ସେନ୍ସେକ୍ସର ଶୀର୍ଷ ୧୦ କମ୍ପାନି ମଧ୍ୟରୁ ୭ର ମାର୍କେଟ୍ କ୍ୟାପ୍ ବଢିଛି ୨.୧୦ ଲକ୍ଷ କୋଟି, RIL ଓ TCSକୁ ସବୁଠୁ ଅଧିକ ଲାଭ
ନୂଆଦିଲ୍ଲୀ: ସେନସେକ୍ସର ଶୀର୍ଷ ୧୦ ସବୁଠୁ ମୂଲ୍ୟବାନ କମ୍ପାନି ମଧ୍ୟରୁ ୭ର ମାର୍କେଟ୍ କ୍ୟାପ୍ (ବଜାର ପୁଞ୍ଜି) ଗତ ସପ୍ତାହରେ ମୋଟ ଉପରେ ୨,୧୦,୨୫୪.୯୬ କୋଟି ଟଙ୍କା ବୃଦ୍ଧି ପାଇଛି । ସବୁଠୁ ଅଧିକ ଲାଭ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଟିସିଏସକୁ ହୋଇଛି । ଗତ ସପ୍ତାହରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସେନ୍ସେକ୍ସ ୧୧୩୪.୪୮ ଅଙ୍କ ବା ୧.୫୫ ପ୍ରତିଶତ ବଢିଛି । ସେହିପରି ନିଫ୍ଟି ୪୨୭.୮ ଅଙ୍କ ବା ୧.୯୩ ପ୍ରତିଶତ ବଢିଛି । ସପ୍ତାହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟ୍ କ୍ୟାପ୍ ୬୬,୯୮୫.୨୫ କୋଟି ଟଙ୍କା ବଢି ୧୬,୯୦,୩୨୮.୭୦ କୋଟି ଟଙ୍କା ହୋଇଛି ।ଟାଟା କନ୍ସଲ୍ଟେନ୍ସି ସର୍ଭିସେସର ମାର୍କେଟ୍ କ୍ୟାପ୍ ୪୬,୦୯୪.୪୪ କୋଟି ଟଙ୍କା ବଢି ୧୩,୦୬,୫୯୯.୯୫ କୋଟି ଟଙ୍କା, ଏସବିଆଇର ୩୯,୭୧୪.୫୬ କୋଟି ଟଙ୍କା ବଢି ୬,୫୩,୯୫୧.୫୩ କୋଟି ଟଙ୍କା ହୋଇଛି । ଭାରତୀ ଏୟାରଟେଲ୍ର ୩୫,୨୭୬.୩ କୋଟି ଟଙ୍କା ବଢି ୯,୩୦,୨୬୯.୯୭ କୋଟି ଟଙ୍କା, ଆଇଟିସିର ୧୧,୪୨୫.୭୭ କୋଟି ଟଙ୍କା ବଢି ୫,୦୫,୨୯୩.୩୪ କୋଟି ଟଙ୍କା ହୋଇଛି । ଆଇସିଆଇସିଆଇ ବ୍ୟାଙ୍କର ୭,୯୩୯.୧୩ କୋଟି ଟଙ୍କା ବଢି ୮,୫୭,୭୪୩.୦୩ କୋଟି ଓ ହିନ୍ଦୁସ୍ତାନ ୟୁନିଲିଭରର ମାର୍କେଟ୍ କ୍ୟାପ୍ ୨୮୧୯.୫୧ କୋଟି ଟଙ୍କା ବଢି ୫,୧୭,୮୦୨.୯୨ କୋଟି ଟଙ୍କା ହୋଇଛି ।ତିନି କମ୍ପାନିକୁ ହୋଇଛି କ୍ଷତିଅନ୍ୟପଟେ ଏଚ୍ଡିଏଫସି ବ୍ୟାଙ୍କର ମାର୍କେଟ୍ କ୍ୟାପ୍ ୩୧,୮୩୨.୯୨ କୋଟି ଟଙ୍କା ହ୍ରାସ ପାଇ ୧୨,୯୨,୫୭୮
