ରାସ୍ତା ଯାଏଁ କେଉଁଠି ହେଲେ ସୋରିଷ ପକାଇବାକୁ ସ୍ଥାନ ନାହିଁ । ବସ ଗୁଡିକର କ୍ଷମତା ୪୦ ପାସେଞ୍ଜର ହୋଇ ଥିବା ବେଳେ ବସ ଭିତରେ ୧୨୦ ରୁ ୧୫୦ରୁ ଅଧିକ ଶ୍ରମିକଙ୍କୁ ନିୟମିତ ପରିବହନ କରାଯାଉଛି । ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ହାଇଦ୍ରାବାଦ ଯାଉଥିବା ଏକ ବସର ରିଆଲିଟି ଚେକ୍ କରିଛି କନକ ନ୍ୟୁଜ । ଡବଲ ବର୍ଥରେ ୮ ଯାତ୍ରୀ, ସିଙ୍ଗିଲ ବର୍ଥରେ ୫ । ଚଟ୍ଟାଣ ମଧ୍ୟ ଖାଲି ନାହିଁ । ବିଭିନ୍ନ ଘରୋଇ ବସର ଡବଲ ସ୍ଲିପରରେ ୬ ରୁ ୮ ଯାତ୍ରୀ ଓ ସିଙ୍ଗଲ ସ୍ପିଲର ରେ ୪ ରୁ ୬ ଯାତ୍ରୀ ପରିବହନ କରାଯାଉଥିବା ବେଳେ ମନମୁଖି ଭଡା ମଧ୍ୟ ଆଦାୟ କରାଯାଉଛି । ଲକଜରି ସେବା ନାଁ ରେ ଏକ୍ସପ୍ରେସ ସେବା ବି ପାଇ ପାରୁନାହାନ୍ତି ଶ୍ରମିକ । ବୋରିଗୁମ୍ମାଠାରୁ ମାଲକାନଗିରି ଦେଇ ହାଇଦ୍ରାବାଦର ଦୂର
କନକ ବ୍ୟୁରୋ: ବାଜିରେ ଲାଗିଛି ଦାଦନ ଶ୍ରମିକଙ୍କ ଜୀବନ । ଅତି ଅମାନବୀୟ ଢଙ୍ଗରେ ଦାଦନ ଶ୍ରମିକଙ୍କୁ ପରିବହନ କରୁଛି ଘରୋଇ ବସ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମାଲକାନଗିରି ଦେଇ ହାଇଦ୍ରାବାଦକୁ ପ୍ରତିଦିନ ବହୁ ସ୍ଲିପର ବସ ଯାତ୍ରା କରୁଛି । ତେବେ ଏହାର ପରିବହନ କ୍ଷମତା ୪୦ ରୁ ୫୦ ହୋଇଥିବା ବେଳେ ଏଥିରେ ଗାଈ ଗୋରୁ ପରି ୧୨୦ରୁ ଅଧିକ ଯାତ୍ରୀ ପରିବହନ କରାଯାଉଛି ।
- ଶ୍ରମିକଙ୍କ ଜୀବନ ସହ ସାଂଘାତିକ ଖେଳ
- ଗାଈ ଗୋରୁଙ୍କ ପରି ଯାତ୍ରୀ ପରିବହନ
ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିବା ଲକଜୁରି ଏସି ସ୍ଲିପର ବସରେ ସିଟ୍ ଠାରୁ ଆରମ୍ଭ କରି ପାଦ ଚଲା ରାସ୍ତା ଯାଏଁ କେଉଁଠି ହେଲେ ସୋରିଷ ପକାଇବାକୁ ସ୍ଥାନ ନାହିଁ । ବସ ଗୁଡିକର କ୍ଷମତା ୪୦ ପାସେଞ୍ଜର ହୋଇ ଥିବା ବେଳେ ବସ ଭିତରେ ୧୨୦ ରୁ ୧୫୦ରୁ ଅଧିକ ଶ୍ରମିକଙ୍କୁ ନିୟମିତ ପରିବହନ କରାଯାଉଛି । ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ହାଇଦ୍ରାବାଦ ଯାଉଥିବା ଏକ ବସର ରିଆଲିଟି ଚେକ୍ କରିଛି କନକ ନ୍ୟୁଜ ।
ଡବଲ ବର୍ଥରେ ୮ ଯାତ୍ରୀ, ସିଙ୍ଗିଲ ବର୍ଥରେ ୫ । ଚଟ୍ଟାଣ ମଧ୍ୟ ଖାଲି ନାହିଁ । ବିଭିନ୍ନ ଘରୋଇ ବସର ଡବଲ ସ୍ଲିପରରେ ୬ ରୁ ୮ ଯାତ୍ରୀ ଓ ସିଙ୍ଗଲ ସ୍ପିଲର ରେ ୪ ରୁ ୬ ଯାତ୍ରୀ ପରିବହନ କରାଯାଉଥିବା ବେଳେ ମନମୁଖି ଭଡା ମଧ୍ୟ ଆଦାୟ କରାଯାଉଛି । ଲକଜରି ସେବା ନାଁ ରେ ଏକ୍ସପ୍ରେସ ସେବା ବି ପାଇ ପାରୁନାହାନ୍ତି ଶ୍ରମିକ । ବୋରିଗୁମ୍ମାଠାରୁ ମାଲକାନଗିରି ଦେଇ ହାଇଦ୍ରାବାଦର ଦୂରତା ପ୍ରାୟ ୬୭୦ କିମି । ଏକ୍ସପ୍ରେସ ବସ ଭଡା ୯୨ ପଇସା ପ୍ରତି କିଲୋମିଟର ଦର ରେ ୬୧୬ ଟଙ୍କା ଭଡା ହବା କଥା । କିନ୍ତୁ ଆଦାୟ ହେଉଛି ୧୨୦୦ ଟଙ୍କା ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରେ ସରକାରୀ ଲକ୍ଷ୍ମୀ ବସକୁ ତୀବ୍ର ବିରୋଧ କରି ଆସୁଛନ୍ତି ଘରୋଇ ବସ ମାଲିକ ସଂଘ । କିନ୍ତୁ ଏଭଳି ଯାତ୍ରୀ ପରିବହନକୁ ନେଇ ମୁହଁ ଖୋଲୁନାହାନ୍ତି । ତେବେ ଏଥର କାର୍ୟ୍ୟାନୁଷ୍ଠାନର କଥା କହିଛନ୍ତି ପରିବହନ ମନ୍ତ୍ରୀ ।