‘ଭାରତ କା ଅମୃତ କଳସ’ ରିୟଲିଟି ସୋ : ଟାଇଟଲ ଜିତିଲେ ଅନୀତା ଡାଙ୍ଗୀ, ବର୍ଣ୍ଣାଳି ୨ୟ ରନର୍ସ ଅପ୍

ଭୁବନେଶ୍ୱର ୨୬।୦୮: ମଞ୍ଚ ପ୍ରବେଶ  ପରେ ନିଜ ଚିରାଚରିତ ଶୈଳୀରେ ‘ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ’ ଗୀତ ମାଧ୍ୟମରେ   ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ। ଏହାପରେ ସ୍ୱର୍ଗତ ଭିକାରୀ ବଳଙ୍କ ‘କୋଠ ଭୋଗଖିଆ ମୋ  ଚକାଆଖିଆ..ଉଠହେ ପହଡ଼ ଭାଙ୍ଗି..’ ଗୀତ ପରିବେଷଣ କରିଥିଲେ । ଡିଡି ନାସନାଲ୍‌ରେ ପ୍ରସାରିତ ‘ଭାରତ କା ଅମୃତ କଳସ’  ରିୟଲିଟି ସୋ’ର ଫାଇନାଲରେ ପାଦ  ଥାପିଥିବା ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା ଏହି ଗୀତ ଗାଇ ନିଜ ଫାଇନାଲ ରାଉଣ୍ଡ ଆରମ୍ଭ କରିଥିଲେ । ହେଲେ ଅଳ୍ପକେ ସେ  ବିଜେତା ଆଖ୍ୟାରୁ ବଞ୍ଚିତ ହୋଇଛନ୍ତି । ତାଙ୍କୁ ସେକେଣ୍ଡ ରନର୍ସଅପ୍‌ରେ ସନ୍ତୁଷ୍ଟ  ହେବାକୁ ପଡିଛି । ଏଥିସହ ଦୀର୍ଘ  ୬ ମାସ ଧରି ଚାଲିଥିବା ଏହି  ପ୍ରଥମ ଲୋକସଙ୍ଗୀତ କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି । ରାଜସ୍ଥାନର ଅନୀତା ଡାଙ୍ଗୀ ଏଥିରେ ବିଜେତା  ହୋଇଥିବା ବେଳେ ମହାରାଷ୍ଟ୍ରର ସିଦେ୍ଧଶ ଯାଦବ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି । ସୋ’ରେ ଓଡ଼ିଶାର କାଳଜୟୀ ଲୋକସଙ୍ଗୀତ ଓ ଭଜନକୁ ନିଜସ୍ୱ ଢଙ୍ଗରେ ଗାଇ ଭାରତର ଅଗଣିତ ପ୍ରଶଂସକଙ୍କ ମନ ଜିଣିପାରିଛନ୍ତି ବର୍ଣ୍ଣାଳି। ଏ ଅବସରରେ ବର୍ଣ୍ଣାଳି କହିଛନ୍ତି, ମୋର ଏହି ଯାତ୍ରା ସମୟରେ ଅଦମ୍ୟ ସମର୍ଥନ ଏବଂ ସୀମାହୀନ ପ୍ରେମ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ । ଏକ ଜାତୀୟ ପ୍ଲାଟଫର୍ମରେ ଓଡ଼ିଶାର ସମୃଦ୍ଧ ତଥା ଜୀବନ୍ତ ଲୋକ ପରମ୍ପରାକୁ ପ୍ରତିନିଧିତ୍ୱ କରିବା ଏକ ଅବିଶ୍ୱସନୀୟ ସମ୍ମାନ। ମୁଁ ଆମ ଗୌରବମୟ

‘ଭାରତ କା ଅମୃତ କଳସ’ ରିୟଲିଟି ସୋ : ଟାଇଟଲ ଜିତିଲେ ଅନୀତା ଡାଙ୍ଗୀ, ବର୍ଣ୍ଣାଳି ୨ୟ ରନର୍ସ ଅପ୍