ନୂଆଦିଲ୍ଲୀ: ସେନସେକ୍ସର ଶୀର୍ଷ ୧୦ ସବୁଠୁ ମୂଲ୍ୟବାନ କମ୍ପାନି ମଧ୍ୟରୁ ୭ର ମାର୍କେଟ୍ କ୍ୟାପ୍ (ବଜାର ପୁଞ୍ଜି) ଗତ ସପ୍ତାହରେ ମୋଟ ଉପରେ ୨,୧୦,୨୫୪.୯୬ କୋଟି ଟଙ୍କା ବୃଦ୍ଧି ପାଇଛି । ସବୁଠୁ ଅଧିକ ଲାଭ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଟିସିଏସକୁ ହୋଇଛି । ଗତ ସପ୍ତାହରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସେନ୍ସେକ୍ସ ୧୧୩୪.୪୮ ଅଙ୍କ ବା ୧.୫୫ ପ୍ରତିଶତ ବଢିଛି । ସେହିପରି ନିଫ୍ଟି ୪୨୭.୮ ଅଙ୍କ ବା ୧.୯୩ ପ୍ରତିଶତ ବଢିଛି । ସପ୍ତାହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟ୍ କ୍ୟାପ୍ ୬୬,୯୮୫.୨୫ କୋଟି ଟଙ୍କା ବଢି ୧୬,୯୦,୩୨୮.୭୦ କୋଟି ଟଙ୍କା ହୋଇଛି ।
ଟାଟା କନ୍ସଲ୍ଟେନ୍ସି ସର୍ଭିସେସର ମାର୍କେଟ୍ କ୍ୟାପ୍ ୪୬,୦୯୪.୪୪ କୋଟି ଟଙ୍କା ବଢି ୧୩,୦୬,୫୯୯.୯୫ କୋଟି ଟଙ୍କା, ଏସବିଆଇର ୩୯,୭୧୪.୫୬ କୋଟି ଟଙ୍କା ବଢି ୬,୫୩,୯୫୧.୫୩ କୋଟି ଟଙ୍କା ହୋଇଛି । ଭାରତୀ ଏୟାରଟେଲ୍ର ୩୫,୨୭୬.୩ କୋଟି ଟଙ୍କା ବଢି ୯,୩୦,୨୬୯.୯୭ କୋଟି ଟଙ୍କା, ଆଇଟିସିର ୧୧,୪୨୫.୭୭ କୋଟି ଟଙ୍କା ବଢି ୫,୦୫,୨୯୩.୩୪ କୋଟି ଟଙ୍କା ହୋଇଛି । ଆଇସିଆଇସିଆଇ ବ୍ୟାଙ୍କର ୭,୯୩୯.୧୩ କୋଟି ଟଙ୍କା ବଢି ୮,୫୭,୭୪୩.୦୩ କୋଟି ଓ ହିନ୍ଦୁସ୍ତାନ ୟୁନିଲିଭରର ମାର୍କେଟ୍ କ୍ୟାପ୍ ୨୮୧୯.୫୧ କୋଟି ଟଙ୍କା ବଢି ୫,୧୭,୮୦୨.୯୨ କୋଟି ଟଙ୍କା ହୋଇଛି ।
ତିନି କମ୍ପାନିକୁ ହୋଇଛି କ୍ଷତି
ଅନ୍ୟପଟେ ଏଚ୍ଡିଏଫସି ବ୍ୟାଙ୍କର ମାର୍କେଟ୍ କ୍ୟାପ୍ ୩୧,୮୩୨.୯୨ କୋଟି ଟଙ୍କା ହ୍ରାସ ପାଇ ୧୨,୯୨,୫୭୮.୩୯ କୋଟି ଟଙ୍କା ହୋଇଛି । ବଜାଜ ଫାଇନାନ୍ସର ମାର୍କେଟ୍ କ୍ୟାପ୍ ୮,୫୩୫.୭୪ କୋଟି ଟଙ୍କା କମ ହୋଇ ୫,୫୦,୯୮୧.୨୫ କୋଟି ଟଙ୍କା ଓ ଇନଫୋସିସର ମାର୍କେଟ୍ କ୍ୟାପ୍ ୯୫୫.୧୨ କୋଟି ହ୍ରାସ ପାଇ ୭,୦୦.୦୪୭.୧୦ କୋଟି ଟଙ୍କା ହୋଇଛି ।
ସେନ୍ସେକ୍ସର ଶୀର୍ଷ ୧୦ କମ୍ପାନି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପ୍ରଥମ ସ୍ଥାନରେ ରହିଛି । ଏହାପରେ ଯଥକ୍ରମେ: ଟିସିଏସ୍, ଏଚଡିଏଫସି ବ୍ୟାଙ୍କ, ଭାରତୀ ଏୟାରଟେଲ୍, ଆଇସିଆଇସିଆଇ ବ୍ୟାଙ୍କ, ଇନଫୋସିସ୍, ଏସବିଆଇ, ବଜାଜ ଫାଇନାନ୍ସ, ହିନ୍ଦୁସ୍ତାନ ୟୁନିଲିଭର ଓ ଆଇଟିସି ରହିଛି ।