ଶ୍ରାବଣର ୨ୟ ସୋମବାର, ଜଳଲାଗି ପାଇଁ ଲୋକନାଥଙ୍କ ପୀଠରେ କାଉଡିଆଙ୍କ ଭିଡ
ପୁରୀ ୨୯।୦୭ : ଆଜି ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଏହି ଅବସରରେ ପୁରୀର ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିରରେ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ ଜମିଛି। ରାଜ୍ୟର କୋଣ ଅନୁକୋଣରୁ କାଉଡ଼ିଆ ଭକ୍ତମାନେ ନିଜର ମନୋସ୍କାମନା ପୂର୍ଣ୍ଣ ପାଇଁ ଆଜି ସୋମବାରରେ ଜଳଲାଗି ପାଇଁ ପ୍ରଭୁ ଲୋକନାଥଙ୍କ ପୀଠକୁ ଆସିଛନ୍ତି। ତେବେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଲୋକନାଥ ମନ୍ଦିର ଟ୍ରଷ୍ଟ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ମଧ୍ୟ ରାତ୍ରରୁ ମନ୍ଦିରର ଦ୍ୱାର ଫିଟା ପରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନିତିକନ୍ତି ବଢିବା ପରେ ଜଳ ଲାଗି ଆରମ୍ଭ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ଧାଡ଼ି ବାନ୍ଧି ମନ୍ଦିର ଭିତରକୁ ପ୍ରବେଶ ପରେ ପ୍ରଭୁ ଲୋକନାଥଙ୍କୁ ଜଳ ଲାଗି କରୁଛନ୍ତି। ଜଳ ଲାଗି କରୁଥିବା ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା ହୋଇଛି। ସେପଟେ ମନ୍ଦିର ଭିତରେ ଓ ବାହାରେ ଯେଭଳି କୌଣସି ବିଶୃଙ୍ଖଳା ନ ହୁଏ ସେନେଇ ବିଶେଷ ଦୃଷ୍ଟି ଦିଆଯାଇଛି।
ପୁରୀ ୨୯।୦୭ : ଆଜି ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଏହି ଅବସରରେ ପୁରୀର ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିରରେ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ ଜମିଛି। ରାଜ୍ୟର କୋଣ ଅନୁକୋଣରୁ କାଉଡ଼ିଆ ଭକ୍ତମାନେ ନିଜର ମନୋସ୍କାମନା ପୂର୍ଣ୍ଣ ପାଇଁ ଆଜି ସୋମବାରରେ ଜଳଲାଗି ପାଇଁ ପ୍ରଭୁ ଲୋକନାଥଙ୍କ ପୀଠକୁ ଆସିଛନ୍ତି।
ତେବେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଲୋକନାଥ ମନ୍ଦିର ଟ୍ରଷ୍ଟ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ମଧ୍ୟ ରାତ୍ରରୁ ମନ୍ଦିରର ଦ୍ୱାର ଫିଟା ପରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନିତିକନ୍ତି ବଢିବା ପରେ ଜଳ ଲାଗି ଆରମ୍ଭ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ଧାଡ଼ି ବାନ୍ଧି ମନ୍ଦିର ଭିତରକୁ ପ୍ରବେଶ ପରେ ପ୍ରଭୁ ଲୋକନାଥଙ୍କୁ ଜଳ ଲାଗି କରୁଛନ୍ତି। ଜଳ ଲାଗି କରୁଥିବା ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା ହୋଇଛି। ସେପଟେ ମନ୍ଦିର ଭିତରେ ଓ ବାହାରେ ଯେଭଳି କୌଣସି ବିଶୃଙ୍ଖଳା ନ ହୁଏ ସେନେଇ ବିଶେଷ ଦୃଷ୍ଟି ଦିଆଯାଇଛି।