ଭୁବନେଶ୍ୱର ୨୬।୦୮: ମଞ୍ଚ ପ୍ରବେଶ  ପରେ ନିଜ ଚିରାଚରିତ ଶୈଳୀରେ ‘ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ’ ଗୀତ ମାଧ୍ୟମରେ   ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ। ଏହାପରେ ସ୍ୱର୍ଗତ ଭିକାରୀ ବଳଙ୍କ ‘କୋଠ ଭୋଗଖିଆ ମୋ  ଚକାଆଖିଆ..ଉଠହେ ପହଡ଼ ଭାଙ୍ଗି..’ ଗୀତ ପରିବେଷଣ କରିଥିଲେ । ଡିଡି ନାସନାଲ୍‌ରେ ପ୍ରସାରିତ ‘ଭାରତ କା ଅମୃତ କଳସ’  ରିୟଲିଟି ସୋ’ର ଫାଇନାଲରେ ପାଦ  ଥାପିଥିବା ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା ଏହି ଗୀତ ଗାଇ ନିଜ ଫାଇନାଲ ରାଉଣ୍ଡ ଆରମ୍ଭ କରିଥିଲେ । ହେଲେ ଅଳ୍ପକେ ସେ  ବିଜେତା ଆଖ୍ୟାରୁ ବଞ୍ଚିତ ହୋଇଛନ୍ତି । ତାଙ୍କୁ ସେକେଣ୍ଡ ରନର୍ସଅପ୍‌ରେ ସନ୍ତୁଷ୍ଟ  ହେବାକୁ ପଡିଛି । ଏଥିସହ ଦୀର୍ଘ  ୬ ମାସ ଧରି ଚାଲିଥିବା ଏହି  ପ୍ରଥମ ଲୋକସଙ୍ଗୀତ କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି । ରାଜସ୍ଥାନର ଅନୀତା ଡାଙ୍ଗୀ ଏଥିରେ ବିଜେତା  ହୋଇଥିବା ବେଳେ ମହାରାଷ୍ଟ୍ରର ସିଦେ୍ଧଶ ଯାଦବ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି । 

ସୋ’ରେ ଓଡ଼ିଶାର କାଳଜୟୀ ଲୋକସଙ୍ଗୀତ ଓ ଭଜନକୁ ନିଜସ୍ୱ ଢଙ୍ଗରେ ଗାଇ ଭାରତର ଅଗଣିତ ପ୍ରଶଂସକଙ୍କ ମନ ଜିଣିପାରିଛନ୍ତି ବର୍ଣ୍ଣାଳି। ଏ ଅବସରରେ ବର୍ଣ୍ଣାଳି କହିଛନ୍ତି, ମୋର ଏହି ଯାତ୍ରା ସମୟରେ ଅଦମ୍ୟ ସମର୍ଥନ ଏବଂ ସୀମାହୀନ ପ୍ରେମ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ । ଏକ ଜାତୀୟ ପ୍ଲାଟଫର୍ମରେ ଓଡ଼ିଶାର ସମୃଦ୍ଧ ତଥା ଜୀବନ୍ତ ଲୋକ ପରମ୍ପରାକୁ ପ୍ରତିନିଧିତ୍ୱ କରିବା ଏକ ଅବିଶ୍ୱସନୀୟ ସମ୍ମାନ। ମୁଁ ଆମ ଗୌରବମୟ  ସଂସ୍କୃତିକୁ ପ୍ରତ୍ୟେକ ପର୍ଯ୍ୟାୟରେ ବହନ କରିଛି। ଶେଷରେ ସେ ‘ଭାରତ କା ଅମୃତ କଳସ’ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।    

ପ୍ରଥମ ଥର ପାଇଁ ଦେଶର ଲୋକସଙ୍ଗୀତଗୁଡିକୁ ନେଇ ଚଳିତବର୍ଷ ଫେବ୍ରୁଆରୀ ମାସରେ ଆରମ୍ଭ ହୋଇଥିଲା ‘ଭାରତ କା ଅମୃତ କଳସ’   ରିୟଲିଟି ସୋ’ । ଓଡ଼ିଶାରୁ ଗାୟିକା ଭାବେ ବର୍ଣ୍ଣାଳି ଏଥିରେ ଭାଗନେଇଥିଲେ । ଆରମ୍ଭରେ ସେ ‘ହାଏ କୃଷ୍ଣ’ ଗୀତରୁ ନିଜ ଯାତ୍ରା ଆରମ୍ଭ କରିଥିଲେ । ତେବେ ବର୍ଣ୍ଣାଳିଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା ‘ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ’ ଗୀତ । ଏହି ଗୀତ ପରେ ସେ ସାମାଜିକ ଗଣମାଧ୍ୟମରେ   ଅଜସ୍ର ପ୍ରଶଂସା ସାଉଁଟିଥିଲେ । ଏଥିସହ ସେ ‘ଫୁର  କିନା ଉଡ଼ିଗଲା ବଣି’, ‘ବଜାରେ ବାଜାବାଲା’, ‘ଦେଖ ଲୋ ସଙ୍ଗାତ’ ସହ ‘କୋଠ ଭୋଗ ଖିଆ’ ଭଳି ଗୀତ  ଗାଇଥିଲେ । ବିଭିନ୍ନ ସମୟରେ ମଞ୍ଚରେ ମହାଗୁରୁ ତଥା ଗାୟକ କୈଳାସ ଖେରଙ୍କ ସମେତ ବିଚାରକ ଦେବୋଜିତ୍‌ ସାହା, ଗାୟତ୍ରୀ ଅଶୋକନ ଓ ସ୍ନେହା ଖନାୱଲକର  ବର୍ଣ୍ଣାଳିଙ୍କୁ ପ୍ରଶଂସା କରିଥିଲେ ।