‘ଶ୍ରମିକମାନେ ସମାଜର ପ୍ରମୁଖ ଅଙ୍ଗ’

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଗୁରୁବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କୋର୍ଟ ପରିସରରେ ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ ମାଜିଷ୍ଟ୍ରେଟ ତଥା ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷା ନିଳିମା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଓକିଲ ସଂଘର ପ୍ରାକ୍ତନ […] The post ‘ଶ୍ରମିକମାନେ ସମାଜର ପ୍ରମୁଖ ଅଙ୍ଗ’ appeared first on Dharitri Odia News.

‘ଶ୍ରମିକମାନେ ସମାଜର ପ୍ରମୁଖ ଅଙ୍ଗ’

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଗୁରୁବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କୋର୍ଟ ପରିସରରେ ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ ମାଜିଷ୍ଟ୍ରେଟ ତଥା ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷା ନିଳିମା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଓକିଲ ସଂଘର ପ୍ରାକ୍ତନ ସଭାପତି ହର ପ୍ରସାଦ ରଥ, ପ୍ରାକ୍ତନ ସମ୍ପାଦକ କୁରେଶୁ ପଣ୍ଡା ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ। ଶ୍ରମିକମାନେ ସମାଜର ଅଙ୍ଗ ବିଶେଷ ବୋଲି ସଭାରେ ମତପ୍ରକାଶ ପାଇଥିଲା । ସେମାନଙ୍କ ସୁରକ୍ଷା ଓ ସାସ୍ଥ୍ୟ ରକ୍ଷା ପାଇଁ ସରକାର ବହୁବିଧ ବ୍ୟବସ୍ଥା କରିଛନ୍ତି। ଶ୍ରମିକମାନଙ୍କ ନିମନ୍ତେ ନୂତନ କେନ୍ଦ୍ରୀୟ ଆଇନ ପ୍ରଣୟନ କରାଯାଇଛି। ଶ୍ରମ କୋର୍ଡର ସଂଶୋଧନ କରାଯାଇଛି। ଶ୍ରମିକ ମାନଙ୍କ ନିମନ୍ତେ ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ରହିଥିବା ନେଇ ସଭାରେ ଉପସ୍ଥିତ ଶ୍ରମିକ ମାନଙ୍କୁ ସଚେତନ କରାଯାଇଥିଲା। କୋର୍ଟ କର୍ମଚାରୀ ସଂଗ୍ରାମ କୁମାର ପଣ୍ଡା,ଅଶ୍ୱିନୀ କୁମାର ପଟ୍ଟନାୟକ ସଭାରେ ଶ୍ରମ ଆଇନ ସମ୍ପର୍କରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ। ସରକାରୀ ଓକିଲ ନକୁଳ ପ୍ରଧାନ, ଆଇନଜୀବି ଚନ୍ଦ୍ରଧଜ ସିଂହ,ହେମନ୍ତ କୁମାର ପାଣିଗ୍ରାହୀ,ଅଶେଷ ନାଥ ମିଶ୍ର,ସଚ୍ଚିକାନ୍ତ ରଥ,ପୁଷ୍ପାଞ୍ଜଳି ସାହୁ,କୋର୍ଟ କର୍ମଚାରୀ ସସ୍ମିତା ମହାରଣା,ଅଞ୍ଜଳି ମହାରଣା, ପପୁନ କୁମାର ମହାରଣା ,କାଳିଆ ନାୟକ, ନିରଞ୍ଜନ ଶବର ଙ୍କ ସମେତ ବହୁ ସଂଖ୍ୟକ ମହିଳା ଓ ଶ୍ରମିକ ଉପସ୍ଥିତ ଥିଲେ। ତାଲୁକ ଆଇନ ସେବା କମିଟି ର ସମ୍ପାଦକ ପ୍ରଦୀପ କୁମାର ପୁରୋହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ‘ଶ୍ରମିକମାନେ ସମାଜର ପ୍ରମୁଖ ଅଙ୍ଗ’ appeared first on Dharitri Odia News